ଆରମ୍ଭ ହେଲାଣି ଖରିଫ୍ ଧାନ ଅମଳ, ଏଯାଏଁ ବସିନି ଜିଳ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ, ଖୋଲିପାରୁନି ମଣ୍ଡି

ସରକାରୀ ନିୟମ ଆନୁଯାୟୀ ନଭେମ୍ବର ପହିଲାରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା କଥା। ଏଥିପାଇଁ ଜିଲ୍ଲାପାଳ ଅଧକ୍ଷତାରେ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ କରି ଧାନ ସଂଗ୍ରହ ପାଇଁ ନୀତି ନିର୍ଦ୍ଧାରଣ କରାଯାଏ । ହେଲେ ବୈଠକ ନହେବା ଅଡ଼ୁଆରେ ପଡ଼ିଛନ୍ତି ବରଗଡ଼ ଚାଷୀ।

BARAGADA

କନକ ବ୍ୟୁରୋ : ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଏବେ ସଙ୍କଟରେ ଧାନ ଚାଷୀ। ଫସଲ ଅମଳ ହେବାକୁ ଆରମ୍ଭ ହୋଇଥିଲେ ମଧ୍ୟ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ବସି ପାରିନାହିଁ । ଯାହାକୁ ନେଇ ଏବେ ଠାରୁ ଦେଖାଗଲାଣି ଧାନର ଅଭାବୀ ବିକ୍ରି । 

ବରଗଡ଼ରେ ଆରମ୍ଭ ହେଲାଣି ଖରିଫ ଧାନ ଅମଳ। ହେଲେ ଏହି ସମୟରେ ମଣ୍ଡି ଖୋଲିବା ତ’ ଦୂରର କଥା ଏପର୍ଯ୍ୟନ୍ତ  ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ମଧ୍ୟ ବସି ପାରିନାହିଁ । ଯାହା ଚାଷୀଙ୍କୁ ଅଡ଼ୁଆରେ ପକାଇଛି । ନୂଆପଡ଼ା ଉପନିର୍ବାଚନରେ ମାତି ବରଗଡ଼ର ନେତା, ମନ୍ତ୍ରୀ ବୈଠକ କରିବାକୁ ଭୁଲିଯାଇଥିବା କହିଛନ୍ତି ଚାଷୀ।

ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣା,  ଶଙ୍କର ପୃଷ୍ଟିକୁ ଜେରା ବେଳେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ନୂଆ ସୁରାଗ

ସରକାରୀ ନିୟମ ଆନୁଯାୟୀ ନଭେମ୍ବର ପହିଲାରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା କଥା। ଏଥିପାଇଁ ଜିଲ୍ଲାପାଳ ଅଧକ୍ଷତାରେ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ କରି ଧାନ ସଂଗ୍ରହ ପାଇଁ ନୀତି ନିର୍ଦ୍ଧାରଣ କରାଯାଏ । ହେଲେ ବୈଠକ ନହେବା ଅଡ଼ୁଆରେ ପଡ଼ିଛନ୍ତି ବରଗଡ଼ ଚାଷୀ।

ନାବାଳକ ପ୍ରେମିକର ଉନ୍ମତ୍ତକାଣ୍ଡ,  ପ୍ରେମିକାର ଘର ପଶି ବାପାର କାଟିଲା ଗଳା

 ବରଗଡ଼ ଓଡ଼ିଶାର ସର୍ବାଧିକ ଧାନ କିଣାଯାଉଥିବା ଜିଲ୍ଲା। ଚଳିତ ଖରିଫ୍‌ ଋତୁରେ ସରକାର ୯୩ ଲକ୍ଷ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖିଛନ୍ତି । କିନ୍ତୁ ମଣ୍ଡି ଠିକ୍ ସମୟରେ ନଖୋଲିଲେ ଲକ୍ଷ୍ୟ କେମିତି ପୂରଣ ହେବ? ତେଣୁ ସରକାର ଧାନ କିଣା ତାରିଖ ଘୋଷଣା କରି ମଣ୍ଡି ଖୋଲିବାକୁ ଦାବି କରିଛନ୍ତି ଚାଷୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe