ଟ୍ରମ୍ପଙ୍କୁ ଅପରାଧୀ କହିଲେ ଖେମିନି:  ଇରାନ‌ରେ ହୋଇଥିବା ମୃତ୍ୟୁ, କ୍ଷତି ଏବଂ ବିପର୍ଯ୍ୟୟ ପାଇଁ ରିପବ୍ଲିକାନ୍‌ ନେତା ଦାୟୀ

Advertisment

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି ଶନିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି । ଇରାନ‌ରେ ହୋଇଥିବା ମୃତ୍ୟୁ, କ୍ଷତି ଏବଂ ବିପର୍ଯ୍ୟୟ ପାଇଁ ରିପବ୍ଲିକାନ୍‌ ନେତା ଦାୟୀ ବୋଲି ଖେମିନି କହିଛନ୍ତି ।

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି ଶନିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି । ଇରାନ‌ରେ ହୋଇଥିବା ମୃତ୍ୟୁ, କ୍ଷତି ଏବଂ ବିପର୍ଯ୍ୟୟ ପାଇଁ ରିପବ୍ଲିକାନ୍‌ ନେତା ଦାୟୀ ବୋଲି ଖେମିନି କହିଛନ୍ତି ।

Donald trump

Donald trump Photograph: (Google)

 କନକ ବ୍ୟୁରୋ:  ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି ଶନିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି । ଇରାନ‌ରେ ହୋଇଥିବା ମୃତ୍ୟୁ, କ୍ଷତି ଏବଂ ବିପର୍ଯ୍ୟୟ ପାଇଁ ରିପବ୍ଲିକାନ୍‌ ନେତା ଦାୟୀ ବୋଲି ଖେମିନି କହିଛନ୍ତି । ଇରାନ‌ରେ ଏବେ ଯେଉଁ ଅସ୍ଥିରତା ସୃଷ୍ଟି ହୋଇଛି ତାହା ଆମେରିକା କରିଛି ଏବଂ ଦେଶ ଯୁଦ୍ଧ ମଧ୍ୟକୁ ଠେଲି ହେବନାହିଁ ବୋଲି ସେ କହିଛନ୍ତି ।

ଇରାନ ଇଣ୍ଟରନ୍ୟାସନାଲକୁ ଦେଇଥିବା ଟିପ୍ପଣୀରେ ଖେମିନି କହିଛନ୍ତି, ଇରାନରେ ହୋଇଥିବା ମୃତ୍ୟୁ, କ୍ଷତି ଏବଂ ବିପର୍ଯ୍ୟୟ ପାଇଁ ଆମେ ଆମେରିକା ରାଷ୍ଟ୍ରପତିଙ୍କୁ ଜଣେ ଅପରାଧୀ ବି‌ବେଚନା କରୁଛୁ । ସେ କହିଛନ୍ତି, ଆମେ ଦେଶକୁ ଯୁଦ୍ଧକୁ ଆଣିବୁନି କିନ୍ତୁ ଆମେ ଘରୋଇ ଏବଂ ଅନ୍ତର୍ଜାତୀୟ ଅପରାଧୀଙ୍କୁ ଦଣ୍ଡିତ ନକରି ଛାଡ଼ିବୁନି। ନିକଟରେ ହୋଇଥିବା ଆନ୍ଦୋଳନକୁ ବିଦେଶ ସମର୍ଥିତ ବୋଲି ବର୍ଣ୍ଣନା କରି ଖେମିନି କହିଛନ୍ତି, ନିକଟରେ ଯାହା ହେଲା ତାହା ଆମେରିକାର ଯୋଜନା ଏବଂ ଇରାନ୍‌କୁ ନଷ୍ଟ କରିଦେବା ହେଉଛି ଆମେରିକାର ଲକ୍ଷ୍ୟ । ‌

ଆମେରିକାର ଧମକକୁ ଡରୁନି ଇରାନ । ପରମାଣୁ ପରୀକ୍ଷଣ ପାଇଁ ନୂୂଆ ଚାଲ୍ ଖେଳିଲେ ଖାମନେଇ

ସେ କହିଛନ୍ତି, ଟ୍ରମ୍ପ ନିଜେ ସିଧାସଳଖ ଭାବେ ଇରାନ ହିଂସାକାଣ୍ଡରେ ସମ୍ପୃକ୍ତି ହୋଇଛନ୍ତି, ଟିପ୍ପଣୀ ଦେଇଛନ୍ତି ଏବଂ ଦଙ୍ଗାକାରୀଙ୍କୁ ଉତ୍ସାହିତ କରି ସାମରିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। ଇରାନ ଉପରେ ପ୍ରଭୁତ୍ବ ଜାହିର କରିବା ଆମେରିକାର ମୂଳ ଲକ୍ଷ୍ୟ ବୋଲି ଖେମିନି କହିଛନ୍ତି। ସେହିପରି ଆମେରିକୀୟ ଅଧିକାରୀମାନେ ଆନ୍ଦୋଳନକୁ ଭୁଲ୍‌ଭାବେ ଉପସ୍ଥାପନ କରିଛନ୍ତି ବୋଲି ସେ କହିଛନ୍ତି।
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe