କନକ ବ୍ୟୁରୋ : ପୁଟିନଙ୍କୁ ଗୁପ୍ତରେ ଚିଠି ପଠାଇଲେ ଇରାନର ସର୍ବୋଚ୍ଚ ନେତା । ଆମେରିକା ସହ ପରମାଣୁ ଆଲୋଚନା ପୂର୍ବରୁ ରୁଷ ସହ ଇରାନ ଗୁପ୍ତ ଚାଲ୍ ଆରମ୍ଭ । ନିକଟରେ ପରମାଣୁ ପରୀକ୍ଷଣ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ପରମାଣୁ ଶକ୍ତି ହାତେଇବା ପାଇଁ ଇରାନ କଳ ବଳ ଲଗାଇ ଦେଇଛି । କିନ୍ତୁ ଆମେରିକା ଏହାକୁ ରୋକିବା ପାଇଁ ଇରାନକୁ ଯୁଦ୍ଧ ଧମକ ଦେଇଛି । ଦୁଇ ଦେଶ ଏନେଇ ଖୁବଶୀଘ୍ର ବୈଠକ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଏହାରି ଭିତରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲି ଖାମନେଇ ରୁଷିଆ ସହ ହାତ ମିଳାଇବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏନେଇ ଖାମନେଇ ନିଜ ଗୁପ୍ତଚର ଅଧିକାରୀଙ୍କୁ ମସ୍କୋ ପଠାଇଛନ୍ତି । ଖାଲି ସେତିକି ନୁହେଁ ପୁଟିନଙ୍କ ଉଦ୍ଧେଶ୍ୟରେ ଏକ ଗୁପ୍ତ ଚିଠି ମଧ୍ୟ ପଠାଇଛନ୍ତି । ଚିଠିରେ କଣ ଅଛା ତାହା ଜଣାପଡିନାହିଁ । କିନ୍ତୁ ଆମେରିକା ବିରୋଧରେ କିଛି ନୂଆ ଚାଲ୍ ଇରାନ ଆରମ୍ଭ କରିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଇରାନର ପରମାଣୁ ଯୋଜନାକୁ ନେଇ ଆମେରିକା ଏବଂ ସାଉଦି ଆରବ ଚିନ୍ତାରେ ପଡ଼ିଯାଇଛନ୍ତି । ଇରାନ ଦୀର୍ଘ ସମୟ ଧରି ପରମାଣୁ ଅସ୍ତ୍ର ତିଆରି କରିବା ଲାଗି ଉଦ୍ୟମ ଚଳାଇଛି । କିନ୍ତୁ ଆମେରିକାର ଧମକ ଏବଂ ପ୍ରତିବନ୍ଧକ ଯୋଗୁ ଇରାନକୁ ପରମାଣୁ ଅସ୍ତ୍ର ନିର୍ମାଣରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
ଆମେରିକାର ଧମକକୁ ଡରୁନି ଇରାନ । ପରମାଣୁ ପରୀକ୍ଷଣ ପାଇଁ ନୂୂଆ ଚାଲ୍ ଖେଳିଲେ ଖାମନେଇ
ପରମାଣୁ ଶକ୍ତି ହାତେଇବା ପାଇଁ ଇରାନ କଳ ବଳ ଲଗାଇ ଦେଇଛି । କିନ୍ତୁ ଆମେରିକା ଏହାକୁ ରୋକିବା ପାଇଁ ଇରାନକୁ ଯୁଦ୍ଧ ଧମକ ଦେଇଛି । ଦୁଇ ଦେଶ ଏନେଇ ଖୁବଶୀଘ୍ର ବୈଠକ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଏହାରି ଭିତରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲି ଖାମନେଇ ରୁଷିଆ ସହ ହାତ ମିଳାଇବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏନେଇ ଖାମନେଇ ନିଜ ଗୁପ୍ତଚର ଅଧିକାରୀଙ୍କୁ ମସ୍କୋ ପଠାଇଛନ୍ତି ।
/kanak/media/media_files/2025/04/18/Y4c07ShGOyWWuNYET7Mt.jpg)