କନକ ବ୍ୟୁରୋ : ଉଦଘାଟନ ପୂର୍ବରୁ ମରାମତି ଖୋଜୁଛି କେନ୍ଦୁଝର ଘଟଗାଁରେ ନିର୍ମାଣ ହୋଇଥିବା ଆଦିବାସୀ ସଂଗ୍ରହାଳୟ। କାର୍ଯ୍ୟ ସରିବାର ବର୍ଷ ବର୍ଷ ପରେ ବି ଉଦଘାଟନ ହୋଇପାରୁନି । ପୂର୍ବରୁ ପୂର୍ତ୍ତ ବିଭାଗ ଅଧୀନରେ ଥିଲା । ବର୍ଷେ ହେଲା ପର୍ଯ୍ୟଟନ ବିଭାଗକୁ ଏହାର ଦାୟିତ୍ବ ହସ୍ତାନ୍ତର କରାଯାଇଛି । ହେଲେ ଏହାର କାର୍ଯ୍ୟକ୍ଷମ କରିବା ଦିଗରେ କାହାର ଧ୍ୟାନ ନାହିଁ । ପ୍ରଶାସନିକ ଉଦାସୀନତା ବା ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହା ଏବେ ପରିଚୟ ହରାଇବାକୁ ବସିଛି ।
ଅଧିକ ପଢ଼ନ୍ତୁ : ଘଟଗାଁ ଅଟେଇ ଜଙ୍ଗଲରେ ଆଜିଠୁ ଆରମ୍ଭ ହେଲା ଜଙ୍ଗଲ ସଫାରୀ । ଶୁଭାରମ୍ଭ କଲେ ସାଂସଦ ଅନନ୍ତ ନାୟକ, ବିଧାୟକ ଅଭିମନ୍ୟୁ ସେଠୀ
ଘଟଗାଁ ମା’ ତାରିଣୀ ମନ୍ଦିର ଠାରୁ ମାତ୍ର କିଛି ବାଟ ଦୂରରେ ୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା ଆଦିବାସୀ ସଂଗ୍ରହାଳୟ । ଉଦ୍ଦେଶ୍ୟ ଥିଲା ଘଟଗାଁକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ତଥା ସଂସ୍କୃତି ଗବେଷକଙ୍କ ନିକଟରେ କେନ୍ଦୁଝରର ଆଦିବାସୀ ଲୋକକଳା, ଜୀବନଯାପନ ଶୈଳୀକୁ ଉପସ୍ଥାପିତ କରିବା । ହେଲେ ତିଆରି ହେବାର ପାଞ୍ଚ ବର୍ଷରୁ ଅଧିକ ସମୟ ବିତିବା ପରେ ବି ଏହା ଲୋକାର୍ପିତ ହୋଇପାରିନି । ବ୍ୟବହାରରେ ଲାଗିବା ପୂର୍ବରୁ ସଂଗ୍ରହାଳୟ କାନ୍ଥ ଫାଟିଗଲାଣି। ହାତ ମାରିଲେ ପ୍ଲାଷ୍ଟର ଛାଡ଼ୁଛି । ଆସବାପତ୍ର ଚୋରି ହେବା ସହ ଲାଇଟ ଭାଙ୍ଗିଗଲାଣି । ଏବେ ସଂଗ୍ରହାଳୟ ପରିସର ଅନାବନା ବୁଦା ଭର୍ତ୍ତି ।
ଅଧିକ ପଢ଼ନ୍ତୁ : କୋରାପୁଟର କଫି ଭଳି କେନ୍ଦୁଝରର ପରିଚୟ ଶାଳପତ୍ର, ଜଙ୍ଗଲରୁ ପତ୍ର ସଂଗ୍ରହ କରି ବ୍ୟବସାୟ କରନ୍ତି ଆଦିବାସୀ
କେନ୍ଦୁଝର ପର୍ଯ୍ୟଟନ ବିଭାଗ ଅଧିକାରୀ ରମେଶ ନାୟକ କହୁଛନ୍ତି, ସଂସ୍କୃତି ବିଭାଗ ବିଭିନ୍ନ ସରଞ୍ଜାମ ଯୋଗାଇଲେ ଏହାର ଉଦଘାଟନ କରାଯିବ । ପ୍ଲାଷ୍ଟର ଛାଡ଼ିଯିବାକୁ ନେଇ ସେ ଠିକାଦାରଙ୍କ ଅବହେଳାକୁ ଦାୟୀ କରିଛନ୍ତି ଏବଂ ସଂଗ୍ରହାଳୟର ଦେଖାରେଖା ପାଇଁ ଜଗୁଆଳିକୁ ନିଯୁକ୍ତି କରିଥିବା ଦର୍ଶାଇଛନ୍ତି। ଅନ୍ୟପଟେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯଥାଶୀଘ୍ର ଏହାକୁ ଖୋଲିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ କେନ୍ଦୁଝର ପାଟଣାରେ ନିର୍ମଳ ମହାନ୍ତ, ମୁଖ୍ୟମନ୍ତ୍ରୀ ବଖାଣିଲେ ୫୦ ବର୍ଷ ତଳର ଆକାଶବାଣୀ ଚେମଣାର କାହାଣୀ
ସଂଗ୍ରହଳୟଟି ଖୋଲା ଯାଇଥିଲେ ଘଟଗାଁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ନିଜର ସ୍ୱତନ୍ତ୍ରତା ଜାହିର କରିପାରିଥାନ୍ତା । ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟକ ସଂଗ୍ରାହଳୟ ବୁଲିବା ସହ ସ୍ଥାନୀୟ ଅର୍ଥନୀତିର ବି ଉନ୍ନତି ହୋଇପାରନ୍ତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/10/knj-2025-12-10-17-47-09.jpg)