କନକ ବ୍ୟୁରୋ : ଘଟଗାଁ ଅଟେଇ ଜଙ୍ଗଲରେ ଆରମ୍ଭ ହେଲା ଜଙ୍ଗଲ ସଫାରୀ । ମା’ ତାରିଣୀ ମନ୍ଦିର ଠାରୁ ୭ କିଲୋମିଟର ଦୂରରେ ଥିବା ଦରଗୁଡ଼ିସିଲାରେ ସଫାରିରେ ବୁଲି ମଜା ନେବେ ପର୍ଯ୍ୟଟକ । ସାଂସଦ ଅନନ୍ତ ନାୟକ, ବିଧାୟକ ଅଭିମନ୍ୟୁ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ, ଡିଏଫଓ ଓ ଏସିଏଫଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇଛି ।
ଅଟେଇ ଜଙ୍ଗଲରେ ସବୁଜିମା ପରିବେଶ, ଜୈବ ବିବିଧତା, ହିଲ ଭ୍ୟୁ ପର୍ଯ୍ୟଟକଙ୍କୁ ଆକର୍ଷତ କରିଥିଏ । ତାରିଣୀ ମନ୍ଦିର ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ବୁଲିବାର ଆଉ ଏକ ପର୍ଯ୍ୟଟନସ୍ଥଳୀ । ତେଣୁ ଜଙ୍ଗଲ ସଫାରୀରେ ବୁଲି ଏହାର ମଜାନେବେ ପର୍ଯ୍ୟଟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/02/RKGaUm28l6rhKJWJjHz7.jpg)