କନକ ବ୍ୟୁରୋ : କଳାହାଣ୍ଡି ଭବାନୀପାଟଣା ବାଦିଲି ଗାଁରେ କଙ୍ଗାରୁ କୋର୍ଟ । ବୃଦ୍ଧଙ୍କୁ ଚପଲ ମାଳ ପିନ୍ଧାଇ ଚଲେଇ ଚଲେଇ ନେଲେ, ଲଣ୍ଡା କଲେ । ଭବାନୀପାଟଣା ସଦର ମହକୁମା ଠାରୁ ମାତ୍ର ୮ କିମି ଦୂର ବାଦିଲି ଗାଁର ଜଣେ ବୃଦ୍ଧ, ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗାଁରେ କାଙ୍ଗାରୁ କୋର୍ଟ ବସିଥିଲା । କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅନୁଯାୟୀ, ବୃଦ୍ଧଙ୍କୁ ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇବାର ଭିଡିଓ ଭାଇରାଲ ହୋଇଛି । ଏହାସହ ତାଙ୍କୁ ଲଣ୍ଡା କରାଯାଇଥିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ହେଲେ ପୁଲିସ ପାଖରେ ଏନେଇ ନାହିଁ କୌଣସି ସୂଚନା ।
ବାଦିଲି ଗାଁର ୱାର୍ଡ ନମ୍ବର୍ ୧୩ର ଜଣେ ମହିଳା ଗତ ୭ ତାରିଖରେ ପାଣି ଆଣିବାକୁ ଯାଇଥିବାବେଳେ ସେତେବେଳେ ସେହି ଗାଁ ର ଜଣେ ବୃଦ୍ଧ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହାକୁ ନେଇ ସେ ପରିବାର ଲକୋଙ୍କ ପାଖରେ ଅଭିଯୋଗ କରିବା ପରେ ପରିବାର ଲୋକ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହାକୁ ନେଇ ଲକ୍ଷ୍ମୀ ପୂଜା ମଣ୍ଡପରେ କାଙ୍ଗାରୁ କୋର୍ଟ ବସିଥିଲା । କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅନୁଯାୟୀ ବୃଦ୍ଧଙ୍କୁ ଲଣ୍ଡା କରାଯାଇ ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇ ଥିଲେ। ଏଥିରେ ଲୋକପ୍ରତିନିଧି ବି ସାମିଲ ହୋଇଥିବା ଅଭିଯୋଗ ହୋଇଛି । କଙ୍ଗାରୁ କୋର୍ଟର ନିଷ୍ପତ୍ତିକୁ ବିରୋଧ କରି ଥାନାକୁ ଯାଇପାରୁ ନାହାଁନ୍ତି । ଗାଁରେ ଲୋକ ପ୍ରତିନିଧିଙ୍କ ପତିଆର ଥିବାରୁ ଘଟଣାକୁ ଚପାଇବା ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ---ପାୱାରଙ୍କ "ପାୱାର ଡିନର'କୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଲଚଲ, ଯୋଗଦେଲେ ଅଜିତ୍ ପାୱାର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/11/kangaroo-court-in-badili-village-2025-12-11-12-08-36.jpg)