Matric Exam Photograph: (Kanak News)
କନକ ବ୍ୟୁରୋ : ଚଳିତ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ହଜାର ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ନେଇ ଲଗାତାର କନକ ନ୍ୟୁଜ ଖବର ପ୍ରସାରଣ କରାଯାଉଛି । ବଲାଙ୍ଗିର ଜିଲ୍ଲାରେ ୭୧୨ଜଣ ଛାତ୍ର ଛାତ୍ରୀ ପେଟ ପାଇଁ ଦାନା ଯୋଗାଡ କରିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି ।
ଅଧିକ ପଢନ୍ତୁ : ପଇସା ନଥିବାରୁ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ର, ମାତ୍ର ୨୦୦ ଟଙ୍କା ପାଇଁ ଦଶମ ପରୀକ୍ଷା ଦେଇପାରିଲେନି
ଏ ନେଇ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତ ସମୟରେ ପ୍ରତିକ୍ରିୟା ରଖିଛନ୍ତି । ସରକାର ଏହାକୁ ନେଇ ଏକ ଡାଟାବେସ୍ ତିଆରି କରୁଛନ୍ତି । କେଉଁ ପରିବାରରୁ କେତେଜଣ କେଉଁଠିକୁ କାମ କରିବାକୁ ଯାଇଛନ୍ତି, ସେମାନଙ୍କ ମଧ୍ୟ ରେ ପାଠପଢା ଛାତ୍ରଛାତ୍ରୀ ଅଛନ୍ତି କି ନାହିଁ ସେ ସବୁ ନିରୀକ୍ଷଣ କରାଯାଉଛି । ସରକାର ଏହା ଉପରେ ପଦକ୍ଷେପ ନେଉଥିବା ମନ୍ତ୍ରୀ କହିଛନ୍ତି ।
Follow Us