କନକ ବ୍ୟୁରୋ:  ପଇସା ନଥିବାରୁ ଜଣେ ମାଟ୍ରିକ ପରୀକ୍ଷା ବଂଚିତ ହେଲେ ଗରିବ ଛାତ୍ର । ମାତ୍ର ୨୦୦ ଟଙ୍କା ପାଇଁ ଦଶମ ପରୀକ୍ଷା ଦେଇପାରିନାହାଁନ୍ତି ଛାତ୍ର। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ସରକାରୀ ହାଇସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି l ହିନ୍ଦୋଳର ରାସୋଳ ସରକାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ମନମାନୀ ପାଇଁ ଜଣେ ଛାତ୍ର ମାଟ୍ରିକ ପରୀକ୍ଷା ଦେବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଗୌତମ ବେହେରା ନାମକ ପଛୁଆ ଜନଜାତି ବର୍ଗର ଗରିବ ପିଲାଟି ମାଟ୍ରିକ ପ୍ରଥମ ଦିନର ପରୀକ୍ଷା ଦେବାରୁ ବଂଚିତ ହୋଇଛି ।  ଏହି ଛାତ୍ର ତାଙ୍କ ଡ୍ରେସ କୋର୍ଡ ଏବଂ ଆଡମିଟ କାର୍ଡ ପାଇ ନଥିବା କାରଣରୁ ପରୀକ୍ଷା କେନ୍ଦ୍ରରୁ କାନ୍ଦି କାନ୍ଦି ଘରକୁ ଫେରିଥିଲେ। ୨୦୦ ଟଂକା ଦେଇ ନ ପାରିବାରୁ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି । 

Advertisment

 ଅଧିକ ପଢନ୍ତୁ; ଶିକ୍ଷା ବ୍ୟବସ୍ଥାରେ ବିକଳ ଚିତ୍ର, ରାଜ୍ୟରେ ପୁଣି ବଢ଼ିଲା ଡ୍ରପଆଉଟ ହାର

ଆଜି ମାଟ୍ରିକ ବୋର୍ଡ ପରୀକ୍ଷାର ଦ୍ବିତୀୟ ବିଷୟ। ଆଜି ଇଂରାଜୀ ଭାଷାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ୩୦୮୨ କେନ୍ଦ୍ରରେ ପରୀକ୍ଷା ହେବାକୁ ଥିବା ବେଳେ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା । ପରୀକ୍ଷାକୁ ଶୃଂଖଳିତ ଭାବେ ସାରିବା ବଡ ଆହ୍ବାନ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରଯାଇଛି। ନୋଡ଼ାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି  ସର୍ଭେଲାନ୍ସରେ ରଖାଯାଇଛି ।

କଂଟ୍ରୋଲ ରୁମ୍‌ରୁ ସ୍ବତନ୍ତ୍ର ଭାବେ ମନିଟରିଂ କରାଯିବ । ୧୩୬୪ କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ହବ୍ ଗୁଡିକ ଏଆଇ ବୈଷୟିକ ଜ୍ଞାନକୌଶଳ ନଜରରେ ରଖାଯାଇଛି । ସବୁ କେନ୍ଦ୍ରକୁ ଜଗିଛି ପୁଲିସ୍ । ସେହିପରି ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ଫୋନ୍ ବାରଣ କରାଯାଇଥିବା ବେଳେ ତ୍ରିସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ହୋଇଛି । ସ୍ପେଶାଲ ଭିଜିଲାନ୍ସ ଟିମ୍ ପରୀକ୍ଷା କେନ୍ଦ୍ରଗୁଡ଼ିକ ପରିଦର୍ଶନ କରିବେ । ପ୍ରଶ୍ନପତ୍ର ଲିକ୍‌କୁ ରୋକିବା ପାଇଁ ପ୍ରଶ୍ନପତ୍ରରେ କ୍ୟୁଆର କୋଡ ଓ ୱାଟର ମାର୍କ ରହିଛି ।