କନକ ବ୍ୟୁରୋ: ଚାଲିଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ପ୍ରଥମ ଦିନ ପରୀକ୍ଷା ପରିଚାଳନାରେ ତ୍ରୁଟି ଅଭିଯୋଗ। ନ୍ୟାୟ ଦାବିରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ବାରସ୍ଥ । ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁରରୁ। ଆଉ ଆଣିଛନ୍ତି ପରୀକ୍ଷାର୍ଥୀ ଓ ଅବିଭାବକ । କଣ ହେବ ପରୀକ୍ଷା ଫଳାଫଳ ଓ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ? କନକ ନ୍ୟୁଜର ବିଶେଷ ରିପୋର୍ଟ ।
ମାଟ୍ରିକ ପରୀକ୍ଷା ପରିଚାଳନାରେ ତ୍ରୁଟି ଅଭିଯୋଗ
ଭୁଲ ପ୍ରଶ୍ନପତ୍ର ଦେଇ ସମୟ ନଷ୍ଟ କରିଥିବା ଅଭିଯୋଗ
ପିଲାଙ୍କ ଭବିଷ୍ୟତ ସହ ଖେଳୁଛି କିଏ?
କ’ଣ ହେବ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ?
ଅଧିକ ପଢ଼ନ୍ତୁ : ବିଳମ୍ବିତ ରାତିରେ ଖାଉଛନ୍ତି କି ? ଭୋଗିପାରନ୍ତି ଏହି ସମସ୍ୟା
ବ୍ରହ୍ମପୁର ସହରର ସିଟି ହାଇସ୍କୁଲ ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ହୋଇଛି କ୍ୱିନ୍ ମିସନ ହାଇସ୍କୁଲ । ତେବେ ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷାରେ ଉକ୍ତ କେନ୍ଦ୍ରରେ ପରିଚାଳନା ଗତ ତ୍ରୁଟି ହୋଇଥିବା ଅଭିଯୋଗ ଆସିଛି । ପ୍ରାୟ ୧୬ଜଣ ଛାତ୍ରଙ୍କୁ ପ୍ରଥମେ ଭୁଲ ପ୍ରଶ୍ନପତ୍ର ଓ ପରେ ଠିକ ପ୍ରଶ୍ନପତ୍ର ଦେଇ ସଂଶୋଧନ ଲାଗି ବାଟ ଦେଖାଯାଇଛି । କିନ୍ତୁ ସୁଧାରିବା ଲାଗି ନଷ୍ଟ ହୋଇଥିବା ସମୟ ଦିଆଯାଇନଥିବା ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ ।
ତେବେ ପରିଚାଳନା ଗତ ତ୍ରୁଟିରୁ ନ୍ୟାୟ ପାଇବା ଲାଗି ଅଭିଭାବକଙ୍କ ସହ ପରୀକ୍ଷାର୍ଥୀମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏବେ ପିଲାଙ୍କ ପରୀକ୍ଷା ଫଳ ଓ ଭବିଷ୍ୟତକୁ ନେଇ ଚିନ୍ତାରେ ଅବିଭାବକ । ସେପଟେ ଘଟଣାର ତଦନ୍ତ କରାଯିବ ବୋଲି ଫୋନ ଯୋଗେ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/22/metric-exam-2026-02-22-19-35-30.jpg)