କଳାହାଣ୍ଡି ମକାଚାଷୀଙ୍କ ଭରସା ଛତିଶଗଡ଼,  ମଣ୍ଡି ନଥିବାରୁ ବାହାର ରାଜ୍ୟର ବ୍ୟବସାୟୀଙ୍କୁ କମ୍‌ ମୂଲ୍ୟରେ ବିକି କ୍ଷତି ସହୁଛନ୍ତି ଚାଷୀ

Advertisment

ମଣ୍ଡି ନଥିବାରୁ ବାହାର ରାଜ୍ୟର ବ୍ୟବସାୟୀଙ୍କୁ କମ୍‌ ମୂଲ୍ୟରେ ବିକି କ୍ଷତି ସହୁଛନ୍ତି ଚାଷୀ । ଧାନ ଓ କପା ପରେ କଳାହାଣ୍ଡିର ଅନ୍ୟତମ ଅର୍ଥକରୀ ଫସଲ ମକା ।

ମଣ୍ଡି ନଥିବାରୁ ବାହାର ରାଜ୍ୟର ବ୍ୟବସାୟୀଙ୍କୁ କମ୍‌ ମୂଲ୍ୟରେ ବିକି କ୍ଷତି ସହୁଛନ୍ତି ଚାଷୀ । ଧାନ ଓ କପା ପରେ କଳାହାଣ୍ଡିର ଅନ୍ୟତମ ଅର୍ଥକରୀ ଫସଲ ମକା ।

corn farming

corn farming Photograph: (KanakNews)

କନକ ବ୍ୟୁରୋ:  କଳାହାଣ୍ଡି ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ମକା ଚାଷ ପ୍ରଚୁର ପରିମାଣର ହୋଇଥାଏ । ଏହି ଚାଷ କମ୍‌ ସମୟରେ ଭଲ ଅମଳ ଦେଇଥାଏ । ଚାଷୀଙ୍କୁ ପ୍ରାୟ ୪ ମାସ ସମୟ ଲାଗିଥାଏ । ଚାଷୀ ୧ ଏକର ଜମିରେ ୨୦ ହଜାର ଟଙ୍କା ବିନିଯୋଗ କରି ଅକ୍ଲାନ୍ତ ପରିଶ୍ରମ କରନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକରେ ଭଲ ଫସଲ ହୋଇଥିବା ବେଳେ ଚାଷୀ ଭଲ ରୋଜଗାରର ଆଶା ରଖନ୍ତି । ହେଲେ ମଣ୍ଡି ସୁବିଧା ନଥିବାରୁ ଛତିଶଗଡ଼ ବ୍ୟବସାୟୀଙ୍କୁ ବାଧ୍ୟ ହୋଇ ବିକ୍ରି କରୁଛନ୍ତି ଚାଷୀ ।

ଅଧିକ ପଢନ୍ତୁ:  ଛତିଶଗଡ଼ ଭରସାରେ ଓଡ଼ିଶାର ମକା ଚାଷୀ ; ମକା ବିକ୍ରି ପାଇଁ ନାହିଁ ସରକାରୀ ମଣ୍ଡି

ଧାନ ଓ କପା ପରେ କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅର୍ଥକରୀ ଫସଲ ହେଉଛି ମକା । ବିଶେଷକରି ପାହାଡିଆ ଅଞ୍ଚଳ ଓ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଥିବା ଆଦିବାସୀ ବହୁଳ ଗାଁ ମାନଙ୍କରେ ମକାଚାଷ ବହୁଳ ଭାବରେ ହୋଇଥାଏ। ମକାଚାଷ କରି ସ୍ୱାବଲମ୍ବୀ ହେବାର ସ୍ୱପ୍ନ ଦେଖୁଥିବା ଚାଷୀ ମଣ୍ଡି ବ୍ୟବସ୍ଥା ନଥିବାରୁ ଅଭାବି ବିକ୍ରିର ଶିକାର ହେଉଛନ୍ତି । ଏହି ସମସ୍ୟା ଚାଷୀଙ୍କର ବର୍ଷ ବର୍ଷ ଧରି ଲାଗି ରହିଛି । ସରକାର ବଦଳିବା ପରେ ମଧ୍ୟ ବଦଳି ନାହିଁ କଳାହାଣ୍ଡି ମକାଚାଷୀ ଦୁଃଖ । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଧାନ ଓ କପା ମଣ୍ଡିରେ ଚାଷୀ ବିକ୍ରି କରିବା ବ୍ୟବସ୍ଥା ମଧ୍ୟ ରହିଛି । ସରକାର ବଦଳିବା ପରେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ମକାମଣ୍ଡି ନହେବା ଘଟଣା ଚାଷୀଙ୍କ ମନରେ ଅନେକ ପ୍ରଶ୍ନବାଚି ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe