କନକ ବ୍ୟୁରୋ: ଛତିଶଗଡ଼ ବେପାରୀଙ୍କ ଭରସାରେ ଓଡ଼ିଶାର ମକା ଚାଷୀ । ଛତିଶଗଡ଼ୀ ବେପାରୀଙ୍କ ଉପରେ ନିର୍ଭର କରୁଛି ଚାଷୀଙ୍କ ଆୟ । କଳାହାଣ୍ଡି ଜିଲ୍ଲାର ଚାଷୀମାନେ ଏବର୍ଷ ମଧ୍ୟ ତାଙ୍କ ଉତ୍ପାଦିତ ମକା ବିକ୍ରି ପାଇଁ ଛତିଶଗଡ଼ର ବେପାରୀଙ୍କ ଉପରେ ନିର୍ଭର କରୁଛନ୍ତି । ଜିଲ୍ଲାର ଅଧିକାଂଶ ବ୍ଲକରେ ମକା ଚାଷ କରାଯାଏ । କିନ୍ତୁ ଏଠାରେ ଆବଶ୍ୟକ ମଣ୍ଡି ଅଭାବରୁ ସବୁବର୍ଷ ଚାଷୀଙ୍କ ମକାକୁ ଛତିଶଗଡ଼ୀ ବ୍ୟବସାୟୀମାନେ କମ୍ ମୂଲ୍ୟରେ କିଣି ଲାଭବାନ ହେଉଥିବା ବେଳେ ଚାଷୀର କିନ୍ତୁ ବେହାଲ ସ୍ଥିତି ।
କଳାହାଣ୍ଡି ଜିଲ୍ଲାର ପ୍ରାୟତଃ ପାହାଡ଼ିଆ ଅଞ୍ଚଳରେ ପର୍ଯ୍ୟାପ୍ତ ମକା ଚାଷ ହୋଇଥାଏ । ମକା ଚାଷ ପାଇଁ ଚାଷୀଙ୍କୁ ପ୍ରାୟ ୪ ମାସ ସମୟ ଲାଗେ । ଗୋଟିଏ ଏକର ଜମିରେ ଚାଷ ପାଇଁ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପରିଶ୍ରମ ବି ପ୍ରବଳ ପଡ଼େ । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ସବୁବର୍ଷ ଭଲ ଫସଲ ହୁଏ । ଫସଲକୁ ଦେଖି ଚାଷୀ ବେଶ୍ ଭଲ ପଇସା ପାଇବେ ବୋଲି ଆଶା ବାନ୍ଧିଥିବା ବେଳେ ରାଜ୍ୟ ସରକାର ଏଠାରେ ମଣ୍ଡି କରୁନାହାନ୍ତି । ଏଣୁ ଜିଲ୍ଲାର ମକାକୁ ଛତିଶଗଡ଼ର ବ୍ୟବସାୟୀମାନେ କମ୍ ମୂଲ୍ୟରେ କିଣି ବିକ୍ରି କରି ବେଶ୍ ଲାଭବାନ ହେଉଛନ୍ତି । ହେଲେ କଳାହାଣ୍ଡି ଚାଷୀ କିନ୍ତୁ କ୍ଷତି ସହୁଛନ୍ତି ।
ଅଧିକ ପଢ଼ନ୍ତୁ--ଧାନ ପରେ ଏବେ ମକାର ଅଭାବୀ ବିକ୍ରି; ଚାଷୀକୁ ମିଳୁନି ଉଚିତ ମୂଲ୍ୟ
ଧାନ ଓ କପା ପରେ କଳାହାଣ୍ଡି ଜିଲ୍ଲାର ଅନ୍ୟ ଅର୍ଥକାରୀ ଫସଲ ହେଉଛି ମକା । ବିଶେଷ କରି ପାହାଡ଼ିଆ ଅଞ୍ଚଳ ଓ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଥିବା ଆଦିବାସୀ ବହୁଳ ଗ୍ରାମରେ ବହୁଳ ଭାବରେ ଚାଷ ହୁଏ ମକା । ମକା ଚାଷ କରି ସ୍ୱାବଲମ୍ବୀ ହେବାର ସ୍ୱପ୍ନ ଦେଖୁ ଥିବା ଚାଷୀ ସବୁବର୍ଷ ମଣ୍ଡି ବ୍ୟବସ୍ଥା ନ ଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନାମାନ କରୁଛନ୍ତି । କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ମଧ୍ୟ ବଦଳି ନାହିଁ କଳାହାଣ୍ଡି ଜିଲ୍ଲା ମକା ଚାଷୀଙ୍କ ସମସ୍ୟା । ଫଳରେ ଚିନ୍ତାରେ ଅଛନ୍ତି ଅଞ୍ଚଳର ମକା ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/06/maize-farming-2025-12-06-16-53-22.jpg)