କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ମକା ଚାଷ ପ୍ରଚୁର ପରିମାଣର ହୋଇଥାଏ । ଏହି ଚାଷ କମ୍ ସମୟରେ ଭଲ ଅମଳ ଦେଇଥାଏ । ଚାଷୀଙ୍କୁ ପ୍ରାୟ ୪ ମାସ ସମୟ ଲାଗିଥାଏ । ଚାଷୀ ୧ ଏକର ଜମିରେ ୨୦ ହଜାର ଟଙ୍କା ବିନିଯୋଗ କରି ଅକ୍ଲାନ୍ତ ପରିଶ୍ରମ କରନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକରେ ଭଲ ଫସଲ ହୋଇଥିବା ବେଳେ ଚାଷୀ ଭଲ ରୋଜଗାରର ଆଶା ରଖନ୍ତି । ହେଲେ ମଣ୍ଡି ସୁବିଧା ନଥିବାରୁ ଛତିଶଗଡ଼ ବ୍ୟବସାୟୀଙ୍କୁ ବାଧ୍ୟ ହୋଇ ବିକ୍ରି କରୁଛନ୍ତି ଚାଷୀ ।
ଅଧିକ ପଢନ୍ତୁ: ଛତିଶଗଡ଼ ଭରସାରେ ଓଡ଼ିଶାର ମକା ଚାଷୀ ; ମକା ବିକ୍ରି ପାଇଁ ନାହିଁ ସରକାରୀ ମଣ୍ଡି
ଧାନ ଓ କପା ପରେ କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅର୍ଥକରୀ ଫସଲ ହେଉଛି ମକା । ବିଶେଷକରି ପାହାଡିଆ ଅଞ୍ଚଳ ଓ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଥିବା ଆଦିବାସୀ ବହୁଳ ଗାଁ ମାନଙ୍କରେ ମକାଚାଷ ବହୁଳ ଭାବରେ ହୋଇଥାଏ। ମକାଚାଷ କରି ସ୍ୱାବଲମ୍ବୀ ହେବାର ସ୍ୱପ୍ନ ଦେଖୁଥିବା ଚାଷୀ ମଣ୍ଡି ବ୍ୟବସ୍ଥା ନଥିବାରୁ ଅଭାବି ବିକ୍ରିର ଶିକାର ହେଉଛନ୍ତି । ଏହି ସମସ୍ୟା ଚାଷୀଙ୍କର ବର୍ଷ ବର୍ଷ ଧରି ଲାଗି ରହିଛି । ସରକାର ବଦଳିବା ପରେ ମଧ୍ୟ ବଦଳି ନାହିଁ କଳାହାଣ୍ଡି ମକାଚାଷୀ ଦୁଃଖ । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଧାନ ଓ କପା ମଣ୍ଡିରେ ଚାଷୀ ବିକ୍ରି କରିବା ବ୍ୟବସ୍ଥା ମଧ୍ୟ ରହିଛି । ସରକାର ବଦଳିବା ପରେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ମକାମଣ୍ଡି ନହେବା ଘଟଣା ଚାଷୀଙ୍କ ମନରେ ଅନେକ ପ୍ରଶ୍ନବାଚି ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/21/corn-farming-2025-12-21-21-11-18.png)