ଶିକ୍ଷିତ ବେକାରଙ୍କୁ ଚାକିରି ପ୍ରଲୋଭନ ; ଲୋଭ ଦେଖାଇ କୋଟି କୋଟି ଲୁଟ୍

Advertisment

ଚାକିରି ଖଣ୍ଡେ ପାଇବା ପାଇଁ ଶିକ୍ଷିତ ବେକାରୀ ସଂଘର୍ଷ କରୁଥିବାର ସୁଯୋଗ ନେଇ ଚୁନା ଲଗାଇଛି ଠକ ସଂସ୍ଥା । ଜଣେ କି ଦୁଇ ଜଣ ନୁହେଁ ଗଞ୍ଜାମ ଜିଲ୍ଲାର ପାଖାପାଖି ହଜାରେ ଚାକିରି ଆଶାୟୀଙ୍କୁ ଶ୍ରୀଜଗନ୍ନାଥ ହ୍ୟୁମାନ ଏମ୍‌ପାୱାରମେଣ୍ଟ ଟ୍ରଷ୍ଟ ନାମକ ସଂସ୍ଥା ଲୁଟିଛି ।

ଚାକିରି ଖଣ୍ଡେ ପାଇବା ପାଇଁ ଶିକ୍ଷିତ ବେକାରୀ ସଂଘର୍ଷ କରୁଥିବାର ସୁଯୋଗ ନେଇ ଚୁନା ଲଗାଇଛି ଠକ ସଂସ୍ଥା । ଜଣେ କି ଦୁଇ ଜଣ ନୁହେଁ ଗଞ୍ଜାମ ଜିଲ୍ଲାର ପାଖାପାଖି ହଜାରେ ଚାକିରି ଆଶାୟୀଙ୍କୁ ଶ୍ରୀଜଗନ୍ନାଥ ହ୍ୟୁମାନ ଏମ୍‌ପାୱାରମେଣ୍ଟ ଟ୍ରଷ୍ଟ ନାମକ ସଂସ୍ଥା ଲୁଟିଛି ।

fraud

fraud Photograph: (kanak news)

କନକ ବ୍ୟୁରୋ : ବେକାରଙ୍କୁ ଚାକିରି ଲୋଭ ଦେଖାଇ ଠକେଇ । ଭଲ ଚାକିରି ଓ ଦରମା ପ୍ରଲୋଭନ ଦେଖାଇ ହଜାରେରୁ ଅଧିକ ଶିକ୍ଷିତଙ୍କୁ କୋଟି କୋଟି ଟଙ୍କା ଚୂନ ଲଗାଇଛି ଶ୍ରୀଜଗନ୍ନାଥ ହ୍ୟୁମାନ ଏମ୍‌ପାୱାରମେଣ୍ଟ ଟ୍ରଷ୍ଟ ନାମକ ଏକ ଠକ ସଂସ୍ଥା । ଲୁଟ୍‌ ଟଙ୍କାରେ ବୁଲି ବୁଲି ଅଏସ କଲେ, ଆଉ ଲୁଚିଲେ । ଶେଷରେ ପୁଲିସ ବିଛାଇଥିବା ଜାଲରେ ପଡ଼ି ଜେଲ୍ ଗଲେ । 

ଚାକିରି ଖଣ୍ଡେ ପାଇବା ପାଇଁ ଶିକ୍ଷିତ ବେକାରୀ ସଂଘର୍ଷ କରୁଥିବାର ସୁଯୋଗ ନେଇ ଚୁନା ଲଗାଇଛି ଠକ ସଂସ୍ଥା । ଜଣେ କି ଦୁଇ ଜଣ ନୁହେଁ ଗଞ୍ଜାମ ଜିଲ୍ଲାର ପାଖାପାଖି ହଜାରେ ଚାକିରି ଆଶାୟୀଙ୍କୁ ଶ୍ରୀଜଗନ୍ନାଥ ହ୍ୟୁମାନ ଏମ୍‌ପାୱାରମେଣ୍ଟ ଟ୍ରଷ୍ଟ ନାମକ ସଂସ୍ଥା ଲୁଟିଛି । ଅଭିଯୋଗ ଅନୁସାରେ ଜିଲ୍ଲାର ପ୍ରାୟ ୮୦୦ ଆଶାୟୀଙ୍କ ଠାରୁ ଜଣପିଛା ୧୨,୫୦୦ ଟଙ୍କା ନେଇଛି । ସେହିଭଳି ପ୍ରାୟ ୨୦୦ଜଣଙ୍କ ଠାରୁ ଜଣପିଛା ୨୦ହଜାର ଟଙ୍କା ଉକ୍ତ ଠକ ସଂସ୍ଥା ନେଇ ନିଯୁକ୍ତି ପତ୍ର ଦେଇଥିଲା । ତେବେ ନିଯୁକ୍ତି ପତ୍ର ନକଲି ଜାଣିବା ପରେ ଟଙ୍କା ଫେରାଇବାକୁ ଦାବି କରିଥିଲେ ଚାକିରି ଆଶାୟୀ । ହେଲେ, କାର୍ଯ୍ୟାଳୟରେ ତାଲା ପକାଇ ଫେରାର ହୋଇଯାଇଥିଲେ ସଂସ୍ଥାର କର୍ମଚାରୀ । 

ଅଧିକ ପଢ଼ନ୍ତୁ---ଏବର୍ଷ ଓଡ଼ିଶାରୁ ବାହାରିବେନି OAS! ଆଶାୟୀଙ୍କ ସ୍ବପ୍ନ ଭାଙ୍ଗିଦେଲା ଓପିଏସ୍‌ସି

ଅଭିଯୋଗ ପରେ ଠକ ସଂସ୍ଥାର ୩ଜଣଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ଥାନା ପୁଲିସ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ସଂସ୍ଥାର ନିର୍ଦ୍ଦେଶକ ତଥା ଭଦ୍ରକ ଅଞ୍ଚଳର ସ୍ମୃତିପ୍ରଭା ମହାନ୍ତି, ପରିଚାଳନା ନିର୍ଦ୍ଦେଶକ ତଥା ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳର ସୁକାନ୍ତି ଦାସ ଓ ସଂସ୍ଥାର ମୁଖ୍ୟ ତଥା ଖୋର୍ଦ୍ଧା ଅଞ୍ଚକର ପ୍ରଶାନ୍ତ ବେହେରା ଅଛନ୍ତି । ସେମାନଙ୍କ ଠାରୁ ଏକାଧିକ ବ୍ୟାଙ୍କ୍ ପାସ୍‌ବୁକ୍, ମୋବାଇଲ, ଏଟିଏମ୍, ଲାପଟପ୍, ପ୍ରିଣ୍ଟର, ମନି ରିସିପ୍ଟ ଖାତା ଓ ନକଲି ନିଯୁକ୍ତି ପତ୍ର ଜବତ ହୋଇଛି । ଠକଙ୍କ ପ୍ରତି ସାବଧାନ ରହିବା ଲାଗି ସଚେତନ କରାଯାଉଛି । କିନ୍ତୁ ବେକାର ସମସ୍ୟା ଯୁବପିଢ଼ିଙ୍କୁ ଏଭଳି ଠକାମୀର ଶିକାର ଆଡ଼କୁ ଟାଣି ନେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe