କନକ ବ୍ୟୁରୋ : ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ପାଇଁ ପ୍ରକାଶିତ ବିଜ୍ଞପ୍ତି ଲକ୍ଷାଧିକ ଆଶାୟୀଙ୍କୁ ଝଟକା ଦେଇଛି । କାରଣ ବିଜ୍ଞପ୍ତିରେ ଓଏଏସ୍, ଓଆର୍ଏସ୍, ଓଏଫ୍ଏସ୍ ପାଇଁ ନାହିଁ ଗୋଟିଏ ବି ପଦ । ଗୋଟିଏ ପଟେ ସରକାର କହୁଛନ୍ତି ଫାଙ୍କା ପଡିଥିବା ପଦରେ ନିଯୁକ୍ତି ଦେବୁ । ଅନ୍ୟପଟେ ବିଭାଗ କହୁଛି, ଆମ ବିଭାଗରେ ଫାଙ୍କା ନାହିଁ ପଦବୀ । ବର୍ଷ ବର୍ଷର ଏ ସଂଘର୍ଷ କେବଳ ଓଏଏସ୍ ହେବା ପାଇଁ । ଏଥିପାଇଁ ଦିନରାତି କରିଦେଇଥିଲେ ଏକ । ହେଲେ ଏମାନଙ୍କ ଓଏଏସ ଅଫିସର ହେବା ସ୍ବପ୍ନକୁ ଧୂଳିସାତ କରିଦେଇଛି ସରକାରଙ୍କ ତ୍ରୁଟି । ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ପ୍ରକାଶିତ ଏହି ବିଜ୍ଞପ୍ତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କମ, ନିରୁତ୍ସାହିତ ଅଧିକ କରିଛି । କାରଣ ଏଥର ଓଡ଼ିଶାରୁ ବାହାରିବେନି ଓଏଏସ୍, ଓଆର୍ଏସ୍, ଓଏଫ୍ଏସ୍ । ଫାଙ୍କା ପଡିଥିବା ୩୧୪ ପଦ ମଧ୍ୟରୁ ଏହି ୩ ଶ୍ରେଣୀ ପାଇଁ ବାହାରିନି ଗୋଟିଏ ବି ପଦ । ଯାହାକୁ ନେଇ ଲକ୍ଷାଧିକ ମେଧାଙ୍କ ମଧ୍ୟରେ ଅସନ୍ତୋଷ ସହ ହତାଶା ଭାବ ଦେଖିବାକୁ ମିଳିଛି ।
ଓଏଏସ, ଓଆରଏସ, ଓଏଫଏସ ପଦକୁ ବାଦ୍ ଦେଇ ପ୍ରକାଶିତ ବିଜ୍ଞପ୍ତି ପଛରେ ରହିଛି ବିଭାଗୀୟ କେଁ । ମନଇଚ୍ଛା ବିଭିନ୍ନ କ୍ୟାଡରକୁ ପଦୋନ୍ନତି ଦେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରସ୍ତୁତ ନିୟମକୁ ଫୁ କରି ଉଡାଇ ଦେଇଛନ୍ତି ଅର୍ଥ ଓ ରାଜସ୍ବ ବିଭାଗ । ପଦୋନ୍ନତି ବିବାଦ କୋର୍ଟରେ ଥିବାରୁ କାହାକୁ ପଦୋନ୍ନତି ମିଳୁନି । ଯାହାଫଳରେ ବିଭାଗସ୍ତରରେ ମୂଳ ପଦବୀ ଖାଲି ହେଉନି । ତେଣୁ ବିଭାଗ ଦେଇଥିବା ତାଲିକା ଅନୁଯାୟୀ, ଏହି ୩ ଶ୍ରେଣୀକୁ ବାଦ୍ ଦେଇ ବିଜ୍ଞପ୍ତି ପ୍ରକାଶ କରିଥିବା କହିଛି ଓପିଏସ୍ସି । ବିଜ୍ଞପ୍ତିକୁ ନେଇ ଓପିଏସ୍ସି ନିଜ ଉପରୁ ଦୋଷ ଝାଡିଦେଇଛି । ହେଲେ ପ୍ରଶ୍ନ ଉଠୁଛି, ବିଭାଗ ଭିତରେ ସମନ୍ବୟର ଅଭାବ ପାଇଁ କାହିଁକି ନିଜ ସ୍ବପ୍ନ ସହ ସାଲିସ କରିବେ ଆଶାୟୀ ?
ଅଧିକ ପଢ଼ନ୍ତୁ---ମୋହନଙ୍କ କରିଡରରେ ୫ ପ୍ରଭାବଶାଳୀ ; ବାବୁ ହେମନ୍ତ ଶର୍ମା ହେଲେ ସଙ୍କଟ ମୋଚକ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/02/ocs-2026-01-02-19-31-11.jpg)