କନକ ବ୍ୟୁରୋ : ଗାଁ ଗାଁରେ ମାଟି କାମ ହେଉଥିବା ମନରେଗା ଯୋଜନା ସ୍ଥାନ ନେବ ଜି-ରାମ- ଜି । ଲୋକସଭାରେ ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଆଜି ପାରିତ ହୋଇଛି ଏହି ବିଲ୍ । ମୁଖ୍ୟତଃ ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାଁ ରଖା ନଯିବାକୁ ନେଇ ବିରୋଧୀ ଜୋରଦାର ପ୍ରତିବାଦ କରିଛନ୍ତି । ତେବେ ଜାଣନ୍ତୁ କ’ଣ ଏହି ନୂଆ ବିଲ୍, କାହିଁକି ଏତେ ବିରୋଧ । ପ୍ରବଳ ବିରୋଧ ସତ୍ବେ ଲୋକସଭାରେ ପାରିତ ହୋଇଛି ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାରଏଣ୍ଡ ଆଜୀବାକା ମିଶନ (ଗ୍ରାମୀଣ) ବିଲ୍ -୨୦୨୫ । ଗୃହରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ବିଲ ଉପସ୍ଥାପନ କରିବା ପରେ ଆରମ୍ଭ ହୋଇଯାଇଥିଲା ହଙ୍ଗାମା । ବିରୋଧୀଙ୍କ ନାରାବାଜି ଭିତରେ ପାରିତ ହୋଇଥିଲା ବିଲ୍ । 

Advertisment

ବିଲ୍ ପାରିତ ହେବା ପରେ କପି ଫାଡ଼ିଥିଲେ ବିରୋଧୀ ସାଂସଦ ।  ମୋଦୀ ସରକାର ନୂଆ ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାଁ କାଟି ବାପୁଙ୍କ ଅପମାନିତ କରିଛନ୍ତି କହି ନାରାବାଜି କରିଥିଲେ । ମନରେଗା ଯୋଜନାକୁ ଦୁର୍ବଳ କରିବାକୁ ଏହା ମୋଦୀ ସରକାରଙ୍କ ଷଡ଼୍ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି । ସଫେଇ ଦେଇ ଶିବରାଜ ସିଂହ ଚୌହାନ କହିଛନ୍ତି, ୨୦୦୯କୁ ଦୃଷ୍ଟିରେ ରଖି ନରେଗା ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ାଯାଇଥିଲା । 

ଅଧିକ ପଢ଼ନ୍ତୁ---ଲୋକସଭାରେ ‘ଭିବି-ଜି ରାମ୍‌ ଜି’ ବିଲ୍‌ ଆଗତ ;କଂଗ୍ରେସର ପ୍ରବଳ ବିରୋଧ

ଆଗକୁ ୨୦ବର୍ଷ ପୁରୁଣା ମନରେଗାର ସ୍ଥାନ ନେବ ଭିବି-ଜି-ରାମ-ଜି । ନୂଆ ଯୋଜନାରେ  ୧୦୦ ଦିନ ବଦଳରେ ୧୨୫ ଦିନ ରୋଜଗାର ମିଳିବ । ଆଗରୁ କେନ୍ଦ୍ର ସରକାର ମନରେଗା ଅଧୀନରେ ଖର୍ଚ୍ଚ ବହନ କରୁଥିଲେ , ଏବେ ରାଜ୍ୟଗୁଡ଼ିକୁ ବି ୧୦ରୁ ୪୦ ପ୍ରତିଶତ ଖର୍ଚ୍ଚ ଦେବାକୁ ପଡ଼ିବ । ଫସଲ ଚାଷ ଓ ଅମଳ ସମୟରେ ୬୦ ଦିନ ଦିଆଯିବନି ରୋଜଗାର । ଜି-ରାମ-ଜି ଲାଗୁ ହେଲେ ସବୁ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ବୋଝ ପଡ଼ିବାର ଆଶଙ୍କା ରହିଛି ।