କନକ ବ୍ୟୁରୋ: ନବୀନ ବାବୁ ବହୁତ ଧନୀ ଲୋକ। ତାଙ୍କର ଦରମା ଆବଶ୍ୟକତା ନାହିଁ। ସେ ସେଥିପାଇଁ ଦରମା ମନା କରିଥିବେ। ତାଙ୍କ ବାପା ବିଜୁ ପଟ୍ଟନାୟକ ମଧ୍ୟ ଦରମା ନେଇନଥିଲେ। ଏସବୁ ଡ୍ରାମା, ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି। ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ଆଉ ଭତ୍ତା ନ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିବା ପରେ, କିଛି ଏଭଳି କଥା କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।
ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବୀନ ବାବୁ ନିଜେ ଯେମିତି ଦରମା ନେବାକୁ ନିଜେ ମନା କଲେ, ସେମିତି ଦଳର ବିଧାୟକଙ୍କ ପାଇଁ ବି ଏହା ଲାଗୁ କରିଥିଲେ ଭଲ ହେଇଥାନ୍ତା । ତା ସହିତ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ବିଧାୟକଙ୍କ ଦରମା ବଢ଼େଇବାକୁ ନିଜେ ଦାବି କରିଥିଲେ । ଆଉ ଏଥିରେ ନବୀନଙ୍କର ମଧ୍ୟ ସମର୍ଥନ ଥିଲା । ଏମିତି କି ଯେଉଁଦିନ ବିଲ୍ ବିଧାନସଭାରେ ପାସ୍ ହେଲା, ସେଦିନ ନବୀନ ବିଧାନସଭାରେ ରହି ଏହାର ବିରୋଧ ବି କରିପାରିଥାନ୍ତେ ବୋଲି କହିଛନ୍ତି ଜୟ ନାରାୟଣ । ଯାହାକୁ ନେଇ ସରଗରମ ହୋଇଛି ଓଡ଼ିଶା ପଲିଟିକ୍ସ ।
ଆହୁରି ପଢ଼ନ୍ତୁ : ମୋକିମଙ୍କ ଚିଠି ପରେ ଭକ୍ତଙ୍କ ସିଧା ଜବାବ : କହିଲେ ଯାହାଙ୍କୁ ଭଲ ଲାଗୁନି ସେମାନେ ଅନ୍ୟ ଦଳକୁ ଯାଆନ୍ତୁ
ଏପଟେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ବିଜେଡି ବିଧାୟକ ଦରମା ଛାଡିବା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛି ବି ନିର୍ଦ୍ଦେଶ ଦେଇନାହାଁନ୍ତି । ବିଜେଡି ଏହି ବିଲକୁ ସମର୍ଥନ କରିଛି, ତେଣୁ ବିରୋଧ କରିବାର ପ୍ରଶ୍ନ ଉଠୁନି । ହେଲେ ଯେଉଁ କଥା ଚର୍ଚ୍ଚା ହେଉଛି ସେହି କଥା କିନ୍ତୁ ସତ ନୁହେଁ । ଦରମା ବଢ଼ିନି, ବରଂ ଅନ୍ୟ ସବୁ ଖର୍ଚ୍ଚ ବଢ଼ିଛି । ଦରମା ବଢ଼ାଯିବା ନିଷ୍ପତିକୁ ଯଥାର୍ଥ ବୋଲି କହିବା ସହିତ ବିଜେଡି ଏନେଇ ଦାବି କରୁଥିଲା, ଆଉ ଏହି ବିଲକୁ ବିଜେଡି ସମର୍ଥନ କରିଛି ବୋଲି କହିଛନ୍ତି ଗଣେଶ୍ୱର ବେହେରା ।
ସୂଚନାଯୋଗ୍ୟ ଯେ, ବିଧାନସଭାରେ ବିଧାୟକଙ୍କ ଦରମା ବଢାଇବା ନେଇ ବିଲ୍ ପାସ୍ ହୋଇସାରିଛି । ହେଲେ ତାହାରି ଭିତରେ କିନ୍ତୁ ଶନିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ବର୍ଦ୍ଧିତ ଦରମା ନ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଦେଇଛନ୍ତି । ଏହି ଟଙ୍କାକୁ ଗରିବ ଲୋକଙ୍କ ହିତରେ ଖର୍ଚ୍ଚ କରିବାକୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/14/naveen-salary-2025-12-14-12-50-28.jpg)