କନକବ୍ୟୁରୋ : କଂଗ୍ରେସରେ ମହମ୍ମଦ ମୋକିଙ୍କ ଚିଠି ଝଡ଼ । କିଛି ଦିନ ତଳେ ସୋନିଆ ଗାନ୍ଧୀଙ୍କୁ ମୋକିମ ଚିଠି ଲେଖିଥିଲେ । ସେହି ପ୍ରସଙ୍ଗରେ ଆଜି ଦିଲ୍ଲୀରୁ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖି ମୋକିଙ୍କୁ କଟାକ୍ଷ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । କହିଛନ୍ତି ଯେଉଁ ନେତାମାନେ ବିଜେପି ସଂପର୍କରେ ଅଛନ୍ତି, ସେମାନେ ବିଜେପି ଚାଲିଯିବା ଉଚିତ । ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବହୁ ପରିଶ୍ରମ କରି ଦଳକୁ ଆଗକୁ ନେଉଛନ୍ତି । ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଉଚିତ୍ ନୁହେଁ ବୋଲି କହିଛନ୍ତି ଭକ୍ତ ଚରଣ ଦାସ ।
ମାଲକାନଗିରିରେ ପୁଣି ୩୬ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା
କିଛି ଦିନ ତଳେ ମହମ୍ମଦ ମୋକି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ପିସିସି ସଭାପତିଙ୍କ ଉପରେ ବର୍ଷିଥିଲେ । ଲେଖିଥିଲେ ବର୍ତମାନର ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ଯାଇ ପାରିବ ନାହିଁ । ସେହିପରି ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱ ଉପରେ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ । ସେହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭକ୍ତଚରଣ ଦାସ । ସେପଟେ କଟକର ପ୍ରମୁଖ ନେତାମାନେ ଏବେ ନିଜ ନିଜ ଦଳରେ ବିଦ୍ରୋହୀ । ବିଭିନ୍ନ କାରଣରୁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ମଙ୍ଗୁଆଳ ନେତା ନିଜ ନିଜର ସ୍ଥିତିକୁ ନେଇ ଅସନ୍ତୁଷ୍ଟ ।
କଂଗ୍ରେସର ମହମ୍ମଦ ମୋକିମ, ସୁରେଶ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ ହୁଅନ୍ତୁ କି ବିଜେଡିର ଦେବାଶିଷ ସାମନ୍ତରାୟ, ପ୍ରଭାତ ତ୍ରିପାଠୀ କିମ୍ବା ପ୍ରଭାତ ରଞ୍ଜନ ବିଶ୍ବାଳ, ଏମାନେ ନିଜ ଦଳରେ ଖୁସି ନାହାନ୍ତି । ଶାସକ ଦଳ ବିଜେପି ଭିତରେ ବି ବରିଷ୍ଠ ନେତାମାନଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ । କିନ୍ତୁ ଦଳ ଶାସନରେ ଥିବାରୁ, ନିଜର ଭବିଷ୍ୟତ ଆଶାରେ ଏହି ବରିଷ୍ଠ ନେତାମାନେ ବାହାରକୁ ନିଜର ଅସନ୍ତୋଷ ପ୍ରକାଶ କରୁ ନାହାନ୍ତି। ପୂର୍ବତନ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍ ଗଲା ଦୁଇ ମାସ ଭିତରେ ଦୁଇଟି ଚିଠି ଲେଖିଲେଣି ।
ପ୍ରଥମ ଚିଠି ନୂଆପଡ଼ା ଉପନିର୍ବାଚନ ଫଳାଫଳ ପରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ମନ୍ତବ୍ୟକୁ ନେଇ ସେ ଲେଖିଥିଲେ। ଦ୍ବିତୀୟ ଚିଠି ସେ ସିଧାସଳଖ ସୋନିଆ ଗାନ୍ଧୀଙ୍କୁ ଲେଖିଛନ୍ତି। ସୋନିଆଙ୍କୁ ଲେଖିଥିବା ଚିଠିରେ ସେ ଶରତ ପଟ୍ଟନାୟକ, ଭକ୍ତଚରଣ ଦାସଙ୍କଠାରୁ ଆରମ୍ଭ କରି ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି । ମୋକିମଙ୍କ ନେତୃତ୍ବରେ କଂଗ୍ରେସ ଲଗାତାର ଦୁଇଟି ନିର୍ବାଚନରେ ବାରବାଟୀ-କଟକ ବିଧାନସଭା ଆସନରେ ବିଜୟୀ ହୋଇଛି। ବାରବାଟୀ-କଟକରେ ମୋକିମଙ୍କ ଝିଅ ସୋଫିଆ ଫିରଦୋସ ଏବେ ବିଧାୟିକା ।
କିନ୍ତୁ ମୋକିମଙ୍କୁ ଦଳ ସାଙ୍ଗଠନିକ କ୍ଷେତ୍ରରେ ଯେଉଁଭଳି ଗୁରୁତ୍ବ ଦେବା କଥା ତାହା ଦେଉ ନଥିବାରୁ, ତାହା ତାଙ୍କ ଅସନ୍ତୋଷର କାରଣ ବୋଲି କୁହାଯାଉଛି । କଂଗ୍ରେସରେ ସୁରେଶ ମହାପାତ୍ର, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ମାନସ ଚୌଧୁରୀ, ଦେବେନ୍ଦ୍ର ସାହୁଙ୍କ ଭଳି ନେତାମାନେ ବି ସନ୍ତୁଷ୍ଟ ବୋଲି କହି ହେବ ନାହିଁ । ଦେବାଶିଷ, ମୋକିମ, ପ୍ରଭାତଙ୍କ ଅସନ୍ତୋଷ ଏବେ କଟକ ରାଜନୀତିରେ ଖୁବ୍ଶୀଘ୍ର ବଦଳିବାକୁ ଯାଉଥିବା ଚିତ୍ରର ସଙ୍କେତ ବୋଲି କୁହାଯାଉଛି ।
ସେପଟେ ଭୋଟ ଚୋରିକୁ ନେଇ ଆଜି ଦିଲ୍ଲୀରେ ଗର୍ଜିବ କଂଗ୍ରେସ । ରାମଲୀଲା ମଇଦାନରେ ହେବ ବଡ଼ ବିକ୍ଷୋଭ ଓ ପ୍ରତିବାଦ ସଭା । ସେଥିପାଇଁ ଦିଲ୍ଲୀର ରାମଲୀଲା ମୈଦାନରେ କଂଗ୍ରେସ ନେତା ଓ କର୍ମୀଙ୍କ ଭିଡ଼ ଜମିବା ଆରମ୍ଭ ହେଲାଣି। ବିକ୍ଷୋଭ, ପ୍ରତିବାଦ ସଭା ପରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦେବାକୁ ପ୍ରସ୍ତୁତି ଚାଲିଛି ।
ରାଲିକୁ ସମ୍ୱୋଧିତ କରିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ସେହିପରି ରାଲିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କେସି ବେଣୁଗୋପାଳ, ଜୟରାମ ରମେଶ, ସଚିନ ପାଇଲଟ ଭଳି ବରିଷ୍ଠ କଂଗ୍ରେସ ନେତା ଓ ସବୁ ସାଂସଦ ସାମିଲ ହେବେ। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବା ସମ୍ଭାବନା ରହିଛି ।
ରାଲି ପୂର୍ବରୁ ସବୁ ନେତା, ସାଂସଦ କଂଗ୍ରେସ ମୁଖ୍ୟାଳୟର ଇନ୍ଦିରା ଭବନରେ ଏକାଠି ହୋଇ ରାମଲୀଲା ମଇଦାନକୁ ଶୋଭାଯାତ୍ରାରେ ବାହାରିବେ । ସଂସଦରୁ ସଡ଼କ ଯାଏଁ ଭୋଟି ଚୋରି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛି କଂଗ୍ରେସ । କଥିତ ଭୋଟ ଚୋରି ପ୍ରସଙ୍ଗରେ ଆଜି ବଡ଼ ପ୍ରଦର୍ଶନ କରିବାକୁ ଯାଉଛି ଦଳ।
ଏଥିରେ ଗାନ୍ଧୀ ପରିବାରର ତିନି ସଦସ୍ୟଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ କଂଗ୍ରେସ ଶାସିତ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। କଂଗ୍ରେସର ଅଭିଯୋଗ ନିର୍ବାଚନ ପ୍ରକ୍ରିୟାରେ ବଡ଼ଧରଣ ଅନିୟମିତତା ହେଉଛି । ସରକାର ଓ ନିର୍ବାଚନ କମିସନ ମିଳିମିଶି ଦେଶରେ ଗଣତନ୍ତ୍ରକୁ ଦୁର୍ବଳ କରୁଛନ୍ତି । ଏହି ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ସଚେତନ କରିବାକୁ ଏବଂ ସରକାର ସହ ନିର୍ବାଚନ କମିସନ ଉପରେ ଚାପ ପକାଇବାକୁ ବଡ଼ ରାଲିରୁ ଆୟୋଜନ କରୁଛି କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/14/28-2025-12-14-12-04-00.jpg)