କନକ ବ୍ୟୁରୋ :  ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ବଞ୍ଚୋ ନାଇକ ସାହିରେ ବ୍ୟାପିବାରେ ଲାଗିଛି ଜଣ୍ଡିସ୍ । ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନେକ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ନାଇକ ସାହିରେ ୩୦ରୁ ଉର୍ଦ୍ଧ୍ଵ ପରିବାର ବାସ କରୁଥିବା ବେଳେ ସେମାନଙ୍କ ପାଇଁ ୩ଟି ନଳକୂପ ଅଛି ।

Advertisment

ଅଧିକ ପଢନ୍ତୁ : ସ୍କୁଲ ପାଲଟିଛି ଜଣ୍ଡିସ୍ ହଟ୍‌ସ୍ପଟ୍ ! କାମଳରେ ପଡ଼ି କଲବଲ ପିଲା !

ମାତ୍ର ଗତ କିଛିଦିନ ହେଲା ନଳକୂପରପାଣି ଦୂଷିତ ହୋଇଯାଇଥିବାରୁ ଲୋକେ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଗ୍ରାମରେ ପହଞ୍ଚି ସମସ୍ତ ନଳକୂପ ଗୁଡିକୁ ସିଲ କରିବା ସହ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଣର ବ୍ୟବସ୍ଥା କରିଛନ୍ତି । ତୁରନ୍ତ ଡାକ୍ତରୀ ଦଳ ଗାଁକୁ ପଠାଇ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ।