କନକ ବ୍ୟୁରୋ : ଖୋର୍ଦ୍ଧା ଗୁରୁଜଙ୍ଗ ଜବାହାର ନବୋଦୟ ବିଦ୍ୟାଳୟ କ୍ୟାମ୍ପସରେ ଜଣ୍ଡିସ୍ ବ୍ୟାପିବା ଘଟଣା । ନିଲମ୍ବନ ହେଲେ ପ୍ରିନ୍ସିପାଲ କବିତା କର । ଭାଇସ୍ ପ୍ରିନ୍ସିପାଲ୍ ନୃସିଂହ ଚରଣ ଚକ୍ରଙ୍କୁ ଭାରପ୍ରାପ୍ତ ପ୍ରିନ୍ୟପାଲ୍ ଦାୟିତ୍ବ ଭାର ଦିଆଯାଇଛି । ନବୋଦୟ ବିଦ୍ୟାଳୟ ସମିତି କର୍ତୃପକ୍ଷ ଏନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ନିଲମ୍ବିତ ପ୍ରିନ୍ସପାଲ୍ ଶ୍ରୀମତୀ କରଙ୍କୁ ଭୋପାଳ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ।
ଅଧିକ ପଢନ୍ତୁ : ମହିଳାଙ୍କ ସହ ଦୁଷ୍କର୍ମ : ଗର୍ଭାଶୟ କାଢ଼ିନେଲେ , ଶରୀରରେ ସିଗାରେଟ୍ ଚେଙ୍କ
ବିଦ୍ୟାଳୟ କର୍ତୃପକ୍ଷଙ୍କର ଘୋର ଅବହେଳା କାରଣରୁ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପକ ରୂପ ନେଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, କଥା ଖୋର୍ଦ୍ଧାରୁ ଦିଲ୍ଲୀ ଯାଏ ଯାଇଥିଲା। ଦିଲ୍ଲୀ ଟିମ୍, ଭୋପାଳ ଟିମ୍ ଆସି କ୍ୟାମ୍ପସ୍ ପରିସ୍ଥିତି ଯାଞ୍ଚ କରିବାକୁ ବାଧ୍ୟ ହୋଇଥିଲେ । ପ୍ରାୟ ୯୦ରୁ ଅଧିକ ବିଦ୍ୟାର୍ଥୀ, ସ୍କୁଲ୍ କର୍ମଚାରୀ ଜଣ୍ଡିସ୍ କବଳରେ ଆକ୍ରାନ୍ତ ହୋଇଥିଲେ । ସଂକ୍ରମଣ ବଢ଼ିବା ହେବା କାରଣରୁ ସ୍କୁଲ୍ କର୍ତୃପକ୍ଷ ବିଦ୍ୟାଳୟକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/04/principal-2026-02-04-07-59-32.jpg)