କନକ ବ୍ୟୁରୋ : ହରିୟାଣାରେ ସବୁ ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଛି । ସରକାର ବିରୋଧୀ ହାୱା ଓ ମାଳ ମାଳ ପ୍ରସଙ୍ଗ ସତ୍ୱେ ଏଠାରେ ବିଜେପିକୁ ହରାଇ ପାରିନାହିଁ କଂଗ୍ରେସ । ବିଜେପି ପୁଣିଥରେ ରାଜ୍ୟରେ ହ୍ୟାଟ୍ରିକ ମାରିଛି । ମୋଟ ୯୦ ଆସନ ମଧ୍ୟରୁ ବିଜେପିକୁ ବହୁମତ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ମିଳିସାରିଛି । ବିଜେପି ୪୮ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୩୭ ଆସନରେ ଆଗୁଆ ଅଛି । ସ୍ୱାଧୀନ ଓ ଅନ୍ୟ ଦଳ ୫ ଆସନରେ ଆଗୁଆ ଅଛନ୍ତି । ଜେଜେପି ଓ ଆଇଏନଏଲଡି ଭଳି ଆଞ୍ଚଳିକ ଦଳ ମୂଳପୋଛ ହୋଇଯାଇଛି ।
Election Results Live Updates : ହରିୟାଣାରେ ବିଜେପିର ହ୍ୟାଟ୍ରିକ । ଜାମ୍ମୁ-କାଶ୍ମୀରରେ ମେଣ୍ଟ ମ୍ୟାଜିକ ।
ଜାମ୍ମୁ-କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନର ରେଜଲ୍ଟ ଆଜି ପ୍ରକାଶ ପାଇଛି । ହରିୟାଣାରେ ସବୁ ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଛି । ସରକାର ବିରୋଧୀ ହାୱା ଓ ମାଳ ମାଳ ପ୍ରସଙ୍ଗ ସତ୍ୱେ ଏଠାରେ ବିଜେପିକୁ ହରାଇ ପାରିନାହିଁ କଂଗ୍ରେସ । ବିଜେପି ପୁଣିଥରେ ରାଜ୍ୟରେ ହ୍ୟାଟ୍ରିକ ମାରିଛି ।
-
Oct 08, 2024 08:25 ISTକେଉଁଠି କିଏ କେତେ ସିଟରେ ଆଗୁଆ?
ହରିୟାଣା (90/90) BJP CONG INLD OTH 48 37 02 03 ଜାମ୍ମୁକାଶ୍ମୀର (90/90) BJP CONG+ PDP OTH 29 47 03 11 -
Oct 08, 2024 22:40 ISTକାହିଁକି ହରିୟାଣାରେ ହାଟ୍ରିକ୍ ମାରିଲା ବିଜେପି ? କାମ ଦେଲା କି ମୁଖ୍ୟମନ୍ତ୍ରୀ ବଦଳାଇବା ଫର୍ମୂଲା ?
କାହିଁକି ହରିୟାଣାରେ ହାଟ୍ରିକ୍ ମାରିଲା ବିଜେପି ? କାମ ଦେଲା କି ମୁଖ୍ୟମନ୍ତ୍ରୀ ବଦଳାଇବା ଫର୍ମୂଲା ? #HaryanaElectionResult #Congress #BJP
Posted by Kanak News on Tuesday, October 8, 2024 -
Oct 08, 2024 17:46 ISTଲଗାତାର ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଠନ କରିବାକୁ ଯାଉଛି ବିଜେପି
-
Oct 08, 2024 16:43 ISTଯଦି କଂଗ୍ରେସ କେଜ୍ରିୱାଲଙ୍କ ସହ ମେଣ୍ଟ କରିଥାନ୍ତା....
ହରିୟାଣା ଫଳାଫଳକୁ ନେଇ ବରିଷ୍ଠ ସାମ୍ବାଦିକଙ୍କ ମତ । କହିଲେ, କଂଗ୍ରେସ ଅତ୍ୟଧିକ ଆତ୍ମବିଶ୍ୱାସ ହୋଇଗଲା । ଯଦି କଂଗ୍ରେସ କେଜ୍ରିୱାଲଙ୍କ ସହ ମେଣ୍ଟ କରିଥାନ୍ତା, ତେବେ କିଛି ଫାଇଦା ହୋଇପାରିଥାନ୍ତା । #Haryana #ElectionResults #Congress
Posted by Kanak News on Tuesday, October 8, 2024 -
Oct 08, 2024 15:37 ISTବିଧାୟକ ହେବେ ଦେଶର ଧନୀ ମହିଳା ସାବିତ୍ରୀ ଜିନ୍ଦଲ
-
Oct 08, 2024 14:23 ISTବାଜି ମାରିଲେ ବିନେଶ୍
ବାଜି ମାରିଲେ ବିନେଶ୍ । କୁସ୍ତି ପରେ ଏବେ ରାଜନୀତିରେ କଲେ କମାଲ । ଚିତପଟାଙ୍ଗ ହେଲେ ପ୍ରତିଦ୍ୱନ୍ଦ୍ୱି ଯୋଗେଶ ବୈରାଗୀ ।
-
Oct 08, 2024 14:10 ISTଓମାର ଅବଦୁଲ୍ଲା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ !
ଓମାର ଅବଦୁଲ୍ଲା, ଜମ୍ମୁ- କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ! ଦୃଢତାର ସହ ବିଜୟ ପଥରେ କଂଗ୍ରେସ , ଏନସି ଯୋଡି
-
Oct 08, 2024 13:00 ISTହରିୟାଣାରେ ବିଜେପି ମାରିବ କି ହାଟ୍ରିକ୍?
କନକ ବ୍ୟୁରୋ: ହରିୟାଣାରେ ହାଟ୍ରିକ ମାରିବ କି ବିଜେପି? ପୁଣି ରାଜ୍ୟରେ ଗଢାହେବ କି ବିଜେପି ସରକାର? ହରିୟାଣା ନିର୍ବାଚନ ଫଳାଫଳ ନେଇ ଆସୁଥିବା ଟ୍ରେଣ୍ଡରେ ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ରହିଥିବାରୁ, ଏଭଳି କିଛି ଚର୍ଚ୍ଚା ଆରମ୍ଭ ହେଇଛି । ଖାଲି ସେତିକି ନୁହେଁ, ପୂର୍ବର ସବୁ ରେକର୍ଡକୁ କାଟି, ବିଜେପି ଏଥର ହରିୟାଣାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରେ ବୋଲି ମଧ୍ୟ କଥା ଉଠିଲାଣି । ପୂରା ଷ୍ଟୋରୀ ପଢିବା ପାଇଁ କ୍ଲିକ୍ କରନ୍ତୁ...
-
Oct 08, 2024 12:09 ISTଦେଶର ସବୁଠୁ ଧନୀ ମହିଳା ଭୋଟରେ ଆଗୁଆ
-
Oct 08, 2024 11:21 ISTଜାମ୍ମୁକାଶ୍ମୀର; ଟ୍ରେଣ୍ଡରେ ଏନସି-କଂଗ୍ରେସ ମେଣ୍ଟକୁ ବହୁମତ
ଜାମ୍ମୁକାଶ୍ମୀରରେ କିଏ ଗଢିବ ସରକାର; ଟ୍ରେଣ୍ଡରେ ଏନସି-କଂଗ୍ରେସ ମେଣ୍ଟକୁ ବହୁମତ, ପଛରେ ପଡିଲା ବିଜେପି#ResultsWithKanakNews #HariyanaElectionResult #JammuAndKashmirElection2024 #ElectionResults #Odisha #KanakNews https://t.co/5ShsJt11pN
— Kanak News (@kanak_news) October 8, 2024 -
Oct 08, 2024 10:53 ISTହରିୟାଣାରେ ବଦଳିଲା ଗଣିତହରିୟାଣାରେ ବଦଳିଲା ଗଣିତ; ଆଗେଇଲା ବିଜେପି, ପଛରେ ପଡିଲା କଂଗ୍ରେସ । ବିଜେପି ୪୭ ଆସନରେ ଆଗୋଉଥିବାବେଳେ ୩୫ ଆସନରେ ଆଗରେ କଂଗ୍ରେସ
-
Oct 08, 2024 10:18 ISTକନକ ନ୍ୟୁଜ୍ LIVE
-
Oct 08, 2024 10:08 IST୩୮ ଆସନରେ ଆଗଉଛି ବିଜେପି
ହରିୟାଣାରେ ବର୍ତ୍ତମାନ ଟ୍ରେଣ୍ଡ୍ ଅନୁସାରେ ୩୮ ଆସନରେ ଆଗଉଛି ବିଜେପି, ୪୪ ଆସନରେ କଂଗ୍ରେସ ଆଗୁଆ , ୫ ଆସନରେ ଅନ୍ୟ ଦଳ ।
-
Oct 08, 2024 09:55 ISTବିଜେପିକୁ ଡବଲ୍ ଝଟକା!
-
Oct 08, 2024 09:49 ISTହରିୟାଣାରେ କଂଗ୍ରେସ ୪୪ ସିଟରେ ଆଗୁଆ
ଆସୁଛି ଟ୍ରେଣ୍ଡ । ହରିୟାଣାରେ କଂଗ୍ରେସ ୪୪ ସିଟରେ ଆଗୁଆ, ବିଜେପି ୩୮ ସିଟରେ ଆଗୁଆ । ଅନ୍ୟାନ୍ୟ କେବଳ ୫ଟି ସିଟରେ ଆଗୁଆ
-
Oct 08, 2024 09:49 ISTହରିୟାଣାରେ ଧାଉଁଛି କଂଗ୍ରେସ
#ହରିୟାଣାରେ_ଧାଉଁଛି_କଂଗ୍ରେସ
— Kanak News (@kanak_news) October 8, 2024
ହରିୟାଣାରେ କଂଗ୍ରେସକୁ ବହୁମତ । ଟ୍ରେଣ୍ଡରେ ବହୁ ଆଗରେ କଂଗ୍ରେସ । ୯୦ ରୁ ୬୧ ଆସନରେ ଆଗରେ କଂଗ୍ରେସ #ResultsWithKanakNews #HariyanaElectionResult #ElectionResults #KanakNews pic.twitter.com/HDTC6TRtdy -
Oct 08, 2024 09:25 ISTହରିୟାଣାରେ ୭୩ ସିଟରେ କଂଗ୍ରେସ ଆଗୁଆ
ହରିୟାଣାରେ ଜୋରସୋରରେ ଆଗୁଆ ଚାଲିଛି କଂଗ୍ରେସ । ଏବେଯାଏଁ ଟ୍ରେଣ୍ଡ ଅନୁସାରେ ୭୩ ସିଟରେ କଂଗ୍ରେସ ଆଗୁଆ, ପଛରେ ପଡିଛି ବିଜେପି ।
-
Oct 08, 2024 08:57 ISTଜମ୍ମୁ-କାଶ୍ମୀରରେ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ୍
#ଜମ୍ମୁ_କାଶ୍ମୀରରେ_ଆସିଲା_ପ୍ରାରମ୍ଭିକ_ଟ୍ରେଣ୍ଡ୍
— Kanak News (@kanak_news) October 8, 2024
ପ୍ରାରମ୍ଭିକ ଟ୍ରେଣ୍ଡରେ କଡ଼ା ଟକ୍କର । ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର୍ ଫାଇଟ୍ । କଂଗ୍ରେସକୁ ୧୮ , ବିଜେପିକୁ ୧୫ ଆସନ #KanakNews #JammuAndKashmir #AssemblyElectionResults2024 pic.twitter.com/GjOLpsgJsP -
Oct 08, 2024 08:57 ISTହରିୟାଣାରେ ଆଗରେ କଂଗ୍ରେସହରିୟାଣାରେ ଆଗରେ କଂଗ୍ରେସ ; ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁସାରେ କଂଗ୍ରେସ ୫୪ ଆସନରେ ଆଗୁଆ ଥିବାବେଳେ ବିଜେପି ୨୧ ସିଟରେ ଆଗୁଆ
-
Oct 08, 2024 08:34 ISTପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ
ଆରମ୍ଭ ହେଲା ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପେନ୍ଦ୍ର ସିଂହ ହୁଡ୍ଡା ଆଗରେ । ହରିୟାଣାରେ ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ।
-
Oct 07, 2024 22:05 ISTସକାଳ ୯ଟା ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡ ଆସିବା ସମ୍ଭାବନା
-
Oct 07, 2024 21:53 ISTସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ
ଅକ୍ଟୋବର ୮ ତାରିଖ ସକାଳୁ ଭୋଟ୍ ଗଣତି ଆରମ୍ଭ ହେବ । ଆଉ ଧୀରେ ଧୀରେ ପ୍ରାରମ୍ଭିକ ଟ୍ରେଣ୍ଡ ଆସିବା ଆରମ୍ଭ ହେବ । ତେଣୁ ଏହି ଦୁଇ ବିଧାନସଭା ନିର୍ବାଚନର ଫଳାଫଳ ଜାଣିବା ପାଇଁ କନକ ନ୍ୟୁଜ୍ ସହ ଯୋଡି ହେଇ ରୁହନ୍ତୁ, ଆଉ ଦେଖନ୍ତୁ ଆମର ଲାଇଭ୍ ଅପଡେଟସ୍...
-
Oct 07, 2024 21:51 ISTଚମକେଇ ଦେଇଥିଲା ଏକଜିଟ୍ ପୋଲ୍
ଏକଜିଟ୍ ପୋଲରେ ଏହି ଦୁଇ ବିଧାନସଭାର ରେଜଲ୍ଟ ସମସ୍ତଙ୍କୁ ଚମକେଇ ଦେଇଥିଲା । ଅଧିକାଂଶ ଏକଜିଟ୍ ପୋଲରେ ହରିୟାଣାରେ କଂଗ୍ରେସ ସରକାର ଗଢିବ ବୋଲି ପୂର୍ବାନୁମାନ କରୁଥିବାବେଳେ, ଜାମ୍ମୁକାଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟକୁ ବଡ ସଫଳତା ମିଳିବ ବୋଲି କୁହାଯାଇଛି । ତେଣୁ ଏକଜିଟ୍ ପୋଲ୍ ଏକଜାଟ୍ ପୋଲରେ ବଦଳୁଛି କି ନାହିଁ, ତା ଉପରେ ନିଶ୍ଚୟ ନଜର ରହିବ ।