କନକ ବ୍ୟୁରୋ: ନିର୍ବାଚନ ଜିତିଲେ ଦେଶର ଧନୀ ମହିଳା । ନା ବିଜେପି, ନା କଂଗ୍ରେସ ସମସ୍ତଙ୍କୁ ପଛରେ ପକାଇ ବିଧାୟକ ହେବେ ସ୍ୱାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ । ହରିୟାଣାର ହିସାର ଆସନରୁ ସାବିତ୍ରୀ ଜିନ୍ଦଲ ୧୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ରାମ ନିୱାସ ରାରାଙ୍କୁ ସେ ପରାସ୍ତ କରିଛନ୍ତି । ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଶିଳ୍ପପତି ତଥା ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା । ସେ ଦେଶର ସବୁଠାରୁ ଧନୀ ମହିଳା ଭାବେ ମଧ୍ୟ ପରିଚିତ । 

Advertisment

ହିସାରରୁ ବିଜେପି ଟିକେଟ ପାଇଁ ଆଶାୟୀ ଥିଲେ ସାବିତ୍ରୀ ଜିନ୍ଦଲ । ହେଲେ ଶେଷ ସମୟ ଯାଏଁ ଅପେକ୍ଷା କରି ସେ ନିରାଶ ହେବା ପରେ ସେ ବାଧ୍ୟ ହୋଇ ସ୍ୱାଧୀନରେ ଛିଡା ହୋଇଥିଲେ । କଂଗ୍ରେସ ଟିକେଟରେ ଦୁଇ ଥର ବିଧାନସଭା ନିର୍ବାଚିତ ହୋଇଛନ୍ତି ସାବିତ୍ରୀ ଜିନ୍ଦଲ । ଭୂପିନ୍ଦର ସିଂ ହୁଡ୍ଡାଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଗତ ମାର୍ଚ୍ଚ ମାସରେ ପୁଅ ନବୀନ ଜିନ୍ଦଲଙ୍କ ସହ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । 

ହିସାର ବିଧାନସଭା ଆସନକୁ ଜିନ୍ଦଲ ପରିବାରର ଗଡ କୁହାଯାଏ । କାରଣ ଏହି ଆସନରୁ ସାବିତ୍ରୀ ଜିନ୍ଦଲଙ୍କ ସ୍ୱାମୀ ଓମ ପ୍ରକାଶ ଜିନ୍ଦଲ ୩ଥର ନିର୍ବାଚିତ ହୋଇଥିବା ବେଳେ ସାବିତ୍ରୀ ଜିନ୍ଦଲ ଥରେ ନିର୍ବାଚିତ ହୋଇଛନ୍ତି । କହିବାକୁ ଗଲେ ଏହି ଆସନରେ ୨୦ ବର୍ଷ ଧରି ଜିନ୍ଦଲ ପରିବାରର ଦବଦବା ରହିଥିଲା । ବର୍ତ୍ତମାନ ପୁଣି ଏହି ଆସନ ଜିନ୍ଦଲ ପରିବାରର ହାତକୁ ଆସିଛି ।