Hospital Photograph: (kanak news)
କନକ ବ୍ୟୁରୋ : ଯାଜପୁର ଜିଲ୍ଲାରେ ଅସୁସ୍ଥ ହୋଇଛି ସ୍ବାସ୍ଥ୍ୟସେବା । କାରଖାନା, ଲଘୁ ସଂପଦ ଓ ଖଣିରେ ଭରପୂର ଜିଲ୍ଲାରେ ଖଣିଜ ପାଣ୍ଠିର ଅଭାବ ନାହିଁ । କିନ୍ତୁ ଜିଲ୍ଲାର ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିପାରିନାହିଁ । ମେଡିକାଲ କଲେଜ ଓ ହସ୍ପିଟାଲ ଅଛି ହେଲେ ସସମ୍ୟା ଦୂର ହେବାର ସ୍ବପ୍ନ ଆଜି ପର୍ଯ୍ୟନ୍ତ ସାକାର ହୋଇପାରି ନାହିଁ। ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟ ବ୍ୟତୀତ ମୁଖ୍ୟ ଚିକିତ୍ସାଳୟ ଉପରେ ୩ଟି ଜିଲ୍ଲାର ରୋଗୀ ସେବା ପାଇଁ ନିର୍ଭର କରୁଥିବା ବେଳେ ଡାକ୍ତର ସମେତ ଆବଶ୍ୟକୀୟ ବ୍ୟବସ୍ଥାର ଅଭାବ ରହିଛି, ଯାହାକି ବିକଶିତ ଜିଲ୍ଲାରେ ଆଜି ବି ରୋଗୀ ସେବା ରୁଗ୍ଣ ଅବସ୍ଥାରେ ରହିଛି । ଭଲ ସେବା ଆଶାରେ ମେଡିକାଲ କଲେଜକୁ ନେଇ ଖୁସି ହେଉଥିବା ଜିଲ୍ଲାବାସୀଙ୍କୁ ଉଦଘାଟନର ୧୦ ମାସ ପରେ ବି ଆନ୍ତଃବିଭାଗ ଚିକିତ୍ସା ସେବା ମିଳିବାରେ ବିଳମ୍ବ, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ପଦାରେ ପକାଉଛି ।
ମହାରାଜା ଯଯାତି କେଶରୀ ମେଡିକାଲ କଲେଜର ପରିକଳ୍ପନା ଓ ନିର୍ମାଣକୁ ନୂଆ ସରକାର ଗତ ୨୦୨୫ ଫେବ୍ରୁଆରି ୮ ତାରିଖରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ । ଉଦଘାଟନକୁ ୧୦ ମାସ ବିତିଥିଲେ ବି ଏଠାରେ ମାତ୍ର ୩ଟି ମାନସିକ, ଚର୍ମ ଓ ମେଡିସିନ୍ ବହିଃବିଭାଗ କାର୍ଯକ୍ଷମ ହୋଇପାରିଛି । କିନ୍ତୁ ଅନ୍ତଃବିଭାଗ ସେବା ଆରମ୍ଭ ନହୋଇ ଆଣ୍ଟେଇଛି । ଯାଜପୁର ଜିଲ୍ଲାର ୧୭୮୧ ଗାଁ ମଧ୍ୟରେ ସରକାରୀ ଭାବେ ଲୋକସଂଖ୍ୟା ୧୮ ଲକ୍ଷରୁ ଅଧିକ । ବର୍ତ୍ତମାନର ସ୍ଥିତି ୨୦ ଲକ୍ଷ ଟପିଛି । ଏହି ଅଞ୍ଚଳ ଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ପାଇଁ ସରକାର ୧୨ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୬୦ ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଯଯାତିକେଶରୀ ମେଡିକାଲ କଲେଜ, ମୁଖ୍ୟ ଚିକିତ୍ସାଳୟ ସହାୟତାରେ ରୋଗୀ ସେବା କରିବାକୁ ବ୍ୟବସ୍ଥା କରିଛନ୍ତି । ହେଲେ ଡାକ୍ତର ଅଭାବ ରୋଗୀସେବାକୁ ତଳସ୍ତରକୁ ନେଇଯାଉଛି ।
ଅଧିକ ପଢ଼ନ୍ତୁ--ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଶିକ୍ଷାଦାନ ଓ ରୋଗୀ ସେବା ଉଦ୍ଦେଶ୍ୟରେ ପ୍ରଫେସର,ଆସିଷ୍ଟାଣ୍ଟ ପ୍ରଫେସର ଓ ଟ୍ୟୁଟରଙ୍କୁ ମିଶାଇ ୧୨୦ ରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ମିଳିଥିଲେ ବି ମେଡିକାଲ କଲେଜର ସ୍ବାସ୍ଥ୍ୟସେବା ରୋଗୀଙ୍କୁ ସେପରି ଆକୃଷ୍ଟ କରିପାରିନାହିଁ । ଫଳରେ ଆଜି ବି କୌଣସି ଗୁରୁତର ରୋଗୀଙ୍କୁ ତୁରନ୍ତ କଟକ ରେଫର କରାଯାଉଛି । ଅନ୍ୟପଟେ ମେଡିକାଲ କଲେଜରେ ସ୍ବାସ୍ଥ୍ୟ ସେବା ଆରମ୍ଭ ହୋଇନଥିବା ବେଳେ ନିଯୁକ୍ତ ଡାକ୍ତରମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରିବାର ନିର୍ଦ୍ଦେଶ ରହିଛି । ତଥାପି ନୂଆ କରି ଜିଲ୍ଲାବାସୀଙ୍କ ବିଶ୍ବାସ ଜିତିବାକୁ ଆସିଥିବା କିଛି ଡାକ୍ତର ସହରର ବିଭିନ୍ନ ନର୍ସିଂ ହୋମ, କ୍ଲିନିକରେ ରୋଗୀ ଦେଖିବା ଆରମ୍ଭ କରିଦେଲେଣି । ତେବେ ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମୁହଁ ଖୋଲୁନଥିବା ବେଳେ ମେଡିକାଲ କଲେଜର ହସିପଟାଲରେ କେବେ ଇନଡୋର ସେବା ଖୋଲି ରୋଗୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ମିଳିବ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Follow Us