କନକ ବ୍ୟୁରୋ : ନୂଆପଡ଼ାରେ ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଭଲ ନାହିଁ । ଲକ୍ଷ ଲକ୍ଷ ଲୋକ କେମିତି ପାଉଛନ୍ତି ସ୍ୱାସ୍ଥ୍ୟସେବା ? ଏ ପ୍ରଶ୍ନ ଏଇଥିପାଇଁ ଉଠୁଛି ଯେ ନୂଆପଡ଼ା ଏବଂ ରାୟପୁରରେ ଥିବା ଘରୋଇ ହସ୍ପିଟାଲକୁ କ୍ୟାସଲେସ ଚିକିତ୍ସାରେ ଅନ୍ତର୍ଭୁକ୍ତ କରାଯାଇନାହିଁ ବୋଲି ଆପତ୍ତି ଉଠିଛି । ଏକଥା ଆମେ କହୁନୁ, ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳଙ୍କୁ ଗୋଟିଏ ଚିଠି ଲେଖି ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଆଙ୍କିଛନ୍ତି ।
ଆଉ ସପ୍ତାହେ ରହିଲା ନୂଆପଡ଼ା ଭୋଟ । ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି । ହେଲେ ସିଇଓଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଚିଠିରେ ନୂଆପଡ଼ା ସ୍ୱାସ୍ଥ୍ୟ ସେବାର ଏକ ବିକଳଚିତ୍ର ସାମ୍ନାକୁ ଆସିଛି । ଚିଠିରେ ଉଲ୍ଲେଖ ଥିବା ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ନୂଆପଡ଼ା ଓ ପଡ଼ୋଶୀ ରାଜ୍ୟର ରାଜଧାନୀ ରାୟପୁରର କୌଣସି ଘରୋଇ ହସ୍ପିଟାଲ କ୍ୟାସଲେସ ଟ୍ରିଟମେଣ୍ଟ ପାଇଁ ସରକାରଙ୍କ ସହ ଅନୁବନ୍ଧିତ ହୋଇନାହିଁ । ସିଧା କହିବାକୁ ଗଲେ ସ୍ୱାସ୍ଥ୍ୟ ବୀମା ସେବା ଠିକ ଭାବରେ ଉପଲବ୍ଧ ହୋଇପାରୁନି ଏହି ଅଞ୍ଚଳରେ ।
ଅଧିକ ପଢ଼ନ୍ତୁ : ୮ ବର୍ଷ ହେଲା ଅନ୍ଧାରରେ ଥିଲା ଗଞ୍ଜାମ ଧରାକୋଟର ପିଲିପଦର ଗାଁ; ଖବର ବାଜିଲା, ଆଲୁଅ ଜଳିଲା
ନୂଆପଡ଼ା ଉପନିର୍ବାଚନ ବେଳେ କୌଣସି କର୍ମଚାରୀ ଯଦି ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡନ୍ତି, ସଂପୃକ୍ତ କର୍ମଚାରୀଙ୍କୁ ମାଗଣା ଓ ତ୍ୱରିତ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ କୁହାଯାଇଛି । ଗତ ୩୦ ତାରିଖରେ ନୂଆପଡ଼ା ଜିଲ୍ଲାପାଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ଅବଗତ କରାଇଛନ୍ତି । ସିଧା ସିଧା କହିଛନ୍ତି, ନିର୍ବାଚନ ସମୟରେ ସରକାରୀ କର୍ମଚାରୀଙ୍କୁ ହୃଦ୍ଘାତ, ଦୁର୍ଘଟଣା ଓ ସାପ କାମୁଡ଼ିଲେ ସେମାନଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ଦରକାର । ନିର୍ବାଚନ ବେଳେ ଭୋଟଦାନ ଯେଭଳି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ତୀକ୍ଷ୍ମ ଦୃଷ୍ଟି ଦେବାକୁ ସତର୍କ କରାଇ ଦେଇଛନ୍ତି ସିଇଓ ।
୧୩ ଜାନୁଆରି ୨୦୨୫ରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ କେନ୍ଦ୍ର ସହ ଏମଓୟୁ କରିଥିଲେ ରାଜ୍ୟ ସରକାର । ହେଲେ ନୂଆପଡ଼ାରେ ଯୋଜନା ଠିକ ଭାବରେ କାର୍ଯ୍ୟକାରୀ ହୋଇନି, ଏକଥା ଏବେ ସିଇଓଙ୍କ ଚିଠିରୁ ସ୍ପଷ୍ଟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/04/healthcare-woes-2025-11-04-22-49-51.jpg)