କନକ ବ୍ୟୁରୋ : ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଏକ ଆମେରିକୀୟ କଂଗ୍ରେସ ପ୍ରତିନିଧିମଣ୍ଡଳକୁ ଭେଟିଛନ୍ତି । ଏହି ବୈଠକରେ ଭାରତ-ଆମେରିକା ସମ୍ପର୍କ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ପରିସ୍ଥିତି ଓ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଆମେରିକୀୟ ପ୍ରତିନିଧିମଣ୍ଡଳରେ କଂଗ୍ରେସ ସଦସ୍ୟ ମାଇକ ରୋଜର୍ସ ଓ ଆଡାମ ସ୍ମିଥ୍ ସାମିଲ ଥିଲେ ।
ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ, ଆମେରିକା କଂଗ୍ରେସ ସହିତ ଆଲୋଚନା ସର୍ବଦା ଭାରତ-ଆମେରିକା ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇରହିଆସିଛି । ଜୟଶଙ୍କର ବୈଠକ ବିଷୟରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଆମେରିକା କଂଗ୍ରେସ ପ୍ରତିନିଧିମଣ୍ଡଳ ସହିତ ଭଲ ଆଲୋଚନା ହୋଇଛି । ନିକଟରେ, ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ଏକ ପ୍ରମୁଖ ସଙ୍କେତ ଦେଇଥିଲେ । ସେ କହିଥିଲେ ଯେ, ଯଦି ଭାରତ ରୁଷରୁ ତୈଳ ଆମଦାନୀ ହ୍ରାସ କରେ, ତେବେ ଆମେରିକା ଭାରତ ଉପରେ ଲାଗୁ ହୋଇଥିବା ୨୫% ଅତିରିକ୍ତ ଶୁଳ୍କ ଉଠାଇପାରେ ।
ଅଧିକ ପଢ଼ନ୍ତୁ---ମାଘମେଳାରେ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ନେଇ ତୀବ୍ର ବିବାଦ , ଶିବିରରେ କଡ଼ା ସୁରକ୍ଷା ବ୍ୟବସ୍ଥା
ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ରୁଷରୁ ତେଲ କିଣିବା ବନ୍ଦ କରିବାକୁ ଚେତାବନୀ ଦେବା ପରେ ଏହି ମନ୍ତବ୍ୟ ଆସିଥିଲା । ଟ୍ରମ୍ପ କହିଥିଲେ ଯେ, ଯଦି ଭାରତ ଏପରି ନ କରେ, ତେବେ ଶୁଳ୍କ ଆହୁରି ବୃଦ୍ଧି କରାଯାଇପାରିବ। ବେସାଣ୍ଟ ଏକ ସାକ୍ଷାତକାରରେ କହିଥିଲେ ଯେ, ଭାରତୀୟ ତୈଳ ରିଫାଇନାରୀମାନେ ରୁଷ ତେଲ କ୍ରୟକୁ ଯଥେଷ୍ଟ ହ୍ରାସ କରିଛନ୍ତି । ଏହାକୁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି । ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ, ରୁଷ ତେଲ ଉପରେ ୨୫% ଶୁଳ୍କ ଜାରି ରହିଛି, କିନ୍ତୁ ଏହାକୁ ହଟାଇବା ପାଇଁ ଏକ ଉପାୟ ବାହାର କରିବା ଜରୁରୀ । ଜୟଶଙ୍କର ଜାନୁଆରି ୧୩ରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଥିଲେ । ସେଥିରେ ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପରମାଣୁ ସହଯୋଗ, ପ୍ରତିରକ୍ଷା ଏବଂ ଶକ୍ତି ଉପରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଜୟଶଙ୍କର ସୂଚନା ପ୍ରଦାନ କହିଥିଲେ ଯେ, ଦ୍ୱିପାକ୍ଷିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗରେ ଅଗ୍ରଗତି ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/25/s-jaysankar-2026-01-25-16-41-24.jpg)