କନକ ବ୍ୟୁରୋ : ଏଥର ମାଘମେଳାରେ ଅଭିମୁକ୍ତେଶ୍ବରାନନ୍ଦଙ୍କୁ ନେଇ ବିବାଦ ଦେଖାଦେଇଛି , ବିବାଦ ତାଙ୍କ ପିଛା ଛାଡୁନି । ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ଶିବିରରେ ରହୁଛନ୍ତି । ଶିବିର ବାହାରେ ତାଙ୍କୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିବାବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିଷ୍ୟମାନେ ଶିବିରରେ କଡା ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ଗଙ୍ଗାରେ ବୁଡ ପକାଇବାକୁ ନେଇ ଅଭିମୁକ୍ତେଶ୍ବରନନ୍ଦ ବଡ ବୟାନ୍ ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ତାଙ୍କୁ ଅପମାନ କରିଛନ୍ତି ସେଇମାନେ ଯଦି ତାଙ୍କୁ ସସମ୍ମାନର ସହିତ ଗଙ୍ଗାରେ ସ୍ନାନ କରିବାକୁ ନିମନ୍ତ୍ରଣ କରିବେ ତେବେ ଯାଇ ସେ ଗଙ୍ଗାରେ ବୁଡ ପକାଇବେ ।
ତାଙ୍କ ଶିବିରରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଯାଇଛି । ଶିଷ୍ୟମାନେ କହିଛନ୍ତି ଯେ ଏହିଭଳି ପଦକ୍ଷେପ ସେ କେବଳ ବାଧ୍ୟରେ ଉଠାଇଛନ୍ତି । କାହିଁକି ନା ଏ ପର୍ୟ୍ୟନ୍ତ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ ନେଇ କୌଣସି ବ୍ୟବସ୍ଥା କରିନାହିଁ । ଅଭିମୁକ୍ତେଶ୍ବରନନ୍ଦ କହିଛନ୍ତି ଯେ ସେ ସମସ୍ତଙ୍କ ମନକୁ ଦେଖୁଛନ୍ତି । ତାଙ୍କ ପ୍ରତି କାହାର ଭାବନା କେଉଁଭଳି ତାକୁ ମଧ୍ୟ ଭଲ ଭାବରେ ପରଖୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିଷ୍ୟମାନେ ତାଙ୍କ ସୁରକ୍ଷା ପାଇଁ ବ୍ୟାରିକେଡର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଶିଷ୍ୟମାନେ ତାଙ୍କୁ କେତେ ଅଧିକ ଭଲପାଉଛନ୍ତି । ଅଭିମୁକ୍ତେଶ୍ବରନନ୍ଦଙ୍କୁ ପ୍ରଶ୍ନ ହୋଇଛି ଯେ ଏହି ବିବାଦ କେତେଦିନ ପର୍ଯ୍ୟନ୍ତ ଚାଲୁ ରହିବ ? ସେ ଉତ୍ତରରେ କହିଛନ୍ତି ଯେ ଯିଏ ଏହି ବିବାଦକୁ ଆଣିଛନ୍ତି ସେ ହିଁ ଜାଣିଛନ୍ତି ଏହି ବିବାଦ କେବେ ସମାପ୍ତ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁରୁଣା ପରମ୍ପରାକୁ କିଛି ଲୋକ ଏବେ ମାରିଦେବାକୁ ଚାହୁଁଛନ୍ତି । ଶଙ୍କରାଚାର୍ଯ୍ୟ ପରମ୍ପରାକୁ ଏବେ ଲୋକମାନେ ଏଡେଇ ଦେବାକୁ ବସିଛନ୍ତି ।
ଅଧିକ ପଢନ୍ତୁ : ଫେବୃଆରିରେ ଲାଗୁଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଦୃଶ୍ୟମାନ ହେବ ରିଙ୍ଗ୍ ଅଫ୍ ଫାୟାର
ଶିବିରର ବାହାରକୁ ଆସିଯାଇଥିଲେ କିଛି ଅସାମାଜିକ ବ୍ୟକ୍ତି :-
ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ଶିଷ୍ୟମାନଙ୍କ ଅନୁଯାୟୀ , ଗତକାଲି ସନ୍ଧ୍ୟା ୬:୩୦ ରୁ ୭:୩୦ ମଧ୍ୟରେ କିଛି ଅସାମାଜିକ ତତ୍ତ୍ୱ ଶିବିର ବାହାରେ ପହଞ୍ଚିଥିଲେ । ସେମାନେ ବାଡ଼ "ମୁଁ ବୁଲଡୋଜର ବାବାଙ୍କୁ ଭଲ ପାଏ" ଭଳି ସ୍ଲୋଗାନ ଦେଉଥିଲେ । ତାଙ୍କ ହାତରେ ମାରଣାସ୍ତ୍ର ଥିଲା ବୋଲି ମଧ୍ୟ ଜଣାପଡିଛି। ଅଭିଯୋଗ ଅନୁସାରେ କିଛି ଅସାମାଜିକ ଯୁବକ ଶିବିର ଭିତରକୁ ଜୋର ଜବରଦସ୍ତ ପଶିବାକୁ ଚେଷ୍ଟା କରିଥିଲେ । ଶିବିରରେ ଥିବା ଶିଷ୍ୟମାନେ କହିଛନ୍ତି ଯେ ସେତେବେଳେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିଲା। ଯେତେବେଳେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ସେତେବେଳେ ମାରପିଟ୍ ମଧ୍ୟ ଆରମ୍ଭ ହୋଇଥିଲା । ଅତ୍ୟଧିକ ସଂଘର୍ଷ କରିବା ପରେ ଶିବିରରୁ ଅସାମାଜିକ ଯୁବକ ମାନଙ୍କୁ ବାହାରକୁ ବାହାର କରାଯାଇଥିଲା ।
ଏଭଳି ଘଟଣା ହେବା ଫଳରେ ସମସ୍ତ ଶିଷ୍ୟମାନେ ଗଭୀର ଭାବରେ ମର୍ମାହତ ହୋଇଥିଲେ। ଶିବିର ପ୍ରଶାସକ ପଙ୍କଜ ପାଣ୍ଡେ କଳ୍ପବାସୀ ପୋଲିସ ଷ୍ଟେସନରେ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ଏହି ଅଭିଯୋଗରେ କୁହାଯାଇଛି ଯେ ମୌନି ଅମାବାସ୍ୟା ସ୍ନାନ ଉତ୍ସବରେ ଜଣେ ବ୍ୟକ୍ତିଙ୍କୁ ପାଲକି ସହିତ ସ୍ନାନ କରିବାରୁ ବାରଣ କରାଯିବା ପରେ ବିବାଦର ଆରମ୍ଭ ହୋଇଥିଲା । ଅଭିଯୋଗରେ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି ଠିକ୍ ସମୟ ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରା ନଯାଏ ତେବେ ଅପ୍ରୀତିକର ଘଟଣା ଘଟିବାରୁ କେହି ଏଡୋଇଦେଇ ପାରିବେ ନାହିଁ ।
ଅଭିମୁକ୍ତେଶ୍ବରନନ୍ଦ ଆରୋପ ଲଗାଇଛନ୍ତି ଯେ ପ୍ରଶାସନ ତାଙ୍କୁ ଏହି ମେଳାରୁ ବାହାର କରିଦେବାପାଇଁ ଶତଚେଷ୍ଟା କରୁଛି। । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାତିରେ ଘଟିଥିବା ଘଟଣା ପଛରେ କେବଳ ଅସାମାଜିକ ବ୍ୟକ୍ତି ନୁହଁନ୍ତି ବରଂ ଏହା ପଛରେ ଏକ ବିଶେଷ ରଣନୀତି ମଧ୍ୟ ରହିଛି । ବିପଦ କେବଳ ତାଙ୍କ ପର୍ଯ୍ୟନ୍ତ ସୀମିତ ହୋଇ ରହିନାହିଁ ବରଂ ଏହା ଶିବିରରେ ରହୁଥିବା ଶ୍ରଦ୍ଧାଳୁଙ୍କ ସମ୍ପତ୍ତି ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ସେ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି କାରଣରୁ ସେ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେଇଛନ୍ତି ଯେ ନିଜ ସୁରକ୍ଷା ଉପରେ ଧ୍ୟାନ ଦିଅ । ଏହି ସବୁ ପରେ ପୂର୍ବରୁ ହେଉଥିବା ଗୋ- ରକ୍ଷା ପ୍ରେରଣ ପ୍ରତିଷ୍ଠା ଯାତ୍ରାକୁ ଏବେ ବନ୍ଦ କରିଦିଆଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଶିଷ୍ୟମାନେ ଶ୍ରଦ୍ଧାଳୁମାନଙ୍କ ମନର ଯେମିତି କୌଣସି ପ୍ରକାର କ୍ଷତି ନପହଁଞ୍ଚେ ତାକୁ ନେଇ ବ୍ୟବସ୍ଥା କରାଯାଇଛି । ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଶିଷ୍ୟ ସ୍ୱାମୀ ମୁକୁନ୍ଦାନନ୍ଦ ମହାରାଜ କହିଛନ୍ତି ଯେ ସମସ୍ତ ଶିଷ୍ୟ ଗୁରୁଜୀଙ୍କ ସୁରକ୍ଷା ପାଇଁ ଚିନ୍ତିତ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/25/swami-avimukteshwaranad-2026-01-25-15-52-16.jpg)