କନକ ବ୍ୟୁରୋ: ନିକୋଲାସ୍ ମାଦୁରୋଙ୍କ ଗିରଫକୁ ନେଇ ଭାରତ ବୈଦେଶିକ ମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ଭାରତ ସବୁବେଳେ ଶାନ୍ତି ଚାହେଁ । କାହାରିକୁ କ୍ଷତି ପହଁଚାଇବା ଭଳି ଉଦ୍ଦେଶ୍ୟ ଭାରତର ନୁହେଁ। ଭେନେଜୁଏଲାର ହିତ ମଧ୍ୟ ଭାରତ ଚାହେଁ । ଭାରତ ଚାହେଁ କି ସେମାନଙ୍କ ସୁରକ୍ଷା, ହିତ ଏବଂ ଶାନ୍ତି । ଭେନେଜୁଏଲାର ପରିସ୍ଥିତିକୁ ଦେଖି ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଦେଶରେ ଶାନ୍ତି ବଜାଇ ରଖିବାକୁ ଅପିଲ୍ କରିଛନ୍ତି । ଲଗଜମବର୍ଗରେ ହେଉଥିବା ଏକ ସଭାରେ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ଭାରତର ମୂଳ ଚିନ୍ତା ହେଉଛି ଯେ ଭେନେଜୁଏଲାର ସମସ୍ତ ଲୋକେ କିଭଳି ଚିନ୍ତାମୁକ୍ତ ହେବେ, ଏବଂ ଏହି ସଙ୍କଟରୁ କିପରି ଉଦ୍ଧାର ପାଇବେ। ତା ଛଡା ଭାରତର ଆଉ କୌଣସି ଅନ୍ୟ ଉଦ୍ଦେଶ୍ୟ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଦୀର୍ଘବର୍ଷ ଧରି ଭାରତ ଓ ଭେନେଜୁଏଲା ଭିତରେ ସୁସମ୍ପର୍କ ରହିଛି ।
ଅଧିକ ପଢନ୍ତୁ: ଏଚ୍ ୱାନ ବି ଭିସା ଫି ବୃଦ୍ଧି ନେଇ ପରୋକ୍ଷରେ ଆମେରିକାକୁ ଶୁଣାଇଲେ ଜୟଶଙ୍କର, ଶ୍ରମଶକ୍ତିର ଅଭାବ ଆଶଙ୍କା ପ୍ରକାଶ
ଭେନେଜୁଏଲା ନାଗରିକ ମାନଙ୍କ ସୁରକ୍ଷା ଓ ଭବିଷ୍ୟତକୁ ନେଇ ଭାରତ ସକରାତ୍ମକ ବିଚାର ଚାହୁଁଛି। ଏହି ପ୍ରତିକ୍ରିୟା ଏମିତି ସମୟରେ ଆସିଛି ଯେ ଯେତେବେଳେ ଭେନେଜୁଏଲାର ରାଷ୍ଟ୍ରପତିଙ୍କୁ ଗିରଫ କରିଛି ଆମେରିକାର ରାଷ୍ଟ୍ରପତି ଡୋଲାର୍ଲ୍ଡ ଟ୍ରମ୍ପ। ଏବେ ନିକୋଲାସ୍ ମାଦୁରୋଙ୍କୁ ଆମେରିକାର ନିୟୁର୍କ୍ ଜେଲରେ ବନ୍ଦୀକରି ରଖାଯାଇଛି । ମାଦୁରୋଙ୍କ ଉପରେ ମଧ୍ୟ ଡ୍ରଗ କାରାବାରକୁ ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ସଂପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି ନିକୋଲାସ୍ ମାଦୁରୋ । ନିଜକୁ ନିର୍ଦ୍ଦୋଷ ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି । ଏହି ମାମଲାର ଶୁଣାଣୀ ମାର୍ଚ୍ଚ 17 ତାରିଖରେ ହେବାକୁ ଯାଉଛି । ଏହି ମାମଲାରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ ଉଭୟ ଦେଶଙ୍କ ପାଇଁ ଶାନ୍ତି କାମନା କରୁଛି । ଜୟଶଙ୍କର ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ଶକ୍ତିଶାଳୀ ତେଣୁ ସସମ୍ମାନରେ ନିକୋଲସ୍ ମାଦୁରେ ଏବଂ ଭେନେଜୁଏଲାର ଦେଶବାସୀମାନଙ୍କ ସୁରକ୍ଷା ଭାରତର ଏକାନ୍ତ କାମ୍ୟ ଅଟେ। ଉଭୟ ଦେଶ ନିଜ ନିଜ ଭିତରେ ଶାନ୍ତି ବଜାଇ ରଖିବାକୁ ଜୟ ଶଙ୍କର ଅନୁରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/07/external-affairs-minister-2026-01-07-10-56-35.jpg)