ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ମିଳିବ ଅଶୋକ ଚକ୍ର, ୱିଙ୍ଗ୍ କମାଣ୍ଡର ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଶୁକ୍ଳା ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହାକାଶଚାରୀ

Advertisment

ଶୁଭାଂଶୁ ମହାକାଶର ପ୍ରତିକୂଳ ପରିବେଶରେ ଅସାଧାରଣ ସାହସ, ସ୍ଥିରତା ଓ ମାନସିକ ଦୃଢ଼ତା ପ୍ରଦର୍ଶନ କରିଥିଲେ । ଗମ୍ଭୀର ଶାରୀରିକ ଚାପ, ବିକିରଣ ଓ ମାଂସପେଶୀ କ୍ଷତି, ପରିବର୍ତ୍ତିତ ଶରୀର ସମେତ ବହୁ ସ୍ୱାସ୍ଥ୍ୟ ବିପଦର ସମ୍ମୁଖୀନ ହୋଇଥିଲେ ।

ଶୁଭାଂଶୁ ମହାକାଶର ପ୍ରତିକୂଳ ପରିବେଶରେ ଅସାଧାରଣ ସାହସ, ସ୍ଥିରତା ଓ ମାନସିକ ଦୃଢ଼ତା ପ୍ରଦର୍ଶନ କରିଥିଲେ । ଗମ୍ଭୀର ଶାରୀରିକ ଚାପ, ବିକିରଣ ଓ ମାଂସପେଶୀ କ୍ଷତି, ପରିବର୍ତ୍ତିତ ଶରୀର ସମେତ ବହୁ ସ୍ୱାସ୍ଥ୍ୟ ବିପଦର ସମ୍ମୁଖୀନ ହୋଇଥିଲେ ।

Group-captain-shubhanshu-shukla

Group-captain-shubhanshu-shukla Photograph: (KanakNews)

କନକ ବ୍ୟୁରୋ: ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଐତିହାସିକ ମହାକାଶ ମିଶନ ସମୟରେ ଅସାଧାରଣ ସାହସ ପାଇଁ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ଅଶୋକ ଚକ୍ର ପ୍ରଦାନ କରାଯିବ । ଶୁଭାଂଶୁ ମିଶନ ସମୟରେ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଅଦମ୍ୟ ସାହସ ଓ ବୁଦ୍ଧିମର୍ତ୍ତା ସହିତ ନିଜର କର୍ତ୍ତବ୍ୟ ପାଳନ କରି ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ସମ୍ମାନ ଆଣିଥିଲେ । ସେଥିପାଇଁ ତାଙ୍କୁ ଅଶୋକ ଚକ୍ର ପ୍ରଦାନ କରାଯିବ । ୨୫ ଜୁନ୍, ୨୦୨୫ରେ ଆରମ୍ଭ ହୋଇଥିବା ଆକ୍ସିଅମ୍-୪ ମିଶନର ଅଂଶ ଭାବରେ ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହିତ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିଥିଲେ। ୱିଙ୍ଗ୍ କମାଣ୍ଡର ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଶୁକ୍ଳା ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହାକାଶଚାରୀ ।

ଅଧିକ ପଢନ୍ତୁ: ଜାତୀୟ ମହାକାଶ ଦିବସ, ନୂଆ ଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଇସ୍ରୋ ଅଧ୍ୟକ୍ଷ ଭି.ନାରାୟଣ ଓ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ସାମିଲ

୨୦ ଦିନରେ ୬୦ରୁ ଅଧିକ ପରୀକ୍ଷଣ
ଶୁଭାଂଶୁ ଶୁକ୍ଳା ମହାକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ବିତାଇଥିଲେ । ସେ ଜୁଲାଇ ୧୪ ତାରିଖରେ ପୃଥିବୀକୁ ଫେରି ଆସିଥିଲେ । ମହାକାଶରେ ପ୍ରାୟ ୨୦ ଦିନ ବିତାଇଥିଲେ। ମହାକାଶରେ ରହିବା ସମୟରେ, ସେ ୬୦ରୁ ଅଧିକ ପରୀକ୍ଷଣ କରିଥିଲେ। ଯେଉଁଥିରେ ଜୈବ ଚିକିତ୍ସା ବିଜ୍ଞାନ, ନ୍ୟୁରୋସାଇନ୍ସ, କୃଷି, ମହାକାଶ ପ୍ରଯୁକ୍ତିବିଦ୍ୟା ଓ ଉନ୍ନତ ସାମଗ୍ରୀ ବିଜ୍ଞାନ ଭଳି ବିବିଧ କ୍ଷେତ୍ର ଅନ୍ତର୍ଭୁକ୍ତ ଥିଲା ।

ମିଶନ ସମୟରେ ଶୁଭାଂଶୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ
ମିଶନ ସମୟରେ, ଶୁଭାଂଶୁ ଆଇଏସ୍‌ଏସ୍‌ରେ ମାଇକ୍ରୋଗ୍ରାଭିଟି ଅନେକ ଜଟିଳ ପରୀକ୍ଷଣ କରିଥିଲେ । ମହାକାଶ ଯାତ୍ରା ସହିତ ଜଡିତ ବିଶାଳ ଚ୍ୟାଲେଞ୍ଜ ଓ ବିପଦ ସତ୍ତ୍ୱେ, ସେ ଅଟଳ ସାହସ ପ୍ରଦର୍ଶନ କରିଥିଲେ ତଥା ସମଗ୍ର ମିଶନରେ ଧ୍ୟାନ କେନ୍ଦ୍ରିତ କରି ଶାନ୍ତ ରହିଥିଲେ । ସେ ମହାକାଶର ପ୍ରତିକୂଳ ପରିବେଶରେ ଅସାଧାରଣ ସାହସ, ସ୍ଥିରତା ଓ ମାନସିକ ଦୃଢ଼ତା ପ୍ରଦର୍ଶନ କରିଥିଲେ । ଗମ୍ଭୀର ଶାରୀରିକ ଚାପ, ବିକିରଣ ଓ ମାଂସପେଶୀ କ୍ଷତି, ପରିବର୍ତ୍ତିତ ଶରୀର ସମେତ ବହୁ ସ୍ୱାସ୍ଥ୍ୟ ବିପଦର ସମ୍ମୁଖୀନ ହୋଇଥିଲେ। ତାଙ୍କର ସାହସିକତା ପାଇଁ, ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ପାଇଁ ଅଶୋକ ଚକ୍ର ପୁରସ୍କାର ସୁପାରିସ୍ କରାଯାଇଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe