କନକ ବ୍ୟୁରୋ : ମହାକାଶର ଅନୁଭୁତି ବାଣ୍ଟିବାକୁ ଓଡିଶା ଆସିଛନ୍ତି ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ସ୍କୁଲ ଛାତ୍ରଛାତ୍ରୀଙ୍କୁ ଭେଟି ବଖାଣିଲେ ମହାକାଶର ଅଜବ ଗଜବ ଅନୁଭୁତି । ସ୍ପେଶ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେବାକୁ ଦେଲେ ଆହ୍ୱାନ ।
ମହାକାଶ ଯାତ୍ରା ଏତେ ସହଜ ନଥିଲା । ଜିରୋ ଗ୍ରାଭିଟିରେ ଜୀବନ ଜିଇଁବା ଓ ଗବେଷଣା କରିବା ଭାରି କଷ୍ଟ । ଅନ୍ତର୍ଜାତୀୟ ସ୍ପେସ ସେଣ୍ଟରରେ ଅନେକବାର ହୃଦସ୍ପନ୍ଦନ ବି କମିଯାଇଛି କିନ୍ତୁ ଧୈର୍ଯ୍ୟହରା ନହୋଇ ନିଜ ଦାୟିତ୍ୱ ତୁଲାଇଛି । ଘରୋଇ ଶିକ୍ଷାନୁଷ୍ଠାନ ସାଇ ପକ୍ଷରୁ ଆୟୋଜିତ ସାଇଟେଡ କାର୍ଯ୍ୟକ୍ରମରେ ଯୋଗ ଦେଇ ମହାକାଶ ଯାତ୍ରାର ଅନୁଭୁତି ବଖାଣିଛନ୍ତି ଶୁଭାଂଶୁ । ଏହାସହ ମିଶନ ଟୁ ମୁନ, ଗଗନାୟନ ମିଶନ ଓ ଭାରତୀୟ ସ୍ପେଶ ଷ୍ଟେସନ ପାଇଁ ଇସ୍ରୋରେ କାମ ଚାଲିଛି । ୨୦୪୦ ସୁଦ୍ଧା ଚନ୍ଦ୍ରକୁ ଯିବାର ଲକ୍ଷ୍ୟକୁ ସଫଳତା ସହ ଶେଷ କରିବା ପାଇଁ ତାଙ୍କୁ ମିଳିଛି ଗୁରୁଦାୟିତ୍ୱ ।
ଅଧିକ ପଢ଼ନ୍ତୁ : ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଲା, ବଡ଼ ବୟାନ ଦେଲେ ଇସ୍ରୋ ମୁଖ୍ୟ ଏସ ସୋମନାଥ
ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଶୁଭାଂଶୁଙ୍କ ଜନ୍ମ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାବେଳୁ ହିଁ ଶୁଭାଂଶୁଙ୍କ ଭିତରେ ଥିଲା ଅନେକ ଉର୍ଜ୍ଜା । ମାଟିରେ ରହି ଦେଖିଥିଲେ ମହାକାଶର ଅନେକ ସ୍ୱପ୍ନ । ନ୍ୟାସ୍ନାଲ ଡିଫେନ୍ସ ଏକାଡେମୀରେ ଉତ୍ତୀର୍ଣ୍ଣ ହେଲା ପରେ ଭାରୀତୀୟ ବାୟୁ ସେନାରେ ଯୋଗ ଦେଇଥିଲେ । ଧିରେ ଧିରେ ସଫଳତାର ଯାତ୍ରା ବଢିଚାଲିଲା । ୨୦୧୯ରେ ଇସ୍ରୋ ତାଙ୍କୁ ପ୍ରଥମ ଗଗନାୟନର ମହାକାଶଚାରୀ ଭାବେ ଚୟନ କରିଥିଲା । ୨୦୨୫ ଜୁନ ୨୫ରେ ଏକ୍ସିୟମ ମିଶନ-୪ର ମିଶନ ପାଇଲଟ ଭାବେ ମହାକାଶ ଯାତ୍ର ଆରମ୍ଭ କରିଥିଲେ । ଆଉ ଏହାପରେ ଯାହା ହେଲା ତାହା ଆଜି ଇତିହାସ ।
ଶୁଭାଂଶୁଙ୍କ କାନ୍ଧରେ ଏବେ ଅନେକ ଦାୟିତ୍ୱ । ତାଙ୍କଠାରୁ ଅନେକ ଆଶା ରଖିଛି ଇସ୍ରୋ । ଆଉ ଅନ୍ୟପଟେ ବର୍ତ୍ତମାନର ଯୁବପିଢିଙ୍କ ଉପରେ ଶୁଭାଂଶୁଙ୍କର ନଜର । ମହାକାଶ ବିଜ୍ଞାନରେ ଅନେକ ସୁଯୋଗ ରହିଛି । ମହାକାଶ ବିଜ୍ଞାନ ପ୍ରତି ରୁଚି ବଢାଇବାକୁ ଆହ୍ୱାନ ଦେଇଛନ୍ତି ଶୁଭାଂଶୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/26/shubhanshu-shukla-2025-11-26-20-29-32.jpg)