କନକ ବ୍ୟୁରୋ :  ଆଜି ଜାତୀୟ ମହାକାଶ ଦିବସ । ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ଭାରତ ଦୁଇବର୍ଷ ହେଲା ପାଳନ କରିଆସୁଛି । ୨୦୨୩ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଭାରତର ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କରିଥିଲା । ଏହାକୁ ସ୍ମରଣୀୟ କରିବା ପାଇଁ ଅଗଷ୍ଟ ୨୩ ତାରିଖକୁ ଭାରତ ୨୦୨୪ରୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିଆସୁଛି । ଏବର୍ଷ  ଜାତୀୟ ମହାକାଶ ଦିବସର ଥିମ୍ ରହିଛି ‘ଆର୍ଯ୍ୟଭଟ୍ଟରୁ  ଗଗନଯାନ: ପ୍ରାଚୀନ ଜ୍ଞାନରୁ ଅସୀମ ସମ୍ଭାବନା ପର୍ଯ୍ୟନ୍ତ’। ଜାତୀୟ ମହାକାଶ ଦିବସ ଅବସରରେ ନୂଆଦିଲ୍ଲୀରେ ‘ବିକଶିତ ଭାରତ ୨୦୪୭ ପାଇଁ ମହାକାଶ ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରୟୋଗର ଲାଭ’ ଶୀର୍ଷକ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଉଦବୋଧନ ଦେଇ ମହାକାଶ ବିଜ୍ଞାନୀଙ୍କୁ ପ୍ରଶଂସା କରିବା ସହିତ ଭାରତର ଭବିଷ୍ୟତ ମହାକାଶ ଅଭିଯାନ ସମ୍ପର୍କରେ ସୂଚନା ଦେଇଥିଲେ ।  କାର୍ଯ୍ୟକ୍ରମରେ  ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣ, ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ପ୍ରମୁଖ ସାମଲ ହୋଇଥିଲେ। 

Advertisment

ଜାତୀୟ ମହାକାଶ ଦିବସ
ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯାଉଛି
୨୦୨୩ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଅବତରଣ କରିଥିଲା
ଏହାକୁ ସ୍ମରଣୀୟ କରିବାକୁ ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ
ଏବର୍ଷ ଦିବସର ଥିମ୍ ‘ଆର୍ୟ୍ୟଭଟ୍ଟରୁ ଗଗନଯାନ: ପ୍ରାଚୀନ ଜ୍ଞାନରୁ ଅସୀମ ସମ୍ଭାବନା ପର୍ଯ୍ୟନ୍ତ’
ନୂଆଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ  ଆୟୋଜିତ
ମହାକାଶରେ ଭାରତର ସଫଳତା
୨୦୦୮ରେ ଭାରତର ପ୍ରଥମ ଚନ୍ଦ୍ରଯାନ ମିଶନ
ଚନ୍ଦ୍ରଯାନ ମିଶନରେ ମହାକାଶରେ ମିଳିଥିଲା ପାଣିର ସନ୍ଧାନ
୨୦୧୩ରେ ଭାରତ କରିଥିଲା ମଙ୍ଗଳଯାନ ମିଶନ
ପ୍ରଥମ ପ୍ରୟାସରେ ହିଁ ଇସ୍ରୋ ସଫଳ ହୋଇଥିଲା
ବିଶ୍ବର ସବୁଠୁ ଶସ୍ତା ମଙ୍ଗଳ ମିଶନ ଥିଲା
ଏହି ମିଶନ ପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା
୨୦୧୭ରେ ୧୦୪ଟି ଉପଗ୍ରହକୁ ଲଞ୍ଚ କରାଯାଇଥିଲା
ଏହି ମିଶନ ଜରିଆରେ ବିଶ୍ବ ରେକର୍ଡ କରିଥିଲା ଭାରତ
୨୦୧୯ରେ ଲଞ୍ଚ ହୋଇଥିଲା ମିଶନ ଚନ୍ଦ୍ରଯାନ-୨
କ୍ରାସଲ୍ୟାଣ୍ଡିଂ ହୋଇଥିଲେ ବି ଅର୍ବିଟର ଆଜି ବି ଚନ୍ଦ୍ରର ପରିକ୍ରମା କରୁଛି
୨୦୨୩ରେ ତୃତୀୟ ଥର ଇସ୍ରୋ କରିଥିଲା ମିଶନ ଚନ୍ଦ୍ରଯାନ 
ଦକ୍ଷିଣ ମେରୁରେ ବିଶ୍ବର ପ୍ରଥମ ଦେଶ ଭାବେ ଓହ୍ଲାଇଥିଲା ଭାରତ
୨୦୨୬ରେ ଭାରତ କରିବ ଗଗନ ଯାନ ମିଶନ
ପ୍ରଥମ ଥର ପାଇଁ ମହାକାଶକୁ ମଣିଷ ପଠାଇବ ଭାରତ
ମହାକାଶକୁ ଯିବେ ୩ ଜଣ ମହାକାଶଚାରୀ
ମହକାଶରେ ପାଖାପାଖି ସପ୍ତାହେ ଥର ରହିବେ
୨୦୨୮ରେ ଚନ୍ଦ୍ରଯାନ ମିଶନ-୪ ପାଇଁ ପ୍ରସ୍ତୁତ ହେଉଛି ଭାର