୨ ବର୍ଷ ବନବାସ ପରେ କିସାନଙ୍କ କମ୍‌ବ୍ୟାକ୍‌ ; ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବର୍ଷିବ ଈଶାନଙ୍କ ବ୍ୟାଟ୍‌ !

Advertisment

ଇତିହାସ ରଚି ପ୍ରଥମ ଥର ପାଇଁ ଝଡ଼ଖଣ୍ଡକୁ ସୟଦ ମୁସ୍ତାକ ଅଲି ଟ୍ରଫି ଜିତାଇବା ଏବେ ସିଧା ବିଶ୍ୱକପ୍‌ ଟିମ୍‌କୁ ଫେରିଛନ୍ତି । ଏହି ଟିମ୍ ବିଶ୍ୱକପରେ ଜଲୱା ଦେଖାଇବା ପୂର୍ବରୁ ପ୍ରଥମେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍ ଖେଳିବ ଏହି ଟିମ୍‌ । ଯେଉଁ ଟିମ୍‌ରେ ସାମିଲ ଅଛନ୍ତି ଈଶାନ କିସାନ ।

ଇତିହାସ ରଚି ପ୍ରଥମ ଥର ପାଇଁ ଝଡ଼ଖଣ୍ଡକୁ ସୟଦ ମୁସ୍ତାକ ଅଲି ଟ୍ରଫି ଜିତାଇବା ଏବେ ସିଧା ବିଶ୍ୱକପ୍‌ ଟିମ୍‌କୁ ଫେରିଛନ୍ତି । ଏହି ଟିମ୍ ବିଶ୍ୱକପରେ ଜଲୱା ଦେଖାଇବା ପୂର୍ବରୁ ପ୍ରଥମେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍ ଖେଳିବ ଏହି ଟିମ୍‌ । ଯେଉଁ ଟିମ୍‌ରେ ସାମିଲ ଅଛନ୍ତି ଈଶାନ କିସାନ ।

Ishan-Kisan

Ishan-Kisan Photograph: (KanakNews)

କନକ ବ୍ୟୁରୋ : ବ୍ୟାଟ୍‌ରେ ଈଶାନଙ୍କ ବଡ଼ ସନ୍ଦେଶ ପରେ ଆଉ ଅଣଦେଖା କରିପାରିଲାନି ବିସିସିଆଇ । ଇତିହାସ ରଚି ପ୍ରଥମ ଥର ପାଇଁ ଝଡ଼ଖଣ୍ଡକୁ ସୟଦ ମୁସ୍ତାକ ଅଲି ଟ୍ରଫି ଜିତାଇବା ଏବେ ସିଧା ବିଶ୍ୱକପ୍‌ ଟିମ୍‌କୁ ଫେରିଛନ୍ତି । ଏହି ଟିମ୍ ବିଶ୍ୱକପରେ ଜଲୱା ଦେଖାଇବା ପୂର୍ବରୁ ପ୍ରଥମେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍ ଖେଳିବ ଏହି ଟିମ୍‌ । ଯେଉଁ ଟିମ୍‌ରେ ସାମିଲ ଅଛନ୍ତି ଈଶାନ କିସାନ । ଇସାନଙ୍କୁ ଶୁବମନ୍ ଗିଲଙ୍କ ବଦଳରେ ଟିମ୍‌ରେ ସାମିଲ କରାଯାଇଛି । ଟିମ୍‌କୁ ଫେରିବାକୁ ତାଙ୍କୁ ପୂରା ଦୁଇ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । 

କୁହାଯାଏ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦ୍ୱିତୀୟ ସୁଯୋଗ ମିଳିବା ଉଚିତ୍, କିନ୍ତୁ ଦ୍ୱିତୀୟ ସୁଯୋଗ ମିଳିବା ଏହି କଥା ଉପରେ ନିର୍ଭର କରେ ଯେ ଆପଣ ସେଥିପାଇଁ କେତେ ଯତ୍ନବାନ। କ୍ରିକେଟରେ ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଈଶାନ କିସାନ । ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଥିବା ଈଶାନ କିସାନ ସୟଦ ମୁସ୍ତାକ ଅଲି ଟ୍ରଫିରେ ନିଜ ବ୍ୟାଟ୍‌ରେ ଏକ ବଡ଼ ସନ୍ଦେଶ ଦେଇଥିଲେ । ମୁସ୍ତାକ ଅଲି ଟ୍ରଫି ୨୦୨୫ର ଫାଇନାଲରେ ସେ ହରିୟାଣା ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ନିଜ ଦଳ ଝାଡ଼ଖଣ୍ଡକୁ ପ୍ରଥମ ଥର ପାଇଁ ଚାମ୍ପିୟନ୍ କରାଇଥିଲେ । ଏହାପରେ ତାଙ୍କୁ ବିଶ୍ୱକପ ଦଳରେ ସ୍ଥାନ ମିଳିପାରେ ବୋଲି କହୁଥିଲେ ପୂର୍ବତନ କ୍ରିକେଟରମାନେ । ଏବେ ତାହା  ହିଁ ହୋଇଛି ଫେବ୍ରୁଆରି ୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ଦଳରେ ସ୍ଥାନ ପାଇଛନ୍ତି ଈଶାନ କିସାନ । 

ଅଧିକ ପଢ଼ନ୍ତୁ---୨୦୨୬ ଟି- ଟ୍ବେଣ୍ଟି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷିତ

ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ର ଫାଇନାଲରେ ଈଶାନ କିସାନ ଚମତ୍କାର ଶୈଳୀରେ ବ୍ୟାଟିଂ କରି ୧୦୧ ରନର ଏକ ପାଳି ଖେଳି ନିଜ ଦଳକୁ ବିଜୟୀ କରାଇଛନ୍ତି । ଈଶାନ ମାତ୍ର ୪୯ଟି ବଲରେ ୧୦୧ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୬ଟି ଚୌକା ଏବଂ ୧୦ଟି ଛକା ସାମିଲ ଥିଲା ।  ଈଶାନ କିଷାନ୍ ୨୦୨୩ ଜୁଲାଇ ମାସରେ ନିଜର ଶେଷ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେହିପରି ୨୦୨୩ ଅକ୍ଟୋବରରେ ଶେଷ ଦିନିକିଆ ଆଉ ୨୦୨୩ ନଭେମ୍ୱରରେ ଶେଷ ଟି-୨୦ ମ୍ୟାଚ୍‌ ଖେଳିଥିଲେ । ତତ୍କାଳୀନ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଏବଂ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଦ୍ୱାରା ଶୃଙ୍ଖଳାଗତ କାରଣରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା ।  ଏହାପରଠୁ ସେ ଆଉ ଟିମ୍ ଇଣ୍ଡିଆକୁ ଫେରିପାରୁନଥିଲେ । ଦିନେ ତାଙ୍କୁ ମ୍ୟାଚ୍‌ ୱିନର ଭାବରେ ବିବେଚନା କରାଯାଉଥିଲା । ବାଂଲାଦେଶ ବିପକ୍ଷରେ ୨୧୦ ରନ୍‌ ପାଳି ଖେଳି ଏହାକୁ ପ୍ରମାଣିତ କରିଥିଲେ । 

ତେବେ ସେ ଯାହା ବି ହେଉ…ଈଶାନ କିସାନଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଛି । ବିଶ୍ୱକପ୍‌ ଟିମ୍‌ରେ ସାମିଲ ଅଛନ୍ତି । ଟିମ୍‌ର ନେତୃତ୍ୱ ଭାର ସୂର୍ଯ୍ୟକୁମାର ଯାଦବ ନେବେ । ଉପ-ଅଧିନାୟକ ହୋଇଛନ୍ତି ଅକ୍ଷର ପଟେଲ । ଏହାଛଡ଼ା ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା (ୱିକେଟକିପର), ସଞ୍ଜୁ ସାମସନ (ୱିକେଟକିପର), କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ, ରିଙ୍କୁ ସିଂ, ହର୍ଷିତ ରାଣା ଏବଂ ଈଶାନ କିସାନ ପ୍ରମୁଖ ଦଳରେ ସ୍ଥାନ ପାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe