କନକ ବ୍ୟୁରୋ: ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହୋଇସାରିଛି ଟିମ୍ ଇଣ୍ଡିଆ । ଗୁରୁତ୍ୱପୂର୍ଣ୍ଣ ଘୋଷଣାକ୍ରମେ ଏହି ଟିମରୁ ବାଦ୍ ପଡ଼ିଛନ୍ତି ଓ୍ୱାନଡେ ଏବଂ ଟେଷ୍ଟ ଟିମର କ୍ୟାପଟେନ୍ ଶୁଭମନ୍ ଗିଲ୍ । ହେଲେ ଖରାପ ଫର୍ମ ଥିବା ସତ୍ତ୍ୱେ ସୂର୍ଯ୍ୟକୁମାର ଯାଦବ ଟିମରେ ସ୍ଥାନ ପାଇଛନ୍ତି, ଆଉ କ୍ୟାପଟେନ୍ ମଧ୍ୟ ରହିଛନ୍ତି । ହେଲେ ଏବେ ଯେଉଁ କଥା ସାମ୍ନାକୁ ଆସିଛି ତାହା ଆପଣଙ୍କୁ ଚମକାଇ ଦେବ । ମିଳିଥିବା ସୂଚନା ଅନୁସାରେ ଖରାପ ଫର୍ମ କାରଣରୁ ସିଲେକ୍ଟରମାନେ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ବିଶ୍ୱକପ୍ ଟିମରୁ ବାହାର କରିବାକୁ ଚିନ୍ତା କରୁଥିଲେ । ହେଲେ ତାଙ୍କ କ୍ୟାପଟେନ୍ସି ତାଙ୍କୁ ଶେଷରେ ଟିମରେ ଜାଗା ଦେଇଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ଗତକାଲି ଯେତେବେଳେ ସିଲେକ୍ସନ କମିଟିର ବୈଠକ ବସିଥିଲା । ସେତେବେଳେ ଶୁଭମନ୍ ଗିଲ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମକୁ ନେଇ ବଡ଼ ଧରଣର ଚର୍ଚ୍ଚା ହୋଇଥିଲା । ଏହାପରେ ଶୁଭମନ୍ ଗିଲଙ୍କୁ ଦଳରୁ ବାହାର ରଖାଯାଇଥିଲା । ହେଲେ ସୂର୍ଯ୍ୟକୁମାର ଯାଦବ କିନ୍ତୁ ବିଶ୍ୱକପ୍ ଦଳରେ ସ୍ଥାନ ପାଇଥିଲେ ।
ତଥ୍ୟ ଅନୁସାରେ ଶୁଭମନ୍ ଗିଲ୍ ଗତ ୧୫ଟି ଇଂନିସରେ ମାତ୍ର ୨୯୧ ରନ୍ କରିଛନ୍ତି । ଯାହାକି ଟି-୨୦ ତୁଳନାରେ ଯଥେଷ୍ଟ କମ୍ । ଅନ୍ୟପଟେ କ୍ୟାପଟେନ୍ ସୂର୍ୟ୍ୟକୁମାର ଯାଦବ ଚଳିତ ବର୍ଷ ୧୯ଟି ଇଂନିସରେ ୨୧୮ ରନ୍ କରିଛନ୍ତି । ଯାହାକି ତାଙ୍କ କ୍ୟାରିୟରର ସବୁଠୁ ଖରାପ ସମୟ ଭିତରୁ ଗୋଟିଏ । ହେଲେ ତା ସତ୍ତ୍ୱେ ମଧ୍ୟ ଯେହେତୁ ସେ ଟିମର କ୍ୟାପଟେନ୍ ଅଛନ୍ତି, ସେହି କାରଣରୁ ତାଙ୍କୁ ଟିମରେ ଜାଗା ମିଳିଛି ବୋଲି ଅନେକ କହୁଛନ୍ତି ।
ଆହୁରି ପଢ଼ନ୍ତୁ : ISIS ଉପରେ ବଡ଼ ଆକ୍ରମଣ : ଧ୍ୱଂସ ହୋଇଛି ଅନେକ ଆଡ୍ଡା
ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟକୁମାର ଯାଦବଙ୍କୁ ତାଙ୍କର ଫର୍ମ ଯୋଗୁଁ ନୁହେଁ, ତାଙ୍କ ଅଧିନାୟକତ୍ୱ ପାଇଁ ସୁଯୋଗ ମିଳିଛି । ସୂର୍ଯ୍ୟ ଅଧିନାୟକ ଥିବାରୁ ଦଳରେ ତାଙ୍କ ସ୍ଥାନ ବଜାୟ ରଖାଯାଇଥିଲା, ଯେତେବେଳେ କି ଗିଲଙ୍କୁ ବାଦ ଦିଆଯାଇଥିଲା । କାହିଁକି ନା ତାଙ୍କର ପ୍ରଦର୍ଶନ ଅଭିଷେକ ଶର୍ମାଙ୍କ ପରି ପ୍ରଭାବଶାଳୀ ନଥିଲା। ଖାଲି ସେତିକି ନୁହେଁ ଏହି ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ,ଦଳରେ ରହିବା ପାଇଁ ସ୍କୋର କରିବା ଗୁରତ୍ୱପୂର୍ଣ୍ଣ ବୋଲି ଗମ୍ଭୀର ଦଳର ସମସ୍ତ ସଦସ୍ୟଙ୍କୁ କହିସାରିଛନ୍ତି । ତେଣୁ ଏହି କାରଣରୁ ଗିଲ୍ ବିଶ୍ୱକପ୍ ଦଳରୁ ବାଦ୍ ପଡ଼ିଛନ୍ତି ବୋଲି ରିପୋର୍ଟରେ ଖୁଲାସା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/21/suryakumar-2025-12-21-11-29-25.webp)