କନକବ୍ୟୁରୋ : ଟି-ଟ୍ୱେଣ୍ଟି ବିଶ୍ବକପ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଈଶାନ କିଶନ ଫେରିଛନ୍ତି ଦଳକୁ । ରିଙ୍କୁ ସିଂ ମଧ୍ୟ ଦଳକୁ ଫେରିଛନ୍ତି । ଶୁବମନ ଗିଲଙ୍କୁ ବାଦ ଦିଆଯାଇଛି । ଅକ୍ଷର ପଟେଲ ବନିଛନ୍ତି ନୂଆ ଉପଅଧିନାୟକ । ଖରାପ ପ୍ରଦର୍ଶନ ସତ୍ତ୍ବେ ଅଧିନାୟକ ଭାବେ ସୂର୍ଯ୍ୟକୁମାରଙ୍କ ଉପରେ ପୁଣି ଚୟନକର୍ତ୍ତା ବିଶ୍ବାସ ରଖିଛନ୍ତି । ଆସନ୍ତା ଫେବ୍ରୁଆରି ୭ ତାରିଖରୁ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ । ତେବେ କାହିଁକି ବାଦ୍ ପଡ଼ିଲେ ଗିଲ୍, କାହିଁକି ଈଶାନଙ୍କ ଉପରେ ଚୟନକର୍ତ୍ତାଙ୍କ ଭରସା । ଏବେ କିଛି ଜାଣନ୍ତୁ ସାମ୍ଭ୍ୟବ  କାରଣ ..... 

Advertisment

ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ଘୋଷଣା: ବାଦ ପଡ଼ିଲେ ଗିଲ୍, ଦଳକୁ ଫେରିଲେ ଇଶାନ କିସାନ

- ଶୁବମନ ଗିଲ୍ ବାଦ୍ ପଡ଼ିବାର କାରଣ ଷ୍ଟ୍ରାଇକ୍‌ ରେଟ୍‌ରେ ମନ୍ଥରତା
- ଟି-୨୦ କ୍ରିକେଟ୍‌ରେ ଆକ୍ରମଣାତ୍ମକ ବ୍ୟାଟିଂର ଆବଶ୍ୟକତା ରହିଛି
- ଗିଲ୍‌ଙ୍କ ଷ୍ଟ୍ରାଇକ୍ ରେଟ୍ ଅନ୍ୟ ଯୁବ ଓପନର୍‌ଙ୍କ ତୁଳନାରେ କମ୍ ରହୁଛି
- ଏହା ପାୱାର-ପ୍ଲେ'ରେ ଦଳକୁ ଚାପରେ ପକାଉଛି
- ବ୍ୟାକଅପ୍ ଓପନର୍ ଭାବେ ସଞ୍ଜୁ ସାମସନ୍ ଓ ଈଶାନ କିଶନଙ୍କ ଦମଦାର ପ୍ରଦର୍ଶନ ରହିଛି 
- ଟି-୨୦ରେ ଓପନିଂ ନକଲେ ମିଡିଲ୍ ଅର୍ଡରରେ ଗିଲ୍‌ଙ୍କ ପାଇଁ ସ୍ଥାନ ନାହିଁ
- ମିଡିଲ୍ ଅର୍ଡରରେ ସୂର୍ଯ୍ୟକୁମାର, ତିଲକ ବର୍ମା, ରିଙ୍କୁ ଓ ପାଣ୍ଡ୍ୟାଙ୍କ ଭଳି ଖେଳାଳି ରହିଛନ୍ତି
- ବିସିସିଆଇ ଗିଲ୍‌ଙ୍କୁ ମୁଖ୍ୟତଃ ଟେଷ୍ଟ୍‌ ଏବଂ ଦିନିକିଆ ଫର୍ମାଟରେ ଗୁରୁତ୍ବ ଦେଉଛି 
- ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରେ ଫେଲ୍ ମାରିଥିଲେ ଗିଲ୍‌ 
- କଟକରେ ୨ ବଲ୍‌ରେ ୪ରନ୍, ଚଣ୍ଡିଗଡ଼ରେ ଶୂନ, ଧର୍ମଶାଳାରେ ୨୮ ବଲ୍‌ରେ ୨୮ ରନ୍
- ଈଶାନଙ୍କ ପ୍ରତ୍ୟାବର୍ତ୍ତନ ପଛରେ ସୟଦ ମୁସ୍ତାକ ଅଲ୍ଲିରେ ଚମତ୍କାର ପ୍ରଦର୍ଶନ
- ପ୍ରଥମ ଥର ପାଇଁ ଝାଡ଼ଖଣ୍ଡ ସୟଦ ମୁସ୍ତାକ ଅଲ୍ଲିରେ ଚାମ୍ପିୟନ ହୋଇଛି
- ଈଶାନଙ୍କ ଅଧିନାୟକତ୍ବରେ ଖେଳୁଥିଲା ଝାଡ଼ଖଣ୍ଡ  
- ଈଶାନ କରିଥିଲେ ୧୦ ମ୍ୟାଚ୍‌ରେ ୫୧୭ ରନ୍, ଷ୍ଟ୍ରାଇକ୍‌ ରେଟ୍‌ ୧୫୦ରୁ ଅଧିକ
- ସୟଦ ମୁସ୍ତାକ ଅଲ୍ଲି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଛକା (୩୩) ମାରିବାରେ ରେକର୍ଡ
- ୧୦ରୁ ୪ଟି ମ୍ୟାଚ୍‌ରେ ମ୍ୟାନ୍ ଅଫ୍‌ ଦି ମ୍ୟାଚ୍‌ ପୁରସ୍କୃତ ହୋଇଛନ୍ତି ଈଶାନ