Photograph: (KANAKNEWS)
କନକ ବ୍ୟୁରୋ : Journal of clinical and experimental hepatology ରେ ପ୍ରକାଶିତ ଅଧ୍ୟୟନ ଅନୁସାରେ ହାତର ସ୍କିନ୍ ଓ ନଖରେ ହେଉଥିବା କିଛି ପରିବର୍ତ୍ତନ କ୍ରନିକ୍ ଲିଭର୍ ଡିଜିଜ୍ ବା ଫ୍ୟାଟି ଲିଭର ସରଳ ଅର୍ଥରେ କହିବାକୁ ଗଲେ ଲିଭର ଖରାପ ହେବାର ସଙ୍କେତ ଦେବ ।
ଲିଭର ଆମ ଶରୀର ଏକ ଜଟିଳ ଅଙ୍ଗ , ଯାହା ଆମ ସ୍ବାସ୍ଥ୍ୟ ଓ ଜୀବନ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହା କେବଳ ଖାଦ୍ୟର ପାଚକ କ୍ରିୟା କରେନି ବରଂ ଶରୀରୁ ବି ଅନୁପଯୋଗୀ ପଦାର୍ଥକୁ ନିଷ୍କାସନ କରିବାରେ , ମେଟାବୋଲିଜିମ ନିୟନ୍ତ୍ରଣ କରିବାରେ , ପ୍ରୋଟିନ୍ ଓ ଶକ୍ତି ସଂରକ୍ଷଣ, ହର୍ମୋନ ସନ୍ତୁଳନ କରିବାରେ ମଧ୍ୟ ମୁଖ୍ୟ କାର୍ଯ୍ୟ କରେ । ଏହାର ରକ୍ତରୁ ହାନିକାରକ ପାଦାର୍ଥକୁ ଫିଲ୍ଟର କରିଥାଏ ।
ଅଧିକ ପଢନ୍ତୁ .... ପ୍ରତିଦିନ ଲଗାଉଛନ୍ତି କି ଟିକିଲି ? ଆଣିପାରେ ବଡ ବିପଦ !
ଯେବେ କୌଣସି କାରଣୁ ଲିଭର ପ୍ରଭାବିତ ହୁଏ ଯେପରିକି ଫ୍ୟାଟି ଲିଭର, ହେପାଟାଇଟିଜ୍ ଭଳି ସମସ୍ୟା ହୁଏ ତାହେଲେ ଲିଭର ଠିକ ଭାବେ କାମ କରେନି । ଫଳରେ ଶରୀରରେ ଆରମ୍ଭରୁ ହିଁ କିଛି ଲକ୍ଷ୍ୟଣ ଦେଖାଯାଏ । ଲିଭର ଖରାପ ହେବାର ଲକ୍ଷଣ କେବେ କେବେ ହାତରେ , ପାଦରେ ଏପରିକି ତ୍ବଚାରେ ମଧ୍ୟ ଦେଖାଯାଏ । ଥକ୍କା ଲାଗିବା, ଦେହ ଅବଶ ହୋଇଯିବା ଭୋକ ନଲାଗିବା, ପେଟ ଦରଜ ହେବା, ଏସବୁ ଲିଭର ଖରାପ ହେବାର ଲକ୍ଷଣ ।
ଲିଭର ର ଖରାପ ହେବାର ଲକ୍ଷଣ ଆପଣଙ୍କ ହାତରେ ବି ଦେଖାଯାଏ । ଯେପରି :
ପାପୁଲି ଲାଲ୍ ଦେଖାଯିବା : ଲିଭର ଖରାପ ଥିଲେ ପାପୁଲିର ଆଙ୍ଗୁଠି ତଳ ଭାଗରେ ଲାଲ ରଙ୍ଗ ଭଳି ଦେଖାଯାଏ । ଲିଭର ଖରାପ ହେଲେ ଏଷ୍ଟ୍ରୋଜନ୍ ହର୍ମୋନ୍ ସ୍ତର ବଢ଼ିଯାଏ ଫଳରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ ।
ଆଙ୍ଗୁଠିର ଆକାରରେ ପରିବର୍ତ୍ତନ : ଲିଭର ପ୍ରଭାବିତ ହୋଇଥିଲେ ଆଙ୍ଗୁଠିର କିଛି ଅଂଶ ଫୁଲେ । ଆଙ୍ଗୁଠି ବଙ୍କା ହେଲା ଭଳି ଦେଖାଯାଏ । ଏହା ଲିଭର ସିରୋସିସର ଲକ୍ଷଣ ।
ନଖ ଧଳା ପଡ଼ିଯିବା : ଯେବେ ନଖର ଉପର ଭାଗ ଧଳା ହେବା ସହ ତଳ ଭାଗ ପିଙ୍କ୍ ଦେଖାଯାଏ ଏହା ମଧ୍ୟ ଲିଭର ସିରୋସିସର ଲକ୍ଷଣ ବୋଲି ମନେରଖିବାକୁ ପଡ଼ିବ । ଡାଏବେଟିସ୍ ବା ହାର୍ଟ ସମସ୍ୟା ଥିଲେ ବି ନଖରେ ଏଭଳି ଲକ୍ଷଣ ଦେଖାଯାଏ ।
ଅଧିକ ପଢନ୍ତୁ .... ଆଖି ଡେଇଁଲେ ଶୁଭ ନା ଅଶୁଭ ? କ’ଣ କୁହେ ବିଜ୍ଞାନ ? ସତ ଜାଣିଲେ ହେବେ ଆଶ୍ଚର୍ଯ୍ୟ !
ପାପୁଲି କୁଣ୍ଡେଇହେବା ସହ ହାତ ଥରିବା : ଲିଭରରେ କୌଣସି ସଂକ୍ରମଣ ଥିଲେ ବା ସମସ୍ୟା ଥିଲେ ହାତ ଅନେକ ସମୟରେ ଅନିୟନ୍ତ୍ରିତ ହେବା ଭଳି ଲାଗେ । ଏହାସହ ପାପୁଲି କୁଣ୍ଡାଇହୁଏ ।
ଲିଭର ସଂକ୍ରମଣର ଅନ୍ୟ ଲକ୍ଷଣ:
ଚର୍ମ ଓ ଆଖି ତଳ ହଳଦିଆ ଦେଖାଯିବା
କ୍ଷତ ହେଲେ ରକ୍ତ ପ୍ରବାହ ବନ୍ଦ ନହେବା
ହାଲିଆ ଲାଗିବା
ପେଟ ଫୁଲିବା
ଚର୍ମରେ ଲାଲ ରଙ୍ଗର ପ୍ୟାଚେସ୍ ଦେଖାଯିବା
ଏମିତି କିଛି ଲକ୍ଷଣ ଦେଖନ୍ତି ତାହେଲେ କାଳ ବିଳମ୍ବ ନକରି ତୁରନ୍ତି ଡାକ୍ତରଙ୍କ ପରାମର୍ଶ କରନ୍ତୁ । କାରଣ ଏସବୁ ଲକ୍ଷଣ ଆପଣଙ୍କ ଲିଭର ଡ୍ୟାମେଜର ପ୍ରାରମ୍ଭିକ ସଙ୍କେତ । ଆରମ୍ଭରୁ ଡାକ୍ତରଙ୍କ ପରାମର୍ଶ ଆପଣଙ୍କ ବଡ଼ ବିପତ୍ତିରୁ ରକ୍ଷା କରିଦେଇପାରେ ।
Follow Us