IRAN WAR Photograph: (KanakNews)
କନକ ବ୍ୟୁରୋ : ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ତିକ୍ତତା ଭିତରେ ଆମେରିକା ଏବେ କୂଅରେ ଡ଼େଇଁଲା ଭଳି କାମ କରୁଛି । ଏଭଳି ସ୍ଥିତିରେ ଇରାନର ବରିଷ୍ଠ ନେତା ୮୬ ବର୍ଷୀୟ ଅୟାତୁଲ୍ଲା ଅଲ୍ଲି ଖାମେନେଇ ସାମ୍ନାକୁ ଆସି ଆମେରିକା ଏବଂ ଇରାନ ଉଭୟ ଦେଶକୁ ଚେତାବନୀ ଦେଇଛନ୍ତି । ଇରାନର ସରକାରୀ ଗଣମାଧ୍ୟମ ଅନୁସାରେ ଖାମେନେଇ ସଫା ସଫା କହିଛନ୍ତି ଯେ ‘ଯଦି ଆମେରିକାର ସୈନ୍ୟବଳ ଏହି ମାମଲାରେ ହସ୍ତକ୍ଷେପ କରିବାର ଉଦ୍ୟମ କରନ୍ତି ତେବେ ଏହାର ପରିଣାମ ବହୁତ ଭୟଙ୍କର ହେବ ।’
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦ୍ବାରା କୁହାଯାଇଥିବା ‘ବିନା ସର୍ତ୍ତରେ ଆତ୍ମସମର୍ପଣ’ କୁ ନେଇ ମଧ୍ୟ ଖାମେନେଇ ସିଧା ଜବାବ ଦେଇଛନ୍ତି । ପୂର୍ବରୁ ଟ୍ରମ୍ପ୍ ଟିପ୍ପଣୀ କରି କହିଥିଲେ ଯେ ‘ଆମେରିକା ଜାଣିଛି ଖାମେନେଇ କେଉଁଠି ଲୁଚିଛନ୍ତି କିନ୍ତୁ ତାଙ୍କୁ ମାରିବାର ଆମର କୌଣସି ଯୋଜନା ନାହିଁ ।’ ଏହି ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇ ଖାମେନେଇ କହିଛନ୍ତି ‘ଯେଉଁ ଲୋକ ଇରାନର ଇତିହାସ ଜାଣିଛନ୍ତି, ସେମାନେ ଧମକର ଭାଷା କୁହନ୍ତି ନାହିଁ ।’ ଖାମେନେଇ ଇରାନ ଜନତାଙ୍କ ପ୍ରଶଂସା କରି କହିଛନ୍ତି ଯେ ‘ଇସ୍ରାଏଲ ଆକ୍ରମଣ ପରେ ଇରାନବାସୀ ଯେଉଁ ସାହାସ ଦେଖାଇଛନ୍ତି ତାହା ରାଷ୍ଟ୍ରୀୟ ଶକ୍ତିର ପ୍ରତୀକ । ଯୋଜନାବଦ୍ଧ ଯୁଦ୍ଧ ଘୋଷଣା କରୁଥିବା ରାଷ୍ଟ୍ର ଆଗରେ ଇରାନ ମୁଣ୍ଡ ନୁଆଁଇବ ନାହିଁ ଏବଂ ଯୋଜନାବଦ୍ଧ ଶାନ୍ତି ବୁଝାମଣାକୁ ମଧ୍ୟ ସ୍ବୀକାର କରିବ ନାହିଁ ।’
Follow Us