Iran blame US and Israel Photograph: (KanakNews)
କନକ ବ୍ୟୁରୋ : ଇରାନରେ ଗୃହଯୁଦ୍ଧ ସ୍ଥିତି । ଇରାନର ସର୍ବୋଚ୍ଚ ନେତା ଖାମନେଇଙ୍କ ବିରୋଧରେ ରାସ୍ତାକୁ ଓହ୍ଳାଇଛନ୍ତି ହଜାର ହଜାର ବିକ୍ଷୋଭକାରୀ । ବିକ୍ଷୋଭ ଯୋଗୁ ଗୁରୁବାର ରାତିରେ ଇରାନରେ ଇଣ୍ଟରନେଟ୍ ଏବଂ ଟେଲିଫୋନ୍ ସେବା ପୂରା ବନ୍ଦ ହୋଇଯାଇଥିଲା । ତେହରାନ ଏବଂ ଅନ୍ୟ ସହରରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଖାମନେଇ ଚେତାବନୀ ଦେଇଥିବାରୁ ତାଙ୍କୁ ଧମକ ଦେଇଛି ଆମେରିକା । ମୂଲ୍ୟବୃଦ୍ଧି ଓ ବେକାରି ସମସ୍ୟା ନେଇ ୧୨ ଦିନ ହେଲା ଇରାନରେ ଜୋରଦାର ବିକ୍ଷୋଭ ଜାରି ରହିଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ନେତୃତ୍ୱକୁ ଏକ କଡ଼ା ଚେତାବନୀ ଦେଇଛନ୍ତି । ଯଦି ପ୍ରଦର୍ଶନକାରୀଙ୍କୁ ହତ୍ୟା କରିବା ଆରମ୍ଭ କରନ୍ତି, ତେବେ ଯୁକ୍ତରାଷ୍ଟ୍ର ଆମେରିକା କଠୋର କାର୍ଯ୍ୟାନୁଷ୍ଠାନ ନେବ । ଏହି ଚେତାବନୀ ଇରାନରେ ବଢୁଥିବା ଅଶାନ୍ତି ମଧ୍ୟରେ ଆସିଛି । ଇରାନରେ ଅର୍ଥନୈତିକ ସଙ୍କଟ ଆହୁରି ଖରାପ ହେବା କାରଣରୁ ଏକାଧିକ ସହରରେ ବିରୋଧ ପ୍ରଦର୍ଶନ କରାଯାଉଛି ।
ଅଧିକ ପଢ଼ନ୍ତୁ--ଲାଲୁ ଯାଦବଙ୍କୁ ଅଦାଲତି ଝଟକା: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବଢ଼ିଲା ଯାଦବ ପରିବାରର ଅଡୁଆ
ମାନବିକ ଅଧିକାର କର୍ମୀମାନେ କହୁଛନ୍ତି ଯେ, ବିକ୍ଷୋଭ ପ୍ରଦର୍ଶନ ସହ ଜଡ଼ିତ ସଂଘର୍ଷରେ ଅତି କମରେ ୪୫ ଜଣ ଲୋକଙ୍କୁ ହତ୍ୟା କରାଯାଇଛି । ଯାହା ତେହରାନର ଅଶାନ୍ତି ନିୟନ୍ତ୍ରଣ ଉପରେ ଅନ୍ତର୍ଜାତୀୟ ଚିନ୍ତା ବଢାଇଛି। ଗୁରୁବାର ଇରାନରେ ଦେଶବ୍ୟାପୀ ଇଣ୍ଟରନେଟ୍ ବ୍ଲାକଆଉଟ୍ ହୋଇଥିଲା। ଅର୍ଥନୈତିକ ଦୁର୍ଦ୍ଦଶା କାରଣରୁ ସୃଷ୍ଟି ହୋଇଥିବା ବିରୋଧ ପ୍ରଦର୍ଶନ ଆହୁରି ବ୍ୟାପିବାରେ ଲାଗିଛି। ତେହରାନ ଏବଂ ଇରାନର ମୁଖ୍ୟ ସହରଗୁଡିକରେ ପ୍ରଦର୍ଶନକାରୀମାନେ ରାସ୍ତାକୁ ଓହ୍ଲାଇ ଇରାନର ଧର୍ମଗୁରୁଙ୍କ ନେତୃତ୍ୱ ବିରୋଧରେ ସ୍ଲୋଗାନ୍ ଦେଉଛନ୍ତି ।
Follow Us