କନକ ବ୍ୟୁରୋ : ପୁଣି ଅଶାନ୍ତ ଗାଜା , ଯୁଦ୍ଧ ବିରତି ଘୋଷଣାରେ ଆମେ ଦେଖିଥିଲେ ଗାଜା ବାସୀ ଘରକୁ ଫେରୁଛନ୍ତି ଆଉ ମସଜିଦରେ ପ୍ରାର୍ଥନା ଚାଲିଛି ହେଲେ ହମାସ୍‌ ପାଇଁ ପୁଣି ବଢିଛି ଅଶାନ୍ତି , ଇସ୍ରାଏଲ ସୈନିକଙ୍କ ହତ୍ୟା ପରେ ହମାସ୍‌ ଉପରେ ରକ୍ତମୁଖା ନେତ୍ୟାନ୍ୟାହୁ । କିଛି ଦିନରେ ନିରବତା ପରେ ଗାଜା ରକ୍ତରେ ଭିଜିଛି । ଆଇଡିଏଫ ଆକ୍ରମଣରେ ୧୦୦ରୁ ଅଧିକ ଜୀବନ ଯାଇଛି ।

Advertisment

ଗାଜା ପାଇଁ କୌଣସି ଅସ୍ତ୍ର ବିରତି ନାହିଁ । ସାରା ବିଶ୍ୱ ଆଗରେ ଅସ୍ତ୍ରବିରତି ଚାଲିଥିବା କୁହାଯାଉଥିଲେ ମଧ୍ୟ, ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଓ ପାଲେଷ୍ଟାଇନୀୟଙ୍କ ମୃତ୍ୟୁସଂଖ୍ୟା ଥମିବାର ନାଁ ଧରୁନି । ଯୁଦ୍ଧ ସରିଯାଇଥିଲେ ବି ଶାନ୍ତିର ଆଶା ଦେଖାଯାଉ ନାହିଁ । ପ୍ରତ୍ୟେକ ଦିନ ବୋମା ବର୍ଷଣ ଓ ଗୁଳିମାଡ଼ରେ ଅନେକ ନିରୀହ ଲୋକଙ୍କ ଜୀବନ ଯାଉଛି । ଅକ୍ଟୋବର ୧୦ ତାରିଖରେ ଯୁଦ୍ଧବିରତି ଚୁକ୍ତି ହେବା ପରଠାରୁ, ଇସ୍ରାଏଲ ଆକ୍ରମଣରେ ଅତି କମରେ ୨୧୧ ପାଲେଷ୍ଟିନଙ୍କ ମୃତ୍ୟୁ ଘଟିଛି ଏବଂ ୫୯୭ ଜଣ ଆହତ ହୋଇଛନ୍ତି ବୋଲି ଗାଜା ପ୍ରଶାସନ  କହିଛି । ଅସ୍ତ୍ରବିରତି କେବଳ ଏକ ଔପଚାରିକତା ପାଲଟିଛି, କାରଣ ଇସ୍ରାଏଲ୍ ସେନାର କାର୍ଯ୍ୟାନୁଷ୍ଠାନ  ଫଳରେ ଗାଜାରେ ଦୈନନ୍ଦିନ ରକ୍ତପାତ ଜାରି ରହିଛି ।

୨ ବର୍ଷର ଅପେକ୍ଷାର ହେବ ଅନ୍ତ, ଇସ୍ରାଏଲକୁ ଫେରିବେ ପଣବନ୍ଦୀ

ଏଭଳି ସ୍ଥିତିରେ, ଯେଉଁମାନେ ଯୁଦ୍ଧର ଭୟାବହତାକୁ ସାମ୍ନା କରି ବଞ୍ଚିଛନ୍ତି, ସେମାନେ ଏବେ ମିଥ୍ୟା ଶାନ୍ତିର ଏହି ପରିବେଶରେ ନିଜର ଜୀବନ ହରାଇବାକୁ ବାଧ୍ୟ ହେଉଛନ୍ତି । ଇସ୍ରାଏଲ ଏବେ ଆକ୍ରମଣକୁ ଜୋର କରିଛି । ହମାସର ଅସ୍ତ୍ର ଭଣ୍ଡାର ଓ ସୁଡ଼ଙ୍ଗ ଉପରେ ବୋମାମାଡ଼ କରିଛି ଇସ୍ରାଏଲ । ମୃତ୍ୟ ସଂଖା ୧୦୦ ଟପିଲାଣି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଗାଜା ଷ୍ଟ୍ରିପରେ ଆତଙ୍କୀ ସଙ୍ଗଠନ ହମାସର ଉପରେ ବଡ଼ ଆକ୍ରମଣ ଆରମ୍ଭ କରିବାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି ।  ଯେଉଁ ଦେଶରେ ଯୁଦ୍ଧ ହେଲେ ଆଗତରା ସମାଧାନ କରିବା କଥା କହୁଥିବା ଆମେରିକା ରାଷ୍ଟ୍ରପତି ଏବେ କିନ୍ତୁ ହାତ ଟେକି ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଇସ୍ରାଏଲ ସୈନିକଙ୍କୁ ହତ୍ୟା ପରେ ଇସ୍ରାଏଲ ପ୍ରତିଶୋଧ ନେଇଛି, ହମାସକୁ ନିୟନ୍ତ୍ରଣରେ ରହିବାକୁ ପଡିବ । ଟ୍ରମ୍ପଙ୍କ ମତରେ ଇସ୍ରାଏଲର ପ୍ରତିଶୋଧ ନେବାର ଅଧିକାର ଅଛି । ଆମେରିକାର ମଧ୍ୟସ୍ଥତାରେ ଅସ୍ତ୍ରବିରତି ହୋଇଥିଲା ହେଲେ ମାସେ ବି ହେଇନି ନିୟମ ଭାଙ୍ଗିଲା ପୁଣି ଥରେ ଗାଜା ଉପରେ ବର୍ଷିଲା ବମ୍‌  ପଡିଲା ରକେଟ୍‌ । ବିପଦ ଭଡିଛି ଗାଜାରେ ରହୁଥିବା ସାଧାରଣ  ପାଲେଷ୍ଟାଇନ୍‌ ବାସୀଙ୍କ । ବମ୍‌ ରକେଟ ମାଡ଼ ହେଲେ କେତେ ହମାସ ଆତଙ୍କୀ ମରୁଛନ୍ତି ତାହା ଯେତିକି ଚିନ୍ତା ନୁହେଁ ଏଥିରେ ନିରୀହ ଲୋକଙ୍କ ମଧ୍ୟ ମୃତ୍ୟୁ ଘଟୁଛି ।