କନକ ବ୍ୟୁରୋ:ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଅଦାଲତି ଝଟକା । ଲାଲୁ, ତାଙ୍କ ପରିବାର ଏବଂ ଅନ୍ୟମାନଙ୍କ  ବିରୋଧରେ ସିବିଆଇର ସ୍ବତନ୍ତ୍ର ଦିଲ୍ଲୀ କୋର୍ଟ ଚାର୍ଜଫ୍ରେମ୍ କରିଛନ୍ତି । ଲାଲୁ, ତାଙ୍କ ପତ୍ନୀ ରାବଡୀ ଦେବୀ, ଝିଅ ମିଶାଭାରତୀ, ହେମା ଯାଦବ,  ପୁଅ ତେଜସ୍ୱୀ ଓ ତେଜ ପ୍ରତାପଙ୍କ ସମେତ ମୋଟ୍ ୪୦ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଚାର୍ଜଫ୍ରେମ୍ କରାଯାଇଛି । ରେଳମନ୍ତ୍ରୀ ଥିବା ବେଳେ ଲାଲୁ ଯାଦବ ଓ ତାଙ୍କ ପରିବାର ଏକ ଆପରାଧିକ ସିଣ୍ଡିକେଟ୍ ଭାବେ କାମ କରିଥିଲେ ବୋଲି ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟର ସ୍ବତନ୍ତ୍ର ବିଚାରପତି ବିଶାଳ ଗୋଗାନେ ଦର୍ଶାଇଛନ୍ତି । ସମସ୍ତଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ କହିଛନ୍ତି, ଲାଲୁ ଓ ଅନ୍ୟମାନଙ୍କ ବିରୋଧରେ ସିବିଆଇ ଦୃଢ଼ ପ୍ରମାଣ ଦାଖଲ କରିଛି । ୟୁପିଏ ସରକାର ସମୟରେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିଲେ ଓ ସେହି ସମସୟରେ ରେଳବାଇରେ ଚାକିରି ପାଇଁ ଜମି ଦୁର୍ନୀତି ହୋଇଥିଲା । ମାମଲାର ତଦନ୍ତ ଏବେ ବି ଜାରି ରହିଛି । ଦୁର୍ନୀତି ନିବାରଣ ଆଇନ ଅନୁସାରେ ମାମଲା ରୁଜୁ ହୋଇଥିଲା । ସିବିଆଇ ମୋଟ୍ ୧୦୩ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା । ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇସାରିଛି । ଅବଶିଷ୍ଟ ୯ ୮ ଜଣଙ୍କ ମଧ୍ୟରୁ ୫୨ଜଣଙ୍କୁ କୋର୍ଟ ମାମଲାରୁ ଡିସଚାର୍ଜ କରିଛନ୍ତି ।  

Advertisment

ଟିଏମସିର ଧାରଣା ଓ ବିରୋଧ ପ୍ରଦର୍ଶନରେ ଉଠିଲା ପଡ଼ିଲା ରାଜଧାନୀ ଦିଲ୍ଲୀ: କୋଲକାତା ଆଇପ୍ୟାକ୍ ଅଫିସରେ ଇଡି ଚଢ଼ାଉର ପ୍ରତିବାଦ

  ଲାଲୁଙ୍କୁ କୋର୍ଟ ଝଟକା
ଚାକିରି ପାଇଁ ଜମି ଦୁର୍ନୀତି ମାମଲା
ଲାଲୁ ଯାଦବ ଓ ପରିବାର ବିରୋଧରେ ଚାର୍ଜଫ୍ରେମ୍
ମୋଟ୍ ୪୦ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଚାର୍ଜଫ୍ରେମ୍ 
ଲାଲୁ ରେଳମନ୍ତ୍ରୀ ଥିବା ବେଳେ ହୋଇଥିଲା ଦୁର୍ନୀତି
୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ ରେଳମନ୍ତ୍ରୀ ଥିଲେ 
ଦିଲ୍ଲୀ ରାଉଜ୍ ଆଭେନ୍ୟୁ ସିବିଆଇ କୋର୍ଟ କଲେ ଚାର୍ଜଫ୍ରେମ୍ 
ଲାଲୁ ଓ ପରିବାର ଆପରାଧିକ ସିଣ୍ଡିକେଟ୍ ଭଳି କାମ କରିଥିଲେ
ତଦନ୍ତରୁ ସିବିଆଇ ଯଥେଷ୍ଟ ପ୍ରମାଣ ପାଇଥିବା କହିଲେ ଅଦାଲତ 
କୋର୍ଟରେ ଚାଲୁରହିଛି ମାମଲା, ଜାରି ରହିଛି ସିବିଆଇର ଅଧିକ ତଦନ୍ତ