ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ ଫାସ , ନବରଙ୍ଗପୁର ଔଷଧ ଦୋକାନୀ ଗିରଫ ; ୧୪ ଲକ୍ଷରୁ ଅଧିକ ଟ୍ରମାଡୋଲ ଜବତ

Advertisment

ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ କାରବାର ସମ୍ପୃକ୍ତି ନେଇ ନବରଙ୍ଗପୁର ଔଷଧ ଦୋକାନୀଙ୍କୁ ଗିରଫ କଲା ଛତିଶଗଡ଼ ବସ୍ତର ପୁଲିସ୍ । ନବରଙ୍ଗପୁର ସହରର ଜେଇଏଲସି କମ୍ପ୍ଲେକ୍ସରେ ଥିବା ଶ୍ରୀ ଲକ୍ଷ୍ମଣା ମେଡିକାଲ ଷ୍ଟୋର ମାଲିକ ଉନ୍ନା ରାମକୃଷ୍ଣଙ୍କୁ ଛତିଶଗଡ଼ ବସ୍ତ୍ରର ଜିଲ୍ଲା ପୁଲିସ୍ ଗିରଫ କରିଛି ।

ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ କାରବାର ସମ୍ପୃକ୍ତି ନେଇ ନବରଙ୍ଗପୁର ଔଷଧ ଦୋକାନୀଙ୍କୁ ଗିରଫ କଲା ଛତିଶଗଡ଼ ବସ୍ତର ପୁଲିସ୍ । ନବରଙ୍ଗପୁର ସହରର ଜେଇଏଲସି କମ୍ପ୍ଲେକ୍ସରେ ଥିବା ଶ୍ରୀ ଲକ୍ଷ୍ମଣା ମେଡିକାଲ ଷ୍ଟୋର ମାଲିକ ଉନ୍ନା ରାମକୃଷ୍ଣଙ୍କୁ ଛତିଶଗଡ଼ ବସ୍ତ୍ରର ଜିଲ୍ଲା ପୁଲିସ୍ ଗିରଫ କରିଛି ।

Drugs

କନକ ବ୍ୟୁରୋ : ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ କାରବାର ସମ୍ପୃକ୍ତି ନେଇ ନବରଙ୍ଗପୁର ଔଷଧ ଦୋକାନୀଙ୍କୁ ଗିରଫ କଲା ଛତିଶଗଡ଼ ବସ୍ତର ପୁଲିସ୍ । ନବରଙ୍ଗପୁର ସହରର ଜେଇଏଲସି କମ୍ପ୍ଲେକ୍ସରେ ଥିବା ଶ୍ରୀ ଲକ୍ଷ୍ମଣା ମେଡିକାଲ ଷ୍ଟୋର ମାଲିକ ଉନ୍ନା ରାମକୃଷ୍ଣଙ୍କୁ ଛତିଶଗଡ଼ ବସ୍ତ୍ରର ଜିଲ୍ଲା ପୁଲିସ୍ ଗିରଫ କରିଛି । ବେଆଇନ ଡ୍ରଗ୍ସ କାରବାରରେ ସେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଉଠାଇ ନେଇଛି ପୁଲିସ । ତାଙ୍କ ଦୋକାନ ପଛପଟେ ଥିବା ଏକ ଘରୁ ୧୨ଟି ବକ୍ସରେ ୨ ହଜାର ୮୪୮ ଟି ଟ୍ରମାଡୋଲ କ୍ୟାପସୁଲ ଜବତ କରାଯାଇଛି । ଏହାର ବଜାର ମୂଲ୍ୟ ୧୧ ଲକ୍ଷ ୩୯ ହଜାର ୨୦୦ ଟଙ୍କାହେବ । ତାଙ୍କ ବିରୋଧରେ ଏନଡିପିଏସ ଧାରା ଅନୁସାରେ ମାମଲା ରୁଜୁ କରିଛି ବସ୍ତର ଜିଲ୍ଲାର ବୋଧଘାଟ ପୁଲିସ୍ ।

ଶୁକ୍ରବାର ବସ୍ତର ବୋଧଘାଟ ପୋଲିସ ଇନ୍ସପେକ୍ଟର ଲୀଳାଧର ରାଠୋର, ଲଳିତ ନାଗ, ପ୍ରମୋଦ ଠାକୁର, ଲୋକେଶ୍ୱର ନାଗ, ଦିନେଶ ଉସେଣ୍ଡି, ପ୍ରମୁଖ ନବରଙ୍ଗପୁର ପହଞ୍ଚି ଔଷଧ ଦୋକାନରେ ତଲାସୀ କରି ଔଷଧ ଜବତ କରିବା ସହ ଦୋକାନିଙ୍କୁ ଗିରଫ କରିଥିଲେ । ଉନ୍ନା ରାମକୃଷ୍ଣ ବେଆଇନ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବାବେଳେ ଏହି କାରବାରର ଚେର ଛତିଶଗଡ ପର୍ଯ୍ୟନ୍ତ ଲମ୍ବିଥିଲା । ଗୁରୁବାର ସନ୍ଧ୍ୟାରେ ବୋଧଘାଟ ଥାନା ଅଞ୍ଚଳର ଗଂଗାମୁଣ୍ଡା ଚୌପାଟି ନିକଟରେ ଜଣେ ଯୁବକ ଗଜେନ୍ଦ୍ର ସିଂ ଠାକୁର ଏକ ବସ୍ତାରେ ଡ୍ରଗ୍ସ ଧରି ଗ୍ରାହକଙ୍କୁ ଅପେକ୍ଷା କରିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇ ସମ୍ପୃକ୍ତ ଯୁବକକୁ ଧରିଥିଲା । ତା ନିକଟରୁ ଜରି ବସ୍ତା ଭିତରୁ ୬୭୨ଟି ଟ୍ରମାଡୋଲ କ୍ୟାପସୁଲ ଜବତ ହୋଇଥିଲା ।

ଅଧିକ ପଢନ୍ତୁ : ମହାନଦୀକୁ ନେଇ ଲାଗି ରହିଛି ଆନ୍ତଃରାଜ୍ୟ ବିବାଦ ; ପାଣି ଚୋରି ଭଳି ସାଂଘାତିକ ଅଭିଯୋଗର ହେବ କି ଯାଞ୍ଚ ?

 ଯାହାର ବଜାର ମୂଲ୍ୟ ୨ ଲକ୍ଷ ୬୮ ହଜାର ୮୦୦ ଟଙ୍କା ବୋଲି ଜଣାପଡିଥିଲା । ପୁଲିସ ଯୁବକକୁ ପଚରାଉଚରା କରିବାରୁ ଏହି ଡ୍ରଗ୍ସ ଓଡିଶା ନବରଙ୍ଗପୁର ସହରର ଜଣେ ଔଷଧ ଦୋକାନୀ ଯୋଗାଉଥିବା ସୂଚନା ଦେଇଥିଲା । ଏହାପରେ ପୁଲିସ ଶୁକ୍ରବାର ଦିନ ନବରଙ୍ଗପୁର ପହଞ୍ଚି ଉନ୍ନା ରାମକୃଷ୍ଣଙ୍କ ଔଷଧ ଦୋକାନରେ ଚଢ଼ାଉ କରିବା ସହ ତାଙ୍କ ଦୋକାନ ପଛପଟେ ଥିବା ଏକ କୋଠରୀରୁ ୧୨ଟି ବକ୍ସ ଟ୍ରମାଡୋଲ କ୍ୟାପସୁଲ ଜବତ କରିବା ସହ ଦୋକାନିଙ୍କୁ ଗିରଫ କରି ଛତିଶଗଡ ନେଇଯାଇଥିଲା । ଉଭୟ ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ଡ୍ରଗ୍ସର ମୂଲ୍ୟ ୧୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ବୋଧଘାଟ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe