କନକ ବ୍ୟୁରୋ : ଶୋଷଣର ଶିକାର ହେଉଛି ଓଡ଼ିଶାର ଜୀବନ ନାଟିକା , ମହାନଦୀରୁ ଖୁଲ୍ଲମଖୁଲ୍ଲା ପାଣି ଚୋରି ଅଭିଯୋଗ । ବେଫିକର୍, ବେଧଡ଼କ ଚାଲିଛି ବିସ୍ଫୋରଣ । ଛିଟିକି ପଡ଼ିଛି ବଡ଼ ବଡ଼ ପଥର ଖଣ୍ଡ। ଦିନ ହେଉ କି ରାତି, ଥରି ଉଠୁଛି ପୂରା ଅଞ୍ଚଳ । ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକର ଦେଓଗାଁରେ ପ୍ରିମିୟର ଗ୍ରୀନ ଇନୋଭେସନ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ନିର୍ମାଣଧୀନ ଇଥାନାଲ ପ୍ଲାଣ୍ଟକୁ ନେଇ ତେଜିଛି ଅସନ୍ତୋଷ । କମ୍ପାନିକୁ ପାଣି ନେବାକୁ ମହାନଦୀରେ ଇନଟେକ୍ ୱେଲ୍ ନିର୍ମାଣ କରୁଛି ଏହି କମ୍ପାନି । ଯେଉଁଥିପାଇଁ ମହାଦନୀରେ ଡିନାମାଇଟ୍ ଲଗାଇ ବସ୍ଫୋରଣ କରାଯାଉଥିବା ଅଭିଯୋଗ ହୋଇଛି ।
ବିସ୍ଫୋରକ ଖଞ୍ଜି ପାଣି ଚୋରି ପାଇଁ କରାଯାଉଛି ବ୍ଲାଷ୍ଟିଂ । ଏନେଇ ଧମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦେଓଗାଁବାସୀ । କିନ୍ତୁ ଲୋକଙ୍କ କହିବା କଥା, ବାରମ୍ୱାର ଅଭିଯୋଗ ପରେ ମଧ୍ୟ ପୁଲିସର ନିଦ ଭାଙ୍ଗୁନି। ମହାନଦୀ ଏହି ଅଞ୍ଚଳର ଜୀବନରେଖା । ଏମିତିକି ରୋଜଗାରର ପ୍ରମୁଖ ସାହାରା । କିନ୍ତୁ ବିନା ଅନୁମତିରେ ମହାନଦୀ ସହ ଏଭଳି ସାଂଘାତିକ ଖେଳ ଦେଓଗାଁବାସୀଙ୍କୁ ଯନ୍ତ୍ରଣା ଦେଉଛି। ବେଆଇନ ବ୍ଲାଷ୍ଟିଂ ଓ ନିର୍ମାଣ କାମ ବନ୍ଦ ନକଲେ ସ୍ଥିତି ସାଂଘାତିକ ହେବ ବୋଲି ଚେତାବନୀ ଦେଇଛନ୍ତି ଦେଓଗାଁବାସୀ ।
ଅଧିକ ପଢ଼ନ୍ତୁ---ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବେ ମହିଳା ସିପାହୀ
ମହାନଦୀରେ କାହା ଅନୁମତିରେ କମ୍ପାନି କରୁଛି ବ୍ଲାଷ୍ଟିଂ । ଡିନାମାଇଟ୍ ବିସ୍ଫୋରଣ ପାଇଁ କିଏ ଦେଇଛି ଅନୁମତି ? ବିନା ଅନୁମତିରେ କେଉଁଠୁ ଆସୁଛି ବିସ୍ଫୋରକ ? ଆମେ ଏହି ତମାମ ପ୍ରଶ୍ନ ପଚାରିଥିଲୁ ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକର ଦେଓଗାଁରେ ପ୍ରିମିୟର ଗ୍ରୀନ ଇନୋଭେସନ ପ୍ରାଇଭେଟ ଲିମିଟେଡ ଦ୍ବାରା ନିର୍ମାଣଧୀନ ଇଥାନାଲ ପ୍ଲାଣ୍ଟର କର୍ତ୍ତୃପକ୍ଷଙ୍କୁ । କ୍ୟାମେରା ଓ ବୁମ ଦେଖି ଗାଡ଼ି ଛାଡ଼ି ଚାଲିଚାଲି ପଳାଇଥିଲେ ବାବୁ । ପ୍ରଶ୍ନ ପଚାରିଲେ କହୁଥିଲେ ନୋ କମେଣ୍ଟ୍ । ପୁଣି କହିଥିଲେ ଏଠାରେ ବ୍ଲାଷ୍ଟି ହେଉନି । ବିନା ଲାଇସେନ୍ସରେ କେମିତି ବିସ୍ପୋରଣ କରୁଛି କମ୍ପାନି, ଜିଲ୍ଲା ପ୍ରଶାସନ ବି ସାଜିଛି ନିରବଦ୍ରଷ୍ଟା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/27/mahanadi-2025-12-27-16-29-49.jpg)