କନକ ବ୍ୟୁରୋ: ନକ୍ସଲ ସମ୍ପୃକ୍ତି ମାମଲାରେ ଶିକ୍ଷକ ଗିରଫ ଘଟଣାରେ ନୂଆମୋଡ଼। ଗିରଫ ଶିକ୍ଷକ ପ୍ରତାପ ନାୟକ ଅଭିଯୁକ୍ତ ନୁହନ୍ତି। ସାମାନ ନାମ ଯୋଗୁଁ ପୁଲିସ ଭୁଲ ବ୍ୟକ୍ତିଙ୍କୁ ଗିରଫ କରିଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରତାପଙ୍କ ଓକିଲ। ପୁଲିସ ସଠିକ ଯାଞ୍ଚ ନକରି ପ୍ରତାପକୁ ଗିରଫ କରିଥିବା ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ। ପୁଲିସ କାର୍ଯ୍ୟଶୈଳୀକୁ ନେଇ ଉଠିଛି ପ୍ରଶ୍ନ।
୨୦୧୧ ଓ ୨୦୧୩ରେ ହୋଇଥିବା ଦୁଇଟି ମାମଲାର ୱାରେଣ୍ଟି ବଳରେ ଅଡ଼ବା ପୁଲିସ ଗତ ୧୨ ତାରିଖରେ ଶିକ୍ଷକ ପ୍ରତାପ କୁମାର ନାୟକଙ୍କୁ ଗିରଫ କରିଥିଲା। ୨୦୧୧ରେ ଆଲିଗଣ୍ଡା ନିକଟ ଅନ୍ଧାରି ଘାଟି ବିସ୍ଫୋରଣ ମାମଲା ଓ ୨୦୧୩ରେ ଭାଲିଆଗୁଡ଼ା ଏନଙ୍କାଉଣ୍ଟର ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ପୁଲିସ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ୨୦୧୩ର ଅଭିଯୁକ୍ତ ପ୍ରତାପ ନାୟକ ଓରଫ୍ ନସିବ୍ ନାୟକ ପୁଲିସ ନିକଟରେ ଆତ୍ମସମର୍ପଣ କରି ସାରିଛି।
ସରକାରୀ ନିୟମ ଅନୁସାରେ, ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କ ନାମରେ ଥିବା ଏନ୍ବିଡବ୍ଲୁ ହଟାଯିବା କଥା। ତାହା ନକରି ଓଲଟା ଜଣେ ନିରିହ ଶିକ୍ଷକଙ୍କୁ ମାଓବାଦୀ ଦର୍ଶାଇ ଗରିଫ କରାଯାଇଛି। ଆଗାମୀ ଦିନରେ ଏହି ମାମଲାକୁ ନେଇ ରାଜ୍ୟ ମାନବାଧିକାର କମିଶନ ଓ ଅଦାଲତଙ୍କ ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି ପ୍ରତାପଙ୍କ ଆଇନଜୀବୀ। ସେପଟେ ଅଭିଯୋଗ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାକୁ ନାରାଜ୍ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା। ତେବେ ଆଗକୁ ଏହି ଘଟଣା ଆଗକୁ କି ମୋଡ଼ ନେଉଛି ତାହା ସମୟ କହିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/08/23/teach-2025-08-23-18-38-01.jpg)