କନକ ବ୍ୟୁରୋ : ସ୍ୱାଭାବିକ ହେଉଛି ଇଣ୍ଡିଗୋ ବିମାନ ଉଡ଼ାଣ । ହନ୍ତସନ୍ତ ହେଉଛନ୍ତି ବିମାନ ଯାତ୍ରୀ । ପ୍ରତିଦିନ ବାତିଲ ହେଉଛି ବିମାନ । ନା କେହି ଆସିପାରୁଛନ୍ତି ନା କେହି ଯାଇ ପାରୁଛନ୍ତି । ଏହାର ପ୍ରଭାବ ସିଧାସଳଖ ରାଜ୍ୟ ଅର୍ଥନୀତି ଉପରେ ମଧ୍ୟ ପଡ଼ିଛି । କ୍ଷତିଗ୍ରସ୍ତ ହୋଇଛି ପର୍ଯ୍ୟଟନ ସହ ଜଡିତ ବିଭିନ୍ନ ଶିଳ୍ପ ।
ଦଶ ଦିନ ହେଲା ଲାଗି ରହିଛି ଇଣ୍ଡିଗୋ ବିମାନ ଉଡ଼ାଣ ବିଭ୍ରାଟ । ଡିଜିସିଏ ଓ କେନ୍ଦ୍ର ସରକାରଙ୍କ ତାଗିଦ, କର୍ତ୍ତୁପକ୍ଷଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ବି ପ୍ରତିଦିନ ବିମାନ ବାତିଲ ହେଉଛି । ଭୁବନେଶବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ବି ୮ଟି ବିମାନ ଉଡ଼ଣ ବାତିଲ କରାଯାଇଛି ।
ଅଧିକ ପଢ଼ନ୍ତୁ : ଇଣ୍ଡିଗୋର ବଡ଼ ଘୋଷଣା, ଉଡ଼ାଣ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ ୧୦ ହଜାର ଟଙ୍କା ସହାୟତା ରାଶି
ବାତିଲ ହୋଇଥିବା ବିମାନ ଉଡ଼ାଣ
୬୭୯୩ ଭୁବନେଶ୍ବର-କୋଲକାତା ସକାଳ ୬.୧୦
୬୩୨୧ ଭୁବନେଶ୍ବର-ଡେରାଡୁନ ସକାଳ ୬.୨୦
୧୪୧ ଭୁବନେଶ୍ବର-ଚେନ୍ନାଇ ସକାଳ ୮.୧୦
୮୫୮ ଭୁବନେଶ୍ବର-ଗୋଆ ପୂର୍ବାହ୍ନ ୧୧.୩୫
୬୦୬୧ ଭୁବନେଶ୍ବର-ମୁମ୍ବାଇ ଅପରାହ୍ନ ୧୬:୧୫
୫୨୯ ଭୁବନେଶ୍ବର-ବେଙ୍ଗାଲୁରୁ ରାତି ୨:.୨୫
୬୩୧ ଭୁବନେଶ୍ବର-ହାଇଦ୍ରାବାଦ ରାତି ୨୨:୧୦
୮୦୬ ଭୁବନେଶ୍ବର-ଦିଲ୍ଲୀ ରାତି ୨୨:୨୦
ଗତ ୧୦ ଦିନରେ ଭୁବନେଶ୍ୱର ବିମାନବନ୍ଦରରୁ ୧୨୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହେଲାଣି । ସେହିପରି ଆସିବାକୁ ଥିବା ଶତାଧିକ ବିମାନ ଉଡ଼ାଣ ବାତିଲ ହୋଇଛି । ଉଡ଼ାଣ ବାତିଲ ହେବା ଫଳରେ ଓଡ଼ିଶା ବୁଲିବାକୁ, ପୂର୍ବରୁ ଟିକେଟ୍ କରିଥିବା ବହୁ ସଂଖ୍ୟାରେ ପର୍ଯ୍ୟଟକ ନିରାଶ ହୋଇଛନ୍ତି । ଯାହା ଫଳରେ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ପର୍ଯ୍ୟଟନ ଶିଳ୍ପ ।
ପର୍ଯ୍ୟଟନ ଋତୁରେ ବିମାନ ଉଡ଼ାଣ ବାତିଲର ପ୍ରଭାବ ସିଧାସଳଖ ହୋଟେଲ ଶିଳ୍ପ ଉପରେ ପଡିଛି । ପୂର୍ବରୁ ବୁକ୍ ହୋଇଥିବା ଶତାଧିକ ହୋଟେଲ ରୁମ୍ କ୍ୟାନସେଲ ହୋଇଛି । ଭୁବନେଶ୍ୱର ଓ ପୁରୀ ହୋଟେଲ ଶିଳ୍ପ ଉପରେ ପ୍ରଭାବ ବେଶି ପଡ଼ିଛି । ଟ୍ରାଭେଲ ବ୍ୟବସାୟ ବି କ୍ଷତି ସହିଛି । ପର୍ଯ୍ୟଟକଙ୍କ ଉପରେ ନିର୍ଭର କରୁଥିବା ସ୍ଥାନୀୟ ବ୍ୟବସାୟ ବି କ୍ଷତିଗ୍ରସ୍ତ ହୋଇଛି । ସେହିପରି ଅତିଥି ଆସିନପାରିବାରୁ ଡେଷ୍ଟିନେସନ ୱେଣ୍ଡିଂ ପାଇଁ ରୁମ୍ ବୁକ୍ କରିଥିବା ଲୋକଙ୍କ ଟଙ୍କା ବରବାଦ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/11/indigo-flight-2025-12-11-21-08-28.jpg)