କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ପ୍ରଶ୍ନ । ଇଣ୍ଡିଗୋ ସଙ୍କଟ ସମ୍ବନ୍ଧିତ ଏକ ଆବେଦନ ଉପରେ ଶୁଣାଣି କରି କୋର୍ଟ କେନ୍ଦ୍ର ଉପରେ ପ୍ରଶ୍ନବାଣ କରିଛନ୍ତି । ଦେଶରେ ଚାଲିଥିବା ଏତେ ବଡ ସଙ୍କଟ ପାଇଁ କିଏ ଦାୟୀ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।
ଇଣ୍ଡିଗୋ ଉଡ଼ାଣ ସଙ୍କଟ ସମ୍ବନ୍ଧିତ ଜନସ୍ବାର୍ଥ ମାମଲା ଉପରେ ଆଜି ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ଜଷ୍ଟିସ ତୁଷାର ରାଓଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଜନସ୍ବାର୍ଥ ମାମଲାରେ ଶୁଣାଣି କରି ସରକାରଙ୍କୁ ଏକାଧିକ ପ୍ରଶ୍ନ ପଚାରିଛନ୍ତି ।
ଅଧିକ ପଢ଼ନ୍ତୁ :ଇଣ୍ଡିଗୋକୁ ନେଇ ସରକାରଙ୍କ ବଡ ନିଷ୍ପତ୍ତି, ୧୦ ପ୍ରତିଶତ ବିମାନ ଚଳାଚଳ ଉପରେ ରୋକ
କେନ୍ଦ୍ର ସରକାରଙ୍କୁ କୋର୍ଟଙ୍କ ପ୍ରଶ୍ନ
-ଇଣ୍ଡିଗୋ ସଙ୍କଟ ପାଇଁ ଦାୟୀ କିଏ?
-ହଠାତ୍ କେମିତି ବିଗିଡ଼ିଲା ସ୍ଥିତି?
-୧୦ ହଜାରରୁ ୧୨ ହଜାର ଟିକେଟର ଦାମ୍ ୫୦ ହଜାର କେମିତି ହେଲା?
-ସଙ୍କଟ ଭିତରେ ଅନ୍ୟ ଏୟାରଲାଇନ୍ସ କେମିତି ଭଡ଼ା ବଢ଼ାଇଲେ?
-ଡିଜିସିଏର ନିର୍ଦ୍ଦେଶ ଇଣ୍ଡିଗୋ ନମାନିବା ପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି?
ସରକାରଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି କୋର୍ଟ ପଚାରିଥିଲେ ତେବେ ଘରୋଇ ବିମାନକୁ ନେଇ ଡିଜିସିଏର ଭୂମିକା କ’ଣ ରହିଛି ? ଏଥିସହ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ କୋର୍ଟ କହିଛନ୍ତି
କେନ୍ଦ୍ର ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ
-ନିୟମ ଅନୁସାରେ କାମ କରନ୍ତୁ ସରକାର
-ତୁରନ୍ତ ପ୍ରଭାବିତ ଯାତ୍ରୀଙ୍କୁ କ୍ଷତିପୂରଣ ଦିଅନ୍ତୁ
-ମନ୍ତ୍ରାଳୟ ଉପରେ ସରକାର ନଜର ରଖନ୍ତୁ
ପର୍ଯ୍ୟାପ୍ତ ପାଇଲଟ ଓ କ୍ରିୟୁ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଉ
-ଯାତ୍ରୀଙ୍କ ସମସ୍ୟା ସମାଧାନ ଦିଗରେ କାମ କରନ୍ତୁ
ଅଧିକ ପଢ଼ନ୍ତୁ :ଇଣ୍ଡିଗୋ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ବିମାନ ଚଳାଚଳରେ ଅଚଳାବସ୍ଥା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପ୍ରତିକ୍ରିୟା
ଆବେଦନ ଉପରେ ଜାନୁଆରୀରେ ୨୨ରେ ହେବ ପରବର୍ତ୍ତୀ ଶୁଣାଣି । ସେପଟେ ଆଜି ମଧ୍ୟ ଉଡ଼ାଣ ସମସ୍ୟା ପାଇଁ ଯାତ୍ରୀ ନାହିଁ ନଥିବା ସମସ୍ୟା ସମ୍ମୁଖୀନ ହୋଇଛନ୍ତି । ସେପଟେ ଇଣ୍ଡିଗୋ ସିଇଓଙ୍କୁ ସମନ ପଠାଇଛି ଡିଜିସିଏ ଓ ଗୁରୁବାର ସୁଦ୍ଧା ଜବାବ ରଖିବାକୁ କହିଛି । ଦେଶର ବିମାନଯାତ୍ରା ଇତିହାସରେ ସବୁଠୁ ବଡ ସଙ୍କଟ ହେଉଛି ଇଣ୍ଡିଗୋ ଉଡ଼ାଣ ବିଭ୍ରାଟ । ପୂର୍ବରୁ ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି ପାଇଁ ମନା କରିଥିବାବେଳେ ଆଜି ସରକାରଙ୍କ ଉପରେ ବର୍ଷିଥିଲେ ଦିଲ୍ଲୀ ହାଇକୋର୍ଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/10/indigo-2025-12-10-21-24-51.jpg)