କନକ ବ୍ୟୁରୋ : ସପ୍ତାହେ ହେଲାଣି ଜାରି ରହିଛି ଇଣ୍ଡିଗୋ ଅଚଳାବସ୍ଥା । ଫଳରେ ସାରା ଦେଶରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ୭ ଦିନରେ ୪ ହଜାର ୭ ଶହରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି । ତୁରନ୍ତ ସମସ୍ୟାର ସମାଧାନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଇଣ୍ଡିଗୋକୁ ଚେତାବନୀ ଦେଇଛି । ଏପଟେ ଆଜି ବି ଭୁବନେଶ୍ବର ବିମାନବନ୍ଦରରେ ହନ୍ତସନ୍ତ ହୋଇଛନ୍ତି ଯାତ୍ରୀ।

Advertisment

ଅଧିକ ପଢ଼ନ୍ତୁ:ସପ୍ତମ ଦିନରେ ଇଣ୍ଡିଗୋ ଅଚଳାବସ୍ଥା: ଯାତ୍ରୀଙ୍କୁ ଫେରାଯାଉଛି ଟିକେଟ୍ ଟଙ୍କା

ଚେନ୍ନାଇରୁ ପୁରୀ ବୁଲିବାକୁ ଆସିଥିଲେ ପୁରା ପରିବାର । ହେଲେ ଫେରିବା ବେଳକୁ ସମସ୍ୟା। ଭିନ୍ନ ଟିକେଟ ଓ କନେକଟିଙ୍ଗ ବିମାନ ଯୋଗେ ପରିବାରର ୧୦ ଜଣ ଚେନ୍ନାଇ ଅଭିମୁଖେ ବାହାରି ଯାଇଛନ୍ତି । ହେଲେ ଏକାକୀ ରହିଯାଇଛନ୍ତି ଚେନ୍ନାଇର ନିତେଶ । ଦୁଇ ଦୁଇ ଥର ବିମାନ ବାତିଲ ପରେ ୯ ତାରିଖରେ ଯାତ୍ରା ପାଇଁ ଟିକେଟ୍‌ ଥିଲା । ହେଲେ ତାହା ଏବେ ବାତିଲ । ଅନ୍ୟ ଏକ ବିମାନରେ ଯିବାକୁ କହିଛି ଇଣ୍ଡିଗୋ । ହେଲେ ଭୁବନେଶ୍ୱରରୁ ସିଧାସଳଖ ଚେନ୍ନାଇ ବଦଳରେ ଭୁବନେଶ୍ୱରରୁ ହାଇଦ୍ରାବାଦ, ହାଇଦ୍ରାବାଦରୁ ବେଙ୍ଗାଲୁରୁ ପରେ ବେଙ୍ଗାଲୁରୁରୁ ଯିବେ ଚେନ୍ନାଇ । ଏଭଳି ସମସ୍ୟା ନେଇ ସେ ଏବେ ଚିନ୍ତାରେ ।

ଅଧିକ ପଢ଼ନ୍ତୁ:୧୨ ଘଣ୍ଟା ପରେ ଭୁବନେଶ୍ବରରୁ ଉଡ଼ିଲା ଇଣ୍ଡିଗୋ ବିମାନ, ରିଫୁଏଲିଂ ପାଇଁ ଗତକାଲି ରାତିରେ ପହଂଚିଥିଲା

ସେହିପରି ଇଣ୍ଡିଗୋ ସମସ୍ୟା ଯୋଗୁଁ ହଟହଟା ହୋଇଛନ୍ତି ବାରିପଦାର ହାରିଶ୍ଚନ୍ଦ୍ର ନାୟକ। ଗୋଆ ଯିବାକୁ ୬ ତାରିଖର ଟିକେଟ କରିଥିଲେ । ଏନେଇ ବାରିପଦାରୁ ୨ ହଜାର ଟଙ୍କା ଖର୍ଚ୍ଚ କରି ଗାଡ଼ି କରି ଆସିଥିଲେ । ହେଲେ ବିମାନବନ୍ଦରରେ ପହଞ୍ଚିବା ପରେ ଶୁଣିଲେ ବିମାନ ବାତିଲ। ପୁଣି ୯ ତାରିଖରେ ବିମାନ ଯିବ ବୋଲି ସୂଚନା ମିଳିଲା । ହେଲେ ଦୁର୍ଭାଗ୍ୟବଶତଃ ଆଜି ବି ବିମାନ ବାତିଲ । ଯାହାକୁ ନେଇ ସେ ଏବେ ଚିନ୍ତାରେ ପଡ଼ିଛନ୍ତି । ଖାଲି ହରିଶ୍ଚନ୍ଦ୍ର ନୁହଁନ୍ତି, ସପ୍ତାହେ ପରେ ବି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅନେକ ଯାତ୍ରୀ । 

ଅଧିକ ପଢ଼ନ୍ତୁ:ଦିବ୍ୟାଙ୍ଗ ଦମ୍ପତିଙ୍କ ଅନନ୍ୟା ପ୍ରତିଭା ; କ୍ରିକେଟରେ କରୁଛନ୍ତି କମାଲ

୧ରୁ ୮ ଡିସେମ୍ବର ମଧ୍ୟରେ ବାତିଲ ହୋଇଥିବା ସାଢ଼େ ୭ ଲକ୍ଷ ଟିକେଟ୍‌ ପାଇଁ ୭୪୫ କୋଟି ଟଙ୍କା ରିଫଣ୍ଡ କରିସାରିଛି ଇଣ୍ଡିଗୋ । ଏହାରି ଭିତରେ ୪ ହଜାର ୭ ଶହରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି । ତୁରନ୍ତ ପରିବହନ ସେବା ସ୍ୱାଭାବିକ କରିବାକୁ ଇଣ୍ଡିଗୋକୁ ଚେତାବନୀ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।