କନକ ବ୍ୟୁରୋ : ସମୟ, କେବେ, କାହାକୁ, କେଉଁଠୁ ନେଇ କେଉଁଠି ଠିଆ କରିବା ତାହା କେବଳ ସେଇ ବିଧାତାଙ୍କୁ ଜଣା। ଯୁବାବସ୍ଥାରୁ ସନ୍ୟାସୀ ହେବା ପାଇଁ ଘର ଛାଡ଼ିଥିବା ବ୍ୟକ୍ତି ଜଣଙ୍କ ଗାଁକୁ ଫେରିଛି। ନିଜ ଘରଦ୍ୱାର ସବୁ ବିକି ଦେଇଥିବାରୁ ମୁଣ୍ଡ ଗୁଞ୍ଜିବାକୁ ବାସଟିଏ ବି ନାହିଁ । ତେଣୁ ୩ ବର୍ଷ ହେଲାଣି ପରିତ୍ୟକ୍ତ ଶୌଚାଳୟରେ ବିତୁଛି ବୃଦ୍ଧଙ୍କ ଜୀବନ । 

Advertisment

ଅଧିକ ପଢ଼ନ୍ତୁ : କଟକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ସୂଚନା, ଭଙ୍ଗା ହେବ ସମସ୍ତ ବିପଦ ସଙ୍କୁଳ କୋଠା

ଯାହା ଶୌଚ ପାଇଁ ପରିତ୍ୟକ୍ତ, ତାହା ଗୋଟିଏ ଜୀବନ ପାଇଁ ଭରସାର ଛାତ। ଖରା-ବର୍ଷା-ଶୀତ କାକର, ସବୁ କଟୁଛି  ପାଇଖାନାରେ। ସରକାରୀ ବିଦ୍ୟାଳୟର ଏକ ପରିତ୍ୟକ୍ତ ଶୌଚାଳୟରେ ୩ ବର୍ଷ ହେବ ଆଶ୍ରୟ ନେଇଛନ୍ତି କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବିଲି-ତେନ୍ତୁଳିଆ ଗାଁର ମୁରଲୀ ସାମଲ। ଯେଉଁଠି ସିଧା ଠିଆ ହୋଇ ବୁଲିବାକୁ ଜାଗା ଅଭାବ ସେଠି ମୁରଲି ମଉସା ବ୍ୟକ୍ତି ଖିଆପିଆ,ଶୁଆବସା ସବୁ କରୁଛନ୍ତି ।

ଅଧିକ ପଢ଼ନ୍ତୁ : ଚିନ୍ତା ବଢ଼ାଇଲା ପ୍ରଦୂଷଣ ବୋର୍ଡ ରିପୋର୍ଟ, ଖସୁଛି କଟକ ବାୟୁର ମାନ

 ୬୫ବର୍ଷିୟ ବୃଦ୍ଧ ଜଣଙ୍କ ସରକାରଙ୍କ ଭତ୍ତା ଓ ରାସନ ଭଳି ସହାୟତା ବଞ୍ଚିତ। ବିଦ୍ୟାଳୟରୁ ମିଳୁଥିବା ମଧ୍ୟାହ୍ନ ଭୋଜନ ଖାଇ ଦିନଯାକର ଭୋକ ମେଣ୍ଟାଉଛନ୍ତି । ଆଉ ଯେଉଁଦିନ ବିଦ୍ୟାଳୟ ଛୁଟି, ସେହିଦିନ ମୁରଲୀ ମଉସାଙ୍କର ଉପବାସ।  

ଅଧିକ ପଢ଼ନ୍ତୁ : ଓଆରଏସ ବ୍ରାଣ୍ଡ ନାଁରେ ଫଳ ରସ ଓ ଇଲେକ୍ଟୋଲାଇଟ୍ ଡ୍ରିଙ୍କ୍ ବିକ୍ରି ଉପରେ ଲାଗିବ କଟକଣା

ମୁରଲୀ ମଉସାଙ୍କୁ ଯେତେବେଳେ ୨୩ ବର୍ଷ ବୟସରେ ନିଜ ଭିଟାମାଟିକୁ ବିକ୍ରି କରି ସନ୍ୟାସୀ ଜୀବନ ଅତିବାହିତ କରିବାକୁ ଗାଁ ଛାଡ଼ିଥିଲେ । ଦୀର୍ଘ ୪୦ ବର୍ଷ ପରେ ଗାଁକୁ ଫେରିଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ନିଜର ସମ୍ବଳ ବୋଲି କିଛି ନଥିବାରୁ ପରିତ୍ୟକ୍ତ ଶୌଚାଳୟ ହିଁ ତାଙ୍କର ସାହାରା ପାଲଟିଛି।