ଶକ୍ତିଶାଳୀ ହେବ ଭାରତର ରକେଟ୍‌ ଲଞ୍ଚିଂ ସିଷ୍ଟମ ; ୩୦୦ କିମି ଦୂରକୁ କରିପାରିବ ଟାର୍ଗେଟ୍‌

Advertisment

ନାଇବ୍ କମ୍ପାନି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜକୁ ଦେଇଥିବା ସୂଚନା ଅନୁଯାୟୀ, ଏହା ଭାରତୀୟ ସେନା ସହିତ ଏକ  ସପ୍ଲାଏ କଣ୍ଟ୍ରାକ୍ଟ ସ୍ୱାକ୍ଷର କରିଛି । ଏହି ଚୁକ୍ତି ଅନୁଯାୟୀ, ନାଇବ୍ କମ୍ପାନି ୟୁନିଭର୍ସାଲ୍ ରକେଟ୍ ଲଞ୍ଚର୍ ସିଷ୍ଟମ୍ ପାଇଁ ଗ୍ରାଉଣ୍ଡ ଇକ୍ୟୁପମେଣ୍ଟ, ଆସେସୋରିଜ୍, ଇଏସପି ବା ଇଲେକ୍ଟ୍ରୋନିକ୍ ସପୋର୍ଟ ମେଜର୍ସ ଏବଂ ଗୋଳାବାରୁଦ ତିଆରି କରିବା ସହ ଯୋଗାଣ କରିବ ।

ନାଇବ୍ କମ୍ପାନି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜକୁ ଦେଇଥିବା ସୂଚନା ଅନୁଯାୟୀ, ଏହା ଭାରତୀୟ ସେନା ସହିତ ଏକ  ସପ୍ଲାଏ କଣ୍ଟ୍ରାକ୍ଟ ସ୍ୱାକ୍ଷର କରିଛି । ଏହି ଚୁକ୍ତି ଅନୁଯାୟୀ, ନାଇବ୍ କମ୍ପାନି ୟୁନିଭର୍ସାଲ୍ ରକେଟ୍ ଲଞ୍ଚର୍ ସିଷ୍ଟମ୍ ପାଇଁ ଗ୍ରାଉଣ୍ଡ ଇକ୍ୟୁପମେଣ୍ଟ, ଆସେସୋରିଜ୍, ଇଏସପି ବା ଇଲେକ୍ଟ୍ରୋନିକ୍ ସପୋର୍ଟ ମେଜର୍ସ ଏବଂ ଗୋଳାବାରୁଦ ତିଆରି କରିବା ସହ ଯୋଗାଣ କରିବ ।

Rocket Launching

Rocket Launching Photograph: (kanak news)

କନକ ବ୍ୟୁରୋ : ଭାରତୀୟ ସେନା ନିଜର ରକେଟ୍ ଲଞ୍ଚିଂ ସିଷ୍ଟମକୁ ଅଧିକ ଶକ୍ତିଶାଳୀ କରିବ । ଏଥିପାଇଁ ସ୍ୱଦେଶୀ ପ୍ରତିରକ୍ଷା କମ୍ପାନି ‘ନାଇବ୍ ଲିମିଟେଡ୍’ ସହିତ୨୯୨ କୋଟି ଟଙ୍କାର ଏକ ବଡ଼ ଚୁକ୍ତି କରିବାକୁ ଯାଉଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏହି ଡିଲ୍‌ ଅଧୀନରେ ସେନାକୁ ଗ୍ରାଉଣ୍ଡ ଇକ୍ୟୁପମେଣ୍ଟ, ଆକ୍ସେସୋରିଜ୍ ଏବଂ ସ୍ୱତନ୍ତ୍ର ପ୍ରକାରର ରକେଟ୍ ମିଳିବ । ଏହି ଡିଲ୍‌ ସେନାର ଦୀର୍ଘକାଳୀନ ଯୋଜନାର ଏକ ଅଂଶ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶତ୍ରୁ ଉପରେ ଦ୍ରୁତ ଗତିରେ ଏବଂ ଗଭୀର ଭାବରେ ଆକ୍ରମଣ କରିବାର କ୍ଷମତାକୁ ବୃଦ୍ଧି କରିବା । 

ନାଇବ୍ କମ୍ପାନି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜକୁ ଦେଇଥିବା ସୂଚନା ଅନୁଯାୟୀ, ଏହା ଭାରତୀୟ ସେନା ସହିତ ଏକ  ସପ୍ଲାଏ କଣ୍ଟ୍ରାକ୍ଟ ସ୍ୱାକ୍ଷର କରିଛି । ଏହି ଚୁକ୍ତି ଅନୁଯାୟୀ, ନାଇବ୍ କମ୍ପାନି ୟୁନିଭର୍ସାଲ୍ ରକେଟ୍ ଲଞ୍ଚର୍ ସିଷ୍ଟମ୍ ପାଇଁ ଗ୍ରାଉଣ୍ଡ ଇକ୍ୟୁପମେଣ୍ଟ, ଆସେସୋରିଜ୍, ଇଏସପି ବା ଇଲେକ୍ଟ୍ରୋନିକ୍ ସପୋର୍ଟ ମେଜର୍ସ ଏବଂ ଗୋଳାବାରୁଦ ତିଆରି କରିବା ସହ ଯୋଗାଣ କରିବ । ଏହି ସିଷ୍ଟମ୍‌ର ବିଶେଷତ୍ୱ ହେଉଛି ଏହା ୧୫୦ କିଲୋମିଟରରୁ ୩୦୦ କିଲୋମିଟର ପର୍ଯ୍ୟନ୍ତ ମାରକ କ୍ଷମତା ରଖୁଥିବା ବିଭିନ୍ନ ପ୍ରକାରର ରକେଟ୍ ନିକ୍ଷେପ କରିପାରିବ । ଏହି ସମ୍ପୂର୍ଣ୍ଣ ଡିଲ୍‌ ମୋଟ ମୂଲ୍ୟ ୨୯୨ କୋଟି ଟଙ୍କାରୁ ଅଧିକ ରହିଛି, ଯେଉଁଥିରେ ସମସ୍ତ ଟିକସ ମଧ୍ୟ ଅନ୍ତର୍ଭୁକ୍ତ ।

ଅଧିକ ପଢ଼ନ୍ତୁ---ସିନ୍ଧୁ ଜଳ ଚୁକ୍ତିକୁ ନେଇ ପାକିସ୍ତାନ ପୁଣି କାନ୍ଦିଲା! କହିଲା ଭାରତର କୌଣସି ବି ଅଧିକାର ନାହିଁ...

ନାଇବ୍ (NIBE) ନିଜକୁ ଏପରି ଏକ ପ୍ରତିରକ୍ଷା ଉତ୍ପାଦ କମ୍ପାନୀ ଭାବରେ ପରିଚୟ ଦିଏ, ଯାହା ଭାରତକୁ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ଆବଶ୍ୟକୀୟ ସିଷ୍ଟମ୍ ଏବଂ ଯନ୍ତ୍ରାଂଶ ତିଆରି କରେ । ସୂତ୍ର ଅନୁଯାୟୀ, ଏହି ଅର୍ଡର ଇସ୍ରାଏଲୀ 'ପଲ୍ସ ସିଷ୍ଟମ୍' ପାଇଁ ଉଦ୍ଦିଷ୍ଟ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି  ଡିଲ୍ ‘ଜରୁରୀକାଳୀନ କ୍ରୟ’ ପ୍ରକ୍ରିୟା ମାଧ୍ୟମରେ କରାଯାଉଛି । ଏହାର ଅର୍ଥ ହେଉଛି ସେନାକୁ ଏହି ସାମଗ୍ରୀ ଖୁବଶୀଘ୍ର ଆବଶ୍ୟକ । କମ୍ପାନି ଆସନ୍ତା ୧୨ ମାସ ମଧ୍ୟରେ କିସ୍ତି ଅନୁଯାୟୀ ଏହି ଅର୍ଡରକୁ ସମ୍ପୂର୍ଣ୍ଣ କରି ସେନାକୁ ଯୋଗାଇ ଦେବ । 

ଏହି ଜରୁରୀକାଳୀନ ଡିଲ୍‌ ସୁବିଧା ମେ ୨୦୨୦ରେ ଚୀନ୍ ସହିତ ଏଲଏସିରେ ଦେଖାଦେଇଥିବା ଉତ୍ତେଜନା ପରେ ଆରମ୍ଭ କରାଯାଇଥିଲା । ଏହି ବ୍ୟବସ୍ଥା ସେନାକୁ ଏପରି ପରିସ୍ଥିତିରେ ତୁରନ୍ତ ଅସ୍ତ୍ରଶସ୍ତ୍ର ଏବଂ ଆବଶ୍ୟକୀୟ ସାମଗ୍ରୀ କ୍ରୟ କରିବାର କ୍ଷମତା ପ୍ରଦାନ କରିଥାଏ, ଯେତେବେଳେ ଦେଶର ସୁରକ୍ଷା ପ୍ରତି ବିପଦ ଥାଏ କିମ୍ବା ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଥାଏ । କୌଣସି ବି ଅପରେସନକୁ ସଫଳ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀର କ୍ରୟ କିମ୍ବା ମରାମତି ଯେପରି ଦ୍ରୁତ ଗତିରେ ହୋଇପାରିବ, ତାହା ହିଁ ଏହି ସୁବିଧାର ମୁଖ୍ୟ ଉଦ୍ଦେଶ୍ୟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe