କନକ ବ୍ୟୁରୋ: ଆତଙ୍କବାଦକୁ ପ୍ରଶୟ ଦେଉଥିବା ପାକିସ୍ତାନକୁ ଲଗାତାର ଦୁଇଟି ଝଟକା ଦେଇଥିଲା ଭାରତ । ପ୍ରଥମଟି ଥିଲା ଅପରେସନ୍ ସିନ୍ଦୂର ଏବଂ ଦ୍ୱିତୀୟଟି ଥିଲା ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା । ତେବେ ସେବେଠାରୁ ଭାରତରୁ ପ୍ରବାହିତ ନଦୀଗୁଡ଼ିକରେ ଜଳର ଅଭାବ ପାକିସ୍ତାନରେ ସଙ୍କଟ ସୃଷ୍ଟି କରିଛି । ଏହାକୁ ନେଇ ପାକିସ୍ତାନ ବାରମ୍ବାର ଭାରତ ବିରୋଧରେ ବୟାନ ରଖିବା ସହିତ ନିଜର ନୈତିକ ଏବଂ ଆଇନଗତ ଅଧିକାର କଥା କହୁଛି । ଆଉ ଏହାରି ଭିତରେ ପାକିସ୍ତାନର ସିନ୍ଧୁ ଜଳ କମିସନର, ସୟଦ ମହମ୍ମଦ ମେହେର ଅଲି ଶାହ ରବିବାର କହିଛନ୍ତି, ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଭାରତର କୌଣସି ଆଇନଗତ ଆଧାର ନାହିଁ ଏବଂ ଏହି ଚୁକ୍ତିନାମା ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରିବ।
ଆହୁରି ପଢ଼ନ୍ତୁ : ଓଡ଼ିଶାରେ ଧିମେଇଛି ଫାଇଭ୍-ଜି ସେବା, ଆରମ୍ଭ ହେବାର ୩ ବର୍ଷ ପରେ ବି ୪୦ ପ୍ରତିଶତ ଅଞ୍ଚଳରେ ପହଞ୍ଚି ପାରିନି 5G
ଜାଣିରଖିବା ଉଚିତ ଯେ, କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ପରେ ଭାରତ ଏପ୍ରିଲ ୨୦୨୫ରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା। ସ୍ପଷ୍ଟ ଭାବରେ କହିଥିଲା ଯେ ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ । ଆଉ ଏହାପରେ ପାକିସ୍ତାନରେ ଗଭୀର ଜଳ ସଙ୍କଟ ଦେଖାଦେଇଛି । ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନ ଏହାକୁ ମୁକାବିଲା କରିବା ପାଇଁ ସତର୍କତାର ସହ ପ୍ରୟାସ କରୁଛି ଏବଂ ଯାହା କିଛି ପଦକ୍ଷେପ ନିଆଯାଉଛି ତାହା ଆନୁଷ୍ଠାନିକ। ହେଲେ ଭାରତ କିନ୍ତୁ ପାକିସ୍ତାନର କୌଣସି ବି କଥା ଶୁଣିବାକୁ ଏବେ ରାଜି ନାହିଁ । ଯାହାକି କି ପାକିସ୍ତାନର ଟେନସନକୁ ବଢ଼ାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2026/01/05/indus-water-treaty-2026-01-05-10-26-22.webp)