କନକ ବ୍ୟୁରୋ: ନୂଆ ବର୍ଷରେ ଭାରତୀୟ କ୍ରିକେଟ ଦଳର ପ୍ରଥମ ପରୀକ୍ଷା ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଯାଉଛି । ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧ ଜାନୁଆରୀରୁ ତିନୋଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳିବ । ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ପୂର୍ବରୁ ଘୋଷଣା କରାଯାଇସାରିଛି । ସେହିପରି ଦିନିକିଆ ସିରିଜ୍ ପାଇଁ ଜାନୁଆରୀ ୩ ଦିନ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି।
ଦିନିକିଆ ସିରିଜରେ ଶୁବମନ ଗିଲ୍ ଦଳର ଅଧିନାୟକତ୍ୱ କରିବେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଆଘାତ କାରଣରୁ ଶୁବମନ ଖେଳିପାରିନଥିଲେ, ସେହି ସମୟରେ କେ.ଏଲ୍. ରାହୁଲ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ସେହି ସିରିଜକୁ ଭାରତ ୨-୧ ରେ ନିଜ ନାମରେ କରିଥିଲା । ଶୁବମନଙ୍କ ସହ ମହମ୍ମଦ ସିରାଜ ଏବଂ ଶ୍ରେୟସ ଆୟର ମଧ୍ୟ ଦଳକୁ ଫେରିଛନ୍ତି । ତେବେ ଶ୍ରେୟସ ସେତେବେଳେ ସିରିଜରେ ଭାଗ ନେଇପାରିବେ, ଯେତେବେଳେ ତାଙ୍କୁ ଫିଟ୍ ଘୋଷଣା କରାଯିବ।
ଆହୁରି ପଢ଼ନ୍ତୁ.... ପାଣ୍ଡ୍ୟା ଦେଖାଇଲେ ପାଓ୍ୱାର: ଗୋଟିଏ ଓଭରରେ ୫ ଛକା, ଗୋଟିଏ ଚୌକା
ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ:
ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍. ରାହୁଲ (ୱିକେଟ୍ କିପର), ଶ୍ରେୟସ ଆୟର (ଉପ-ଅଧିନାୟକ*), ୱାଶିଂଟନ୍ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କୃଷ୍ଣା, କୁଲଦୀପ ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ନୀତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂ ଏବଂ ଯଶସ୍ୱୀ ଜୈସୱାଲ।
ଭାରତ ବନାମ ନ୍ୟୁଜିଲାଣ୍ଡ କାର୍ଯ୍ୟସୂଚୀ
୧୧ ଜାନୁଆରୀ- ପ୍ରଥମ ଦିନିକିଆ, ଭଦୋଦରା
୧୪ ଜାନୁଆରୀ- ଦ୍ୱିତୀୟ ଦିନିକିଆ, ରାଜକୋଟ
୧୮ ଜାନୁଆରୀ- ତୃତୀୟ ଦିନିକିଆ, ଇନ୍ଦୋର
୨୧ ଜାନୁଆରୀ- ପ୍ରଥମ ଟି-୨୦, ନାଗପୁର
୨୩ ଜାନୁଆରୀ- ଦ୍ୱିତୀୟ ଟି-୨୦, ରାୟପୁର
୨୫ ଜାନୁଆରୀ- ତୃତୀୟ ଟି-୨୦, ଗୁଆହାଟୀ
୨୮ ଜାନୁଆରୀ- ଚତୁର୍ଥ ଟି-୨୦, ବିଶାଖାପାଟଣା
୩୧ ଜାନୁଆରୀ- ପଞ୍ଚମ ଟି-୨୦, ତିରୁବନନ୍ତପୁରମ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/03/team-india-2026-01-03-16-53-31.jpg)