କନକ ବ୍ୟୁରୋ : ଭୈରବ...ଦେବାଧିଦେବ ମହାଦେଙ୍କ ଅବତାର । ଶ୍ୟାମଳ ବର୍ଣ୍ଣଧାରୀ ଭୈରବ ଯେପରି ଚାରି ଭୂଜାରେ ତ୍ରିଶୂଳ , ଖଡ୍ଗଗ୍ ଓ ଖର୍ପର ଧାରଣ କରିଥାନ୍ତି ଶତ୍ରୁଙ୍କ ବିନାଶ କରିବାକୁ , ସେହିପରି ସୀମାରେ ଶତ୍ରୁଙ୍କୁ ବିନାଶ କରିବ ଭୈରବ ଲାଇଟ୍ କମାଣ୍ଡୋ ଫୋର୍ସ । ଦିନକୁ ଦିନ ଭାରତୀୟ ସ୍ଥଳ ସେନା , ନୌସେନା ଏବଂ ବାୟୁ ସେନାରେ ବିଭିନ୍ନ ଦିଗରୁ ଶକ୍ତି ବୃଦ୍ଧି କରାଯାଉଛି । ପ୍ରତି ସ୍ଥରରେ ଘାତକ ଯୁଦ୍ଧ ତୋପଠୁ ନେଇ ଘାତକ ଡ୍ରୋନ୍ ମଧ୍ୟ ସାମିଲ କରାଯାଉଛି । ତିନିସେନାର ଶକ୍ତି ବଢାଇବା ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି । ଏବେ ଭାରତତୀୟ ସେନାରେ ଯୋଡ଼ିହେବ ଭୈରବ ଲାଇଟ୍ କମାଣ୍ଡୋ ଫୋର୍ସ ।
ଭାରତୀୟ ସେନାରେ ଆସନ୍ତା ଛଅ ମାସ ମଧ୍ୟରେ ଆଉ କୋଡ଼ିଏଟି ଭୈରବ ଲାଇଟ୍ କମାଣ୍ଡୋ ବଟାଲିୟନ୍ ଯୋଡ଼ିହେବ । ଦେଶର ବିଭିନ୍ନ ସ୍ଥାନରେ ଏପରି ପାଞ୍ଚଟି ବଟାଲିୟନ୍ ପୂର୍ବରୁ କାର୍ଯ୍ୟକ୍ଷମ ଅଛି । ଭାରତୀୟ ସେନାର ଇନ୍ଫେଣ୍ଟରି ୱିଙ୍ଗର ଡିଜି ଲେଫ୍ଟନାଣ୍ଟ ଜେନେରାଲ ଅଜୟ କୁମାର କହିଛନ୍ତି ଯେ ଆଉ ଚାରିଟି ବଟାଲିଅନ୍ ପ୍ରାୟ ପ୍ରସ୍ତୁତ, ଅବଶିଷ୍ଟ ୧୬ଟି ଆସନ୍ତା ଛଅ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ।
ଏଗୁଡ଼ିକ ସ୍ୱତନ୍ତ୍ର ଭାବରେ ତାଲିମପ୍ରାପ୍ତ ୟୁନିଟ୍ ଯାହା ମାଧ୍ୟମରେ ସେନା ପାରମ୍ପରିକ ବାହିନୀ ଏବଂ ସ୍ୱତନ୍ତ୍ର ବାହିନୀ ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବାକୁ ଚାହୁଛି । ଏଗୁଡ଼ିକ ହାଲୁକା ଏବଂ ଘାତକ କମାଣ୍ଡୋ ବଟାଲିୟନ୍ । ଏହାକୁ ଚୀନ୍ ଏବଂ ପାକିସ୍ତାନ ସୀମାରେ ଦ୍ରୁତ ଏବଂ ଆକ୍ରମଣାତ୍ମକ ଅପରେସନ୍ ପାଇଁ ପ୍ରସ୍ତୁତ କରାଯାଉଛି । ଲେଫ୍ଟନାଣ୍ଟ ଜେନେରାଲ ଅଜୟ କୁମାର କହିଛନ୍ତି ଯେ ଉତ୍ତର କମାଣ୍ଡରେ ତିନୋଟି ୟୁନିଟ୍ ନିୟୋଜିତ କରାଯାଇଛି । ଗୋଟିଏ ଲେହରେ 14 କର୍ପସ ସହିତ ଅଛି , ଗୋଟିଏ ଶ୍ରୀନଗରରେ 15 କର୍ପସ ସହିତ ଏବଂ ଆଉ ଗୋଟିଏ ୟୁନିଟ୍ ନାଗ୍ରୋଟାରେ 16 କର୍ପସ ସହିତ ଅଛି। ବାକି ଦୁଇଟି ବଟାଲିୟନ୍ ପୂର୍ବ ଏବଂ ପଶ୍ଚିମ ସୀମାରେ ମରୁଭୂମି ଏବଂ ପର୍ବତମାଳାରେ ନିୟୋଜିତ କରାଯାଇଛି ।
ଅଧିକ ପଢ଼ନ୍ତୁ..ଆଇସଲ୍ୟାଣ୍ଡ ଆଉ ନୁହେଁ ମଶାମୁକ୍ତ ଦେଶ; ପ୍ରଥମ ମଶା ଚହ୍ନଟ...
ଏହାର ଦ୍ରୁତ-ପ୍ରତିକ୍ରିୟା କ୍ଷମତାକୁ ଆହୁରି ସୁଦୃଢ଼ କରିବା ପାଇଁ, ସେନା 'ଭୈରବ' ଲାଇଟ୍ କମାଣ୍ଡୋ ଫୋର୍ସକୁ ଦ୍ରୁତ ଗତିରେ ବିସ୍ତାର କରିବା ଆରମ୍ଭ କରିଛି । ବର୍ତ୍ତମାନ ସାରା ଦେଶରେ ପାଞ୍ଚଟି ଭୈରବ ବଟାଲିୟନ କାର୍ଯ୍ୟକ୍ଷମ ଅଛି, ବାକି ୨୦ ୟୁନିଟ୍ ଆଗାମୀ ଛଅ ମାସ ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଭୈରବ ୟୁନିଟ୍କୁ ପାରମ୍ପରିକ ଇନ୍ଫେଣ୍ଟ୍ରି ଏବଂ ସ୍ପେଶିଆଲ ଫୋର୍ସ ମଧ୍ୟରେ ଥିବା କ୍ଷମତାର ବ୍ୟବଧାନକୁ ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହି ବଟାଲିୟନ୍ ଲାଇଟ୍ , ସ୍ପିଡ୍ ଏବଂ ସବୁଠୁ ଘାତକ । ସେମାନଙ୍କର ଲକ୍ଷ୍ୟ ହେଉଛି ଚୀନ୍ ଏବଂ ପାକିସ୍ତାନ ସୀମାରେ ସ୍ପିଡ୍ ଏବଂ ହାଇ ଇଫେକ୍ଟେବଲ୍ ଅପରେସନ୍ କରିବା ।
ଅଧିକ ପଢ଼ନ୍ତୁ...ସବୁ ଚାକିରି ଛଡ଼ାଇ ନେବ AI ! ଆଗକୁ ଚାଷ କରିବେ ଲୋକେ, ବିଶ୍ବର ଧନୀ ବ୍ୟକ୍ତିଙ୍କ ବଡ଼ ବୟାନ...
ଏହି ୟୁନିଟ୍ଗୁଡ଼ିକର ପ୍ରାଥମିକ କାର୍ଯ୍ୟ ହେଉଛି ଶତ୍ରୁ ଦେଶ ପଟୁ ହେଉଥିବା ସୀମାପାର ଅପରେସନ୍, ଗୁଇନ୍ଦା ଅଭିଯାନ, ଏବଂ ଯୋଗାଯୋଗ ଆଦିରେ ବାଧା ସୃଷ୍ଟି କରିବା । ଏହା ପାରାସ୍ପେଶାଲ୍ ଫୋର୍ସକୁ ସେମାନଙ୍କର କୌଶଳଗତ ଏବଂ ଗୁପ୍ତ ଅପରେସନ୍ ଉପରେ ଅଧିକ ଧ୍ୟାନ ଦେବାରେ ସାହାର୍ଯ୍ୟ କରିବ ।
ସୂଚନା ଅନୁସାରେ ସାଧାରଣ ଘାତକ ପ୍ଲାଟୁନରେ ପ୍ରାୟ ୨୦ ଯବାନ ଥାଆନ୍ତି । କିନ୍ତୁ ଗୋଟିଏ ଭୈରବ ବାଟାଲିୟନରେ ପ୍ରାୟ ୨୫୦ ଯବାନ ଥାଆନ୍ତି । ଯଦିଓ ଉଭୟଙ୍କ ଭୂମିକା ଭିନ୍ନ ଭିନ୍ନ କିନ୍ତୁ ସେମାନେ ସେନା ପାଇଁ ସମାନ ଗୁରୁତ୍ୱପୂର୍ଣ୍ଣ ।
ସୂଚନା ଅନୁସାରେ, ପ୍ରତ୍ୟେକ ଭୈରବ ୟୁନିଟରେ ବାୟୁ ପ୍ରତିରକ୍ଷାର ପାଞ୍ଚ ଜଣ, ଆର୍ଟିଲାରୀର ଚାରି ଜଣ ଏବଂ ସିଗନାଲର ଦୁଇଜଣ ଯବାନ ଥାଆନ୍ତି । ଭୈରବ ବଟାଲିୟନଗୁଡ଼ିକ ବିଭିନ୍ନ ବାହିନୀରୁ ଆସିଥିବା କର୍ମଚାରୀଙ୍କୁ ନେଇ ଗଠିତ । ଏଥିରେ ବାୟୁ ପ୍ରତିରକ୍ଷା, ତୋପ ଏବଂ ସିଗନାଲ ଭଳି ଶାଖାର ଯବାନମାନେ ସାମିଲ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/25/bhairav-in-indian-army-2025-10-25-10-11-34.jpg)