କନକ ବ୍ୟୁରୋ: ଆଇସଲ୍ୟାଣ୍ଡରେ ପ୍ରଥମ ଥର ପାଇଁ ମଶା ଦେଖାଯାଇଛି । ଏମାନେ ଆଇସଲ୍ୟାଣ୍ଡର ରାଜଧାନୀ ରେକ୍ୟା ଭିକର ଦକ୍ଷିଣ-ପଶ୍ଚିମରେ ଥିବା ହିମବାହୀ ଉପତ୍ୟକା କଜୋସରେ ଦେଖାଯାଇଛି । ବର୍ଷସାରା ବରଫ ଆଚ୍ଛାଦିତ ରହୁଥିବା ଆଇସଲ୍ୟାଣ୍ଡରେ ଜୟବାୟୁର ପରିବର୍ତ୍ତନ ଏବଂ ବଢ଼ୁଥିବା ତାପମାତ୍ରା ପ୍ରଭାବରେ ଏଭଳି ଖବର ଆସିଛି, ଯାହା ପ୍ରଥମଥର ପାଇଁ ପରିବେଶବିତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଆଇସଲ୍ୟାଣ୍ଡ ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ଆଦୌ ମଶା ଦେଖାଯାଏ ନାହିଁ । ବୈଜ୍ଞାନିକମାନେ କହିଛନ୍ତି ଯେ, ବିଶ୍ୱ ଉଷ୍ମତା ଯୋଗୁଁ, ଦେଶ ପୂର୍ବ ଅପେକ୍ଷା କୀଟପତଙ୍ଗ ପାଇଁ ଅଧିକ ଅନୁକୂଳ ହେଉଛି । ଏପର୍ଯ୍ୟନ୍ତ, ଆଇସଲ୍ୟାଣ୍ଡ ବିଶ୍ୱର ଏପରି କିଛି ଦେଶ ମଧ୍ୟରୁ ଗୋଟିଏ ଥିଲା ଯେଉଁଠାରେ ମଶା ନଥିଲା । ବୈଜ୍ଞାନିକମାନେ ପୂର୍ବରୁ କହିଥିଲେ ଯେ, ଆଇସଲ୍ୟାଣ୍ଡରେ ମଶା ବଂଶବୃଦ୍ଧି କରିପାରିବେ ଏବଂ ପୋଖରୀ ପରି ପ୍ରଜନନସ୍ଥଳ ଥିବାରୁ ମଶା ବଢ଼ିପାରିବେ । ଅନେକ ପ୍ରଜାତି ଆଇସଲ୍ୟାଣ୍ଡର ଥଣ୍ଡା ଜଳବାୟୁରେ ବଞ୍ଚି ରହିପାରିବେ ନାହିଁ ।
ଅଧିକ ପଢ଼ନ୍ତୁ..ପୁରୁଷ ଚିହ୍ନିଲେ ପୁରୁଷ ମନ : ଦୀପାବଳିରେ କଲେ ଏମିତି କାମ ; ବାଃ ବାଃ କରୁଛି ସୋସିଆଲ୍ ମିଡିଆ
ବଡ଼ କଥା ହେଉଛି ଆଇସଲ୍ୟାଣ୍ଡର ତାପମାତ୍ରା ଏବେ ଉତ୍ତର ଗୋଲାର୍ଦ୍ଧର ହାରାହାରି ତୁଳନାରେ ୪ ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ହିମଖଣ୍ଡ ତରଳିବାରେ ଲାଗିଛି ଏବଂ ଦକ୍ଷିଣର ଉଷ୍ମ ଅଞ୍ଚଳରୁ ମାଛ ଯେପରିକି ମ୍ୟାକେରେଲ, ଏବେ ଏହାର ନଦୀ ଏବଂ ହ୍ରଦରେ ଦେଖିବାକୁ ମିଳୁଛି । ପୃଥିବୀ ଉଷ୍ମ ହେବା ସହିତ ମଶା ପ୍ରଜାତି ସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ, ୟୁକେରେ ଏଡିସ୍ ଏଜିପ୍ଟିର ଅଣ୍ଡା ମିଳିଥିଲା, ଯେତେବେଳେ କେଣ୍ଟରେ ଏଡିସ୍ ଆଲବୋପିକ୍ଟସ୍ ବା ଏସିଆନ୍ ଟାଇଗର ମଶାର ନମୁନା ମିଳିଥିଲା । ଏହି ମଶାଗୁଡ଼ିକ ବିପଦପୂର୍ଣ୍ଣ ପ୍ରଜାତି ଯାହା ଦ୍ୱାରା ଡେଙ୍ଗୁ , ଚିକୁନଗୁନିଆ ଏବଂ ଜିକା ଭାଇରସ ଭଳି ରୋଗ ବ୍ୟାପିଥାଏ ।
ଆଇସଲାଣ୍ଡର ପ୍ରାକୃତିକ ବିଜ୍ଞାନ ପ୍ରତିଷ୍ଠାନର କୀଟତତ୍ତ୍ୱବିତ୍ ମ୍ୟାଥିଆସ୍ ଆଲଫ୍ରେଡସନ୍ ଆଇସଲାଣ୍ଡରେ ମଶା ଆବିଷ୍କାର ହେବା କଥା ନିଶ୍ଚିତ କରିଛନ୍ତି । ଜଣେ ନାଗରିକ ତାଙ୍କୁ ମଶା ପଠାଇଥିଲେ ଏବଂ ସେ ନିଜେ ଏହାକୁ ଚିହ୍ନଟ କରିଥିଲେ । ବ୍ରିଟିଶ ଖବରକାଗଜ ଦି ଗାର୍ଡିଆନ ସହିତ ଆଲୋଚନା ପରେ ସେ କହିଛନ୍ତି, " ଆଇସଲ୍ୟାଣ୍ଡରେ କ୍ୟୁଲିସେଟା ଆନୁଲାଟା ପ୍ରଜାତିର ତିନୋଟି ମଶା ମିଳିଛି, ଦୁଇଟି ମାଈ ଏବଂ ଗୋଟିଏ ପୁରୁଷ ।" ଏହି ମଶା ପ୍ରଜାତି ଥଣ୍ଡା ସ୍ଥାନରେ ବଞ୍ଚିପାରିବେ ଏବଂ ଶୀତ ଋତୁରେ ବେସ୍ମେଣ୍ଟ ଏବଂ ଗୋଦାମରେ ଆଶ୍ରୟ ନେଇ ବଞ୍ଚିପାରିବେ । ଆଇସଲ୍ୟାଣ୍ଡ ଭଳି ଅନ୍ୟ ଦେଶଟି ହେଉଛି ଆଣ୍ଟାର୍କଟିକା, ଯେଉଁଠାରେ ମଶା ନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/23/mosquitoes-in-iceland-2025-10-23-19-34-20.jpg)