India-U19-World-Cup Photograph: (Google)
କନକ ବ୍ୟୁରୋ; ଆଜି ୧୯ ବର୍ଷରୁ କମ୍ ବିଶ୍ବକପ ଫାଇନାଲ ଇଂଲଣ୍ଡ-ଭାରତ ମଧ୍ୟରେ ହେବ ଟକ୍କର । ୧୯ ବର୍ଷରୁ କମ୍ ବିଶ୍ବକପରେ ଟିମ୍ ଇଣ୍ଡିଆର ଦବଦବା ଜାରି ରହିଛି। ଲଗାତାର ଷଷ୍ଠଥର ଏବଂ ରେକର୍ଡ ଦଶମଥର ଫାଇନାଲରେ ପହଞ୍ଚିଛି ଯୁବ ଭାରତୀୟ କ୍ରିକେଟ୍ ଦଳ। ହରାରେ ଗ୍ରାଉଣ୍ଡରେ ଖେଳାଯାଇଥିବା ସେମିଫାଇନାଲରେ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୫୦ ଓଭରରେ ୪ ୱିକେଟ୍ ହରାଇ କରିଥିଲା ୩୧୦ ରନ୍। ୩୧୧ ରନ୍ର ବଡ଼ ଲକ୍ଷ୍ୟକୁ ମାତ୍ର ୪୧.୧ ଓଭରରେ ହାସଲ କରିନେଇଛି ଭାରତ ।
ଅଧିକ ପଢନ୍ତୁ; U19 World Cup 2026 : ଭାରତକୁ ୩୦୫ ରନ୍ର ଲକ୍ଷ୍ୟ ଦେଲା ଆଫଗାନିସ୍ତାନ
ଓପ୍ନର ଆରୋନ୍ ଜର୍ଜ ଓ ବୈଭବ ସୂର୍ଯ୍ୟବଂଶୀ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ବୈଭବ ମାତ୍ର ୩୩ ବଲରେ ୯ ଚୌକା ଓ ୪ ଛକା ସହ ୬୮ ରନ୍ କରିଥିଲେ। ଅଧିନାୟକ ଆୟୁଷ ମାହତ୍ରେ ବି ଅର୍ଦ୍ଧଶତକ ମାରିଥିଲେ। ଆୟୁଷ ୬୨ ରନର ଇନିସ ଖେଳିଥିଲେ । ଜର୍ଜ ଧୈର୍ଯ୍ୟର ସହ ବ୍ୟାଟିଂ କରି ଶତକ ହାସଲ କରିଥିଲେ। ୧୦୪ ବଲରେ ୧୫ ଚୌକା ଓ ୨ ଛକା ସହ ୧୧୫ ରନ୍ ଆଉଟ୍ ହେବା ପରେ ବିହାନ ମଲହୋତ୍ରା ଓ ବେଦାନ୍ତ ତ୍ରିବେଦୀ ଦଳକୁ ଜିତାଇଥିଲେ । ବିହାନ ୩୮ ଓ ବେଦାନ୍ତ ୫ ରନ୍ କରି ଅପରାଜିତ ଥିଲେ। ବ୍ୟାଟିଂରେ ଆଫଗାନିସ୍ତାନ ପକ୍ଷରୁ ଫୈଜଲ ଶିନୋଜାଦା ୧୧୦ ଏବଂ ଉଜେରୁଲ୍ଲା ନିଆଜାଇ ୧୦୧ ରନର ଶତକୀୟ ଇନିଂସ ଖେଳିଥିଲେ। ଫାଇନାଲରେ ଭାରତର ସାମ୍ନା ଇଂଲଣ୍ଡ ସହ ହେବ ।
Follow Us